LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗଣିତରେ​‌ ଦୁର୍ବଳ ଥିଲେ କୋହଲି… ଭାଇରାଲ ହେଉଛି ବିରାଟଙ୍କ ଦଶମ ମାର୍କ ସିଟ୍‌

30/03/2023 at 7:12 PM

Virat Kohli's 10th mark sheet

ନୂଆଦିଲ୍ଲୀ, ୩୦/୦୩: ରନ୍‌ ମେସିନ୍‌ ବିରାଟ କୋହଲି, କ୍ରିକେଟ୍‌ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। କୋହଲିଙ୍କ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ସବୁବେଳେ ଉତ୍ସାହିତ। ଏହାରି ମଧ୍ୟରେ ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖବର ଆସିଛି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପ୍ରକୃତରେ ବିରାଟ ନିଜର ୧୦ ମ ଶ୍ରେଣୀର ମାର୍କ ସେୟାର କରିଛନ୍ତି। ଆଉ ଏହି ମାର୍କ ସିଟ୍‌ ଖୁବ୍‌ ଭାଇରାଲ ହେଉଛି।

ନିକଟରେ ଏକ ସାକ୍ଷାତକାର୍‌ରେ ନିଜେ କୋହଲି କହିଥିଲେ ହୁଏତ ସେ କ୍ରିକେଟରେ ସେତେ କଷ୍ଟ କରିନଥିବେ ଯେତିକି ସେ ୧୦ମରେ ଗଣିତରେ ପାସ୍‌ ହେବା ପାଇଁ କରିଥିଲେ। ଆଉ ଏବେ ତାଙ୍କର ଏହି ମାର୍କ ସିଟ୍‌ରୁ ତାହା ହିଁ ଜଣାପଡ଼ୁଛି। ଏହି ମାର୍କ ସିଟ୍‌ରେ ତାଙ୍କର ଅନ୍ୟ ବିଷୟର ମାର୍କ ମଧ୍ୟ ରହିଛି। ତେବେ ଏହି ମାର୍କରୁ ଜଣାପଡ଼ୁଛି ସେ ମଧ୍ୟ ଗଣିତ ପାଇଁ ଖୁବ୍ ଚେଷ୍ଟା କରିଥିଲେ। ଆଗାକୁ ଆଇପିଏଲ ହେବାକୁ ଥିବାବେଳେ ବିରାଟଙ୍କ ଏହି ୧୦ମ ମାର୍କ ସିଟ୍‌ ଏବେ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ୍‌ ହେଉଛି।

ବର୍ତ୍ତମାନର ଖେଳ ସୂଚୀ ବିଷୟରେ କହିଲେ ବିରାଟ ଏବେ ଆଇପିଏଲ ୨୦୨୩ ରେ ଫ୍ରାଞ୍ଚାଇଜି ବେଙ୍ଗାଲୁରୁ ତରଫରୁ ଖେଳିବା ପାଇଁ ପ୍ରସ୍ତୁତ। ଫାଫ୍‌ ଡୁପ୍ଲେସିସ୍‌ଙ୍କ ଅଧିନାୟକତ୍ବରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ରୋହିତ୍‌ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ମ୍ୟାଚରେ ଭେଟିବ। ରବିବାର ଏହି ମ୍ୟାଚ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ।

ଆଇପିଏଲରେ ସେ ୨୨୩ ମ୍ୟାଚ୍‌ରେ ୬,୬୨୪ ରନ୍‌ ସଂଗ୍ରହ କରିଛନ୍ତି:

ଆଇପିଏଲରେ ଇତିହାସରେ ସର୍ବକାଳୀନ ଟପ୍‌ ସ୍କାରର୍‌। ଆରସିବିର ଏହି ପୂର୍ବତନ କ୍ୟାପ୍ଟେନ ଆଇପିଏଲରେ ୨୨୩ ମ୍ୟାଚ୍‌ରେ ୬,୬୨୪ ରନ୍‌ ସଂଗ୍ରହ କରିଛନ୍ତି। ବିରାଟ ଆଇପିଏଲରେ ୫ ଶତକ ଏବଂ ୪୪ ଅର୍ଦ୍ଧଶତକ କରିଛନ୍ତି। ବ୍ୟାଟିଂ ଆଇକନ୍‌ କୋହଲି ୨୦୦୮ ରେ କେକେଆର ସହ ନିଜର ଆଇପିଏଲ ଡେବ୍ୟୁ କରିଥିଲେ।

ବର୍ଡର ଗାଭାସ୍କର ଟ୍ରଫିରେ ସଂଗ୍ରହ କରିଥିଲେ ୨୯୭ ରନ୍‌:

ଆଇପିଏଲ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବର୍ଡର ଗାଭାସ୍କର ଟ୍ରଫିରେ ବିରାଟ ୨୯୭ ରନ୍‌ ସଂଗ୍ରହ କରିଥିଲେ। ଏହା ପୂର୍ବରୁ କୋହଲି ଅଷ୍ଟ୍ରେଲିଆ ସହ ତିନିଦିନିଆ ଓଡିଆଇ ମ୍ୟାଚରେ ଆମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ କୋହଲି ୮୯ ରନ୍ ସଂଗ୍ରହ କରିଥିଲେ।

   Related Posts