Asia Cup 2022: ଇତିହାସ ରଚିବେ ବିରାଟ କୋହଲି, ପାକିସ୍ତାନ ବିପକ୍ଷରେ ହାସଲ କରିବେ ଆଉ ଏକ ବଡ ଉପଲବ୍ଧି
23/08/2022 at 8:05 PM

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। ଏହା ସତ୍ଵେ ଆଗାମୀ ଏସିଆ କପ୍ ୨୦୨୨ରେ କୋହଲି ନିଜ ନାମରେ ବଡ ଉପଲବ୍ଧି ହାସଲ କରିବାର ନିକଟତର ହୋଇଛନ୍ତି। ରବିବାର ଭାରତୀୟ ଦଳ ଯେତେବେଳେ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ସେହି ସମୟରେ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ନୂତନ ସଫଳତା ହାସଲ କରିବେ। ପାକିସ୍ତାନ ବିପକ୍ଷ ମୁକାବିଲା ସମୟରେ ସେ ଟି-୨୦ ଅନ୍ତର୍ଜାତୀୟରେ ନିଜର ୧୦୦ ମ୍ୟାଚ୍ ପୂରା କରିବେ।
ନିକଟ ସମୟରେ ଫର୍ମରେ ନଥିବା କୋହଲି ପ୍ରାୟ ଏକ ମାସ ପରେ ପଡିଆକୁ ଫେରିବେ। ଇଂଲଣ୍ଡ ଗସ୍ତ ପରେ କୋହଲିଙ୍କୁ ଓ୍ଵେଷ୍ଟଇଣ୍ଡିଜ ଏବଂ ଜିମ୍ବାଓ୍ଵେ ଗସ୍ତରୁ ବିଶ୍ରାମ ଦିଆଯାଇଥିଲା। ୩୩ ବର୍ଷୀୟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ମ୍ୟାଚ୍ ପୂରା କରିବାରେ ୧୪ତମ କ୍ରିକେଟ୍ ଖେଳାଳି ହେବେ। ବିରାଟ ୯୯ ଟି-୨୦ରେ ୫୦.୧୨ ହାରରେ ୩୩୦୮ ରନ କରିଛନ୍ତି। ଏଥିରେ ୩୦ ଅର୍ଦ୍ଧଶତକ ରହିଛି।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ମ୍ୟାଚ୍ ଖେଳିବା ମାମଲାରେ ଶୀର୍ଷରେ ରହିଛି। ରୋହିତ ଏ ପର୍ଯ୍ୟନ୍ତ ୩୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ପରେ ଦ୍ଵିତୀୟରେ ଅଛନ୍ତି ପାକିସ୍ତାନର ଅନୁଭବୀ ଅଲରାଉଣ୍ଡର ସୋଏବ ମଲିକ(୧୨୪ ମ୍ୟାଚ୍)। ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍ ଏ ପର୍ଯ୍ୟନ୍ତ ୧୨୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।