ସର୍ବାଧିକ ଟ୍ୟାକ୍ସ ଦେଇଛନ୍ତି ଏହି ସେଲିବ୍ରିଟି... ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ କିଏ ?

Published By : Prameya-News7 Bureau | September 05, 2024 IST

ନୂଆଦିଲ୍ଲୀ ୦୫।୦୯: ଦେଶର ଟିକସ ପୁଲ୍‌ରେ ସେଲିବ୍ରିଟିଙ୍କ ବଡ଼ ଯୋଗଦାନ । କିଙ୍ଗ୍‌ ଖାନ୍‌ ହୁଅନ୍ତୁ ଅବା ଷ୍ଟାର କ୍ରିକେଟର ବିରାଟ କୋହଲି, ନିଜ ଆୟରୁ କୋଟି କୋଟି ଟଙ୍କା ରାଜକୋଷକୁ ପ୍ରଦାନ କରୁଛନ୍ତି । ପେସାଗତ ଆୟ ସହିତ ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ସେଲିବ୍ରିଟି । 

ତେବେ ୨୦୨୪ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକବର୍ଷରେ ସେଲିବ୍ରେଟି କୋଟି କୋଟି ଟଙ୍କାର ଦେଇଛନ୍ତି ଟିକସ । ଏହାର ରିପୋର୍ଟ ଫର୍ଚ୍ୟୁନ୍‌ ଇଣ୍ଡିଆ ତାଲିକାରୁ ଜଣାପଡ଼ିଛି ।ଲିଷ୍ଟର ପ୍ରଥମରେ ଅଛନ୍ତି କିଙ୍ଗଖାନ ଶାହରୁଖ । ସେ ରାଜକୋଷକୁ ଦେଇଛନ୍ତି ୯୨ କୋଟିର ଟିକସ । ଏହାପଛକୁ ଅଛନ୍ତି ତାମିଲ ଫିଲ୍ମ ଦୁନିଆର ଆଗଧାଡ଼ି ଅଭିନେତା ଥଲାପତି ବିଜୟ   । ସେ ଟିକସ ଆକାରରେ ଦେଇଛନ୍ତି ୮୦ କୋଟି ଟଙ୍କା ।

ଲିଷ୍ଟର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି ସଲ୍‌ମାନ ଖାନ୍‌ ଏବଂ ଅମିତାଭ ବଚ୍ଚନ । ସଲମାନ  ୭୫ କୋଟି ଏବଂ ବିଗ୍ବି ୭୧ କୋଟି ଟଙ୍କା ଦେଇଛନ୍ତି ଟ୍ୟାକ୍ସ । ଏହା ପଛକୁ ପଞ୍ଚମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି । ସେ ଭାରତର ସର୍ବାଧିକ ଟିକସ ପ୍ରଦାନକାରୀ କ୍ରୀଡାବିତ ପାଲଟିଛନ୍ତି । ଆର୍ଥିକବର୍ଷରେ ୩୫ ବର୍ଷୀୟ ଏହି ଷ୍ଟାର୍‌ ବ୍ୟାଟ୍‌ସମ୍ୟାନ୍‌ ୬୬ କୋଟି ଟଙ୍କା ଟିକସ ପ୍ରଦାନ କରିଥିବା ଜଣାପଡ଼ିଛି । 

ସର୍ବାଧିକ ଟିକସ ପ୍ରଦାନ କରିଥିବା ଅନ୍ୟ କ୍ରୀଡାବିତଙ୍କ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଲ୍‌-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ୍‌ କିପର ରିଶଭ ପନ୍ଥ ରହିଛନ୍ତି । ଏମାନେ ୩୮ କୋଟି, ୨୮ କୋଟି, ୧୩ କୋଟି ଏବଂ ୧୦ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି । ସେହିଭଳି ସୌରଭ ଗାଙ୍ଗୁଲି ପୂର୍ବ ଆର୍ଥିକବର୍ଷରେ ୨୩ କୋଟି ଟଙ୍କାର ଟିକସ ପ୍ରଦାନ କରିଥିଲେ । 

ତେବେ ମହିଳା ସେଲିବ୍ରିଟିଙ୍କ କ୍ଷେତ୍ରରେ କରୀନା କପୁର ସର୍ବାଧିକ ଟିକସ ପ୍ରଦାନ କରିଛନ୍ତି । ଗତ ବର୍ଷ ଅକ୍ଷୟ କୁମାର ୨୫ କୋଟି ଟିକସ ପ୍ରଦାନ କରିଥିବା ବେଳେ ଏବର୍ଷ ଶ୍ରେଷ୍ଠ ୨୦ରେ ବି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.