ଗୋଟେ ସମୟରେ ଡ୍ରେସିଂ ରୁମ୍‌ରେ ଚିନ୍ତିତ ଥିଲେ ବିରାଟ, ଜାଣନ୍ତୁ କାରଣ

Published By : Prameya-News7 Bureau | June 25, 2019 IST

ବିଶ୍ବକପ ମ୍ୟାଚ୍‌ରେ ଆଫଗାନିସ୍ତାନ ବିରୋଧରେ ଖେଳି ଭାରତ ବିଜୟୀ ହାସଲ କରିଛି। ୧୧ ରନ୍‌ରେ ଜିତିବା ପରେ ଏହି ସଫଳତା ନେଇ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍‌ ଭିରାଟ କୋହଲୀ ନିଜର ଖୁସି ପ୍ରକାଶ କରିଥିଲେ। ମ୍ୟାଚ୍‌ ପରେ ଏକ ସାକ୍ଷାତକାରରେ ସେ ସ୍ବୀକାର କରିଥିଲେ ଯେ, ମ୍ୟାଚ୍‌କୁ ନେଇ ଡ୍ରେସିଂ ରୁମ୍‌ରେ ସେ ଚିନ୍ତିତ ଥିଲେ। ଆଫଗାନିସ୍ତାନ ବିରୋଧରେ ଏହି ମୁକାବିଲାରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

କିନ୍ତୁ କ୍ୟାପଟେନ୍‌ ବିରାଟ ଓ କେଦାର ଯାଦବଙ୍କୁ ଛାଡି କେହି ବ୍ୟାଟିଂରେ  ଭଲ ପ୍ରଦର୍ଶନ କରିପାରିନଥିଲେ। ମ୍ୟାଚ୍‌ ପରେ ବିରାଟ କହିଥିଲେ ଯେ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଅଧିକ ସ୍କୋର କରିବ ବୋଲି ଭାବିଥିଲେ। ଯଦି ଭାରତ ୨୭୦ ସ୍କୋର କରିବାରେ ସଫଳ ହୁଏ ତାହାଲେ ମ୍ୟାଚ୍‌ ବହୁତ ଭଲ ଯିବ ବୋଲି ସେ ଆଶା କରିଥିଲେ।  କିନ୍ତୁ ଖେଳରେ ଟିକେ ଭୁଲ ହୋଇଥିବାରୁ ୱିକେଟ୍‌ ସ୍କୋର କରିପାରିନଥିଲେ।  

ଆଫଗାନିସ୍ତାନ ଟିମ୍‌ର ଅନେକ ଯୋଗ୍ୟ ଖେଳାଳୀ ଅଛନ୍ତି ବୋଲି ବିରାଟ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଆଫଗାନିସ୍ତାନ ଟିମ୍‌ ଭାରତକୁ ନିଜ ଢଂଗରେଳି ଖେଳିବାକୁଦେଇନଥିଲା । ସେତିକି ଦକ୍ଷତା ଆଫଗାନ ଟିମ୍‌ର ଖେଳାଳୀମାନଙ୍କ ପାଖରେ ଅଛି।ଗୋଟେ ସମୟେରେ ସେ ମ୍ୟାଚ୍‌ ନେଇ ଡ୍ରେସିଂ ରୁମ୍‌ରେ ବହୁତ ଚିନ୍ତିତ ଥିଲେ ଯେ, ମ୍ୟାଚ୍‌ରେ ଆଗକୁ କଣ ହବ। କିନ୍ତୁ ସମସ୍ତଙ୍କର ବିଶ୍ବାସ ଥିଲା ଯେ, ଭାରତ ଏହି ମ୍ୟାଚ୍‌ ଜିତିବ।

ବିରାଟ ଓ ପୂରା ଟିମ୍‌ ପାଇଁ ଏହି ମ୍ୟାଚ୍‌ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା।  ହେଲେ ଖେଳିବା ସମୟରେ ଟିମ୍‌ କରିଥିବା ଯୋଜନା ଅନୁସାରେ ଖେଳ ହୋଇନଥିଲା। ଯେତେବେଳେ ମୁକାବିଲା ନିଜ ହିସାବରେ ହୁଏନାହିଁ ସେତେବେଳେ ଶେଷ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡେ।  କିନ୍ତୁ ନିଜର ବିଶ୍ବାସ ବଳରେ ସେମାନେ ଏହି ବିଜୟୀ ପ୍ରାପ୍ତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.