ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

BCCI-କୋହଲି ଶୀତଳଯୁଦ୍ଧ : ବିରାଟଙ୍କ ପ୍ରେସ୍ କନଫରେନ୍ସ ପରେ ବୟାନ ଜାରିକଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କହିଲେ…

16/12/2021 at 3:54 PM

ନୂଆଦିଲ୍ଲୀ ୧୬/୧୨ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ଥମିବାର ନାଁ ନେଉନାହିଁ । କୋହଲିଙ୍କୁ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟିକରଣ ଦିଆଯିବା ପରେ ପ୍ରେସ୍ କନଫରେନ୍ସ କରି ମୁହଁ ଖୋଲିଥିଲେ କୋହଲି । ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କୋହଲିଙ୍କ ବୟାନକୁ ନେଇ କୌଣସି ସ୍ପଷ୍ଟିକରଣ ଦେବାକୁ ସ୍ପଷ୍ଟ ଭାବେ ମନାକରିଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ‘ଏହି ମାମଲାକୁ ବିସିସିଆଇ ସଠିକ୍‌ ଭାବେ ବିଚାର କରିବ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ବୋର୍ଡ ଉପ​‌ରେ ଛାଡିଦିଆଯାଉ ।’

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଯେଉଁଦିନ ଭାରତୀୟ ଦଳ ଘୋଷଣା କରାଯାଇଥିଲା ସେହିଦିନ ହିଁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ ଦାୟିତ୍ବ ଦିଆଯାଇଥିଲା । ରୋହିତଙ୍କୁ ଦିନିକିଆ ଅଧିନାୟକ କରାଯିବା ପରେ କୋହଲି ଏବଂ ବିସିସିଆଇ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯାହାକି କମିବା ବଦଳରେ ଏବେ ବଢିବାରେ ଲାଗିଛି । ଘଟଣାକୁ ନେଇ କୌଣସି ଟିପ୍ପଣୀ ଦେବାକୁ ମନାକରିଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ୨୦୨୧ ପୂର୍ବରୁ କୋହଲି ଘୋଷଣା କରିଥି​‌ଲେ ଯେ, ସେ ଦିନିକିଆ ଏବଂ ଟେଷ୍ଟ ଟିମ ଅଧିନାୟକ ରହିବେ କିନ୍ତୁ ଟି-ଟ୍ବେଣ୍ଟି ଅଧିନାୟକ ପଦ ଛାଡିବେ । ତେବେ ବିଶ୍ବକପ ପରେ ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ, ଟି-ଟ୍ବେଣ୍ଟି ପରେ ଦିନିକିଆ ଅଧିନାୟକ ଦାୟିତ୍ବରୁ ମଧ୍ୟ ହଟିବେ କୋହଲି । କିଛିଦିନ ପରେ ତାହା ହିଁ ହୋଇଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ଘୋଷଣା ହେବା ସହ ଦିନିକିଆ ଅଧିନାୟକ ପଦରୁ ମଧ୍ୟ କୋହଲିଙ୍କୁ ଅବ୍ୟାହତି ଦିଆଯାଇଛି । କୋହଲିଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ବୟାନ ଜାରିକରିଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କହିଥିଲେ, ‘ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ କରାଯିବାକୁ ନେଇ ଚୟନକର୍ତ୍ତା ଏବଂ ବିସିସିଆଇ ସଦସ୍ୟ କୋହଲିଙ୍କ ସହ ଆଲୋଚନା କରିଥିଲେ ।’

ଏହା ଛଡା ଗାଙ୍ଗୁଲି ମଧ୍ୟ କହିଥି​‌ଲେ, ବିରାଟ କୋହଲିଙ୍କୁ ଟ୍ବେଣ୍ଟି ଟ୍ବେଣ୍ଟି ଅଧିନାୟକ ପଦ ଛାଡିବାକୁ କୁହାଯାଇଥିଲା । ରୋହିତ ଶର୍ମାଙ୍କୁ ଅଧିନାୟକ କରାଯିବାର ମୁଖ୍ୟ କାରଣ ହେଉଛି ଚୟନକର୍ତ୍ତା ଚାହୁଁନଥିଲେ ଯେ, ହ୍ବାଇଟ୍‌ ବଲ କ୍ରିକେଟରେ ଅଲଗା ଅଲଗା ଅଧିନାୟକ ରୁହନ୍ତି । ସେଥିପାଇଁ ଟେଷ୍ଟରେ କେବଳ କୋହଲି ଏବଂ ଦିନିକିଆ ଓ ଟି ଟ୍ବେଣ୍ଟିରେ ରୋହିତଙ୍କୁ ଦାୟିତ୍ବ ଦିଆଯାଇଛି ।

ସେପଟେ ପ୍ରେସ କନଫରେନ୍ସ କରି କୋହଲି କହିଥିଲେ ଯେ, ଦିନିକିଆ ଅଧିନାୟକ ପଦ ଛାଡିବା ପାଇଁ ପୂର୍ବରୁ କିଛି କୁହାଯାଇନଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ଚୟନ ବେଳେ ଚୟନକର୍ତ୍ତାଙ୍କ ଫୋନ ଆସିଥିଲା । ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି ଯେ ମୋର ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ । ମୁଁ ଅଢେଇ ବର୍ଷ ଧରି ଏହା କହିଆସୁଛି, ଯେ ଆମ ମଧ୍ୟରେ କିଛି ନାହିଁ । ବିରାଟ କୋହଲି କହିଛନ୍ତି ଯେ ବର୍ତ୍ତମାନ ମୁଁ ସ୍ପଷ୍ଟୀକରଣ ଦେଇ ଦେଇ ଥକି ଗଲିଣି । ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ କ୍ରିକେଟ ଖେଳିଥିବୁ ସେ ଯାଏଁ ମୋର କୌଣସି କାର୍ଯ୍ୟ କିମ୍ବା କମେଣ୍ଟ ଦଳକୁ ତଳେ ପକାଇବ ନାହିଁ ।

   Related Posts