ମଡେଲଙ୍କ ସହ ସମାନ ଉଚ୍ଚତାରେ ଫଟୋ ଉଠିବାକୁ ବିରାଟ କଲେ ଏଭଳି କାମ… ହେଲେ ସମାଲୋଚନାର ଶିକାର

Published By : Prameya-News7 Bureau | October 31, 2018 IST

ମୁମ୍ବାଇ ୩୧|୧୦: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କ୍ରିକେଟ ଖେଳିବା ସହ ମଡେଲିଂ ମଧ୍ୟ କରନ୍ତି | ଏକଥା ଆମେ ସମସ୍ତେ ଜାଣନ୍ତି | ସେ ବହୁ ପ୍ରଡକ୍ଟର ବିଜ୍ଞାପନ କରନ୍ତି | ଏଥିସହ କିଛି ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଛନ୍ତି | କିଛି ଦିନ ତଳେ ସେ ଏକ ଇଭେଣ୍ଟକୁ ଯାଇଥିଲେ | ସେଠାରେ ସେ ଏମିତି କିଛି କାମ କଲେ ଯାହା ଫଳରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରଲର ଶିକାର ହେବାକୁ ପଡିଛି | ମୁମ୍ବାଇର ବାନ୍ଦ୍ରାରେ Tissot ନାମକ ଏକ ଘଣ୍ଟାର ସ୍ୱତନ୍ତ୍ର ଏଡିସନ ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା ।  ଯେଉଁଠି କୋହଲିଙ୍କ ସହିତ କିଛି ଆଥଲେଟ ମଧ୍ୟ ଯୋଗ ଦେଇଥିଲେ | ଏମାନଙ୍କ ମଧ୍ୟରେ ଟେନିସ ଖେଳାଳି କର୍ମନ କୌର ଥାଣ୍ଡି ମଧ୍ୟ ଉପସ୍ଥିତ ଥିଲେ | କର୍ମନଙ୍କ ସହିତ କୋହଲି କିଛି ଫଟୋ ଉଠାଇଥିଲେ | ତେବେ ଫଟୋ ପାଇଁ କୋହଲିଙ୍କୁ ଟ୍ରଲର ଶିକାର ହେବାକୁ ପଡିଛି  | ତେବେ କଣ ଏମିତି ଥିଲା ଫଟୋରେ ଆସନ୍ତୁ ଜାଣିବା : ୨୯ ବର୍ଷ ବୟସ୍କ ବିରାଟ କୋହଲିଙ୍କ ଉଚ୍ଚତା ୫ ଫୁଟ ୯ ଇଞ୍ଚ | ୨୦ ବର୍ଷ ବୟସ୍କା ଟେନିସ ଖେଳାଳି କର୍ମନଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ | ତେବେ ଇଭେଣ୍ଟରେ କୋହଲି ଏବଂ କର୍ମନଙ୍କୁ ଘଣ୍ଟା ପିନ୍ଧି ଏକସଙ୍ଗେ ଫଟୋ ଉଠେଇବାର ଥିଲା | ଯେହେତୁ ବିରାଟଙ୍କ ଉଚ୍ଚତା କର୍ମନଙ୍କ ଠାରୁ କମ ସେଥିପାଇଁ ସେ ମଂଚ ଉପରେ ଥିବା ଏକ ବ୍ଲକ ଉପରେ ଛିଡା ହୋଇଥିଲେ | ଯାହାଫଳରେ ସେ କର୍ମନଙ୍କ ସହ ଉଚ୍ଚତାରେ ସମାନ ଦେଖାଯିବେ | ତେବେ କୋହଲିଙ୍କ ଏଭଳି କରିବା କିଛି ଲୋକଙ୍କୁ ପସନ୍ଦ ହୋଇନାହିଁ | ଯାହାକୁ ନେଇ ଲୋକେ କୋହଲିଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତି | କୋହଲି ଏଭଳି କଥା ନୁହେଁ ବୋଲି ତାଙ୍କର କିଛି ପ୍ରଶଂସକ ଟ୍ୱିଟରେ କହିଛନ୍ତି | ଏହି ଇଭେଣ୍ଟରେ ବିରାଟ ଏବଂ କର୍ମନଙ୍କ ବ୍ୟତୀତ ଶତନାମ ସିଂ, ଆଦିଲ ବେଦୀ, ଶିବାନୀ କଟାରିୟା, ସଚିକା କୁମାର ଇଂଲେ, ଜେହାନ ଦାରୁୱାଲା, ପିଙ୍କି ରାଣୀ ଏବଂ ମନୋଜ କୁମାରଙ୍କ ଭଳି ଖେଳାଳି ଉପସ୍ଥିତ ଥିଲେ | ଏ ସମସ୍ତ ଖେଳାଳି ବିରାଟ କୋହଲିଙ୍କ ଫାଉଣ୍ଡେସନ ସହିତ ଜଡିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.