ଫିଟ୍‌ନେସ୍‌ କିଙ୍ଗ୍‌ ବିରାଟ୍‌ ପୁଣି ଖାଇଲେ ନନ୍‌-ଭେଜ୍‌ ? ଦ୍ଵନ୍ଦରେ ପଡିଲେ ଫ୍ୟାନ୍ସ

Published By : Prameya-News7 Bureau | December 13, 2023 IST

ମୁମ୍ଵାଇ ୧୩।୧୨: ଭାରତୀୟ କ୍ରିକେଟ୍ ଦଳର ସୁପରଷ୍ଟାର ବିରାଟ କୋହଲି । କିଛି ବର୍ଷ ପୂର୍ବେ ସେ ଶାକାହାରୀ ହୋଇ ଯାଇଥିଲେ। ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା, ଯିଏ ବଟର ଚିକେନ୍‌କୁ ଏତେ ପସନ୍ଦ କରୁଥିଲe ସେ କେମିତି ଦୂରେଇ ରହିପାରିବେ । ହେଲେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଶାକାହାରୀ ଖାଦ୍ୟକୁ ଆପଣାଇଥିଲେ। ବିରାଟ ତାଙ୍କ ଫିଟନେସକୁ ଏକ ଭିନ୍ନ ସ୍ତରକୁ ନେବା ପାଇଁ ନନ୍‌ ଭେଜ୍‌ ଛାଡି ଦେଇଥିଲେ।

ଫିଟନେସ୍ ପାଇଁ ଛାଡିଲେ ନନ୍‌-ଭେଜ୍‌

ବିରାଟ ନିଜେ ଅନେକ ଥର ଉଲ୍ଲେଖ କରିଛନ୍ତି ଯେ ନନ୍‌-ଭେଜ୍‌ ଖାଦ୍ୟ ଛାଡିବାର କାରଣ ତାଙ୍କ ଫିଟ୍‌ନେସ୍‌ । ଫିଟନେସରେ ଉନ୍ନତି ଆଣିବାରେ ଏହା ତାଙ୍କୁ ସାହାଯ୍ୟ କରିଛି। କିଛି ବର୍ଷ ପୂର୍ବେ, ବିରାଟ ପ୍ରକାଶ କରିଥିଲେ ଯେ ମେରୁଦଣ୍ଡ ଜନିତ ସମସ୍ୟା ହେତୁ ସେ ନନ୍‌-ଭେଜ୍ ଛାଡିଥିଲେ। ଯେହେତୁ ତାଙ୍କ ଶରୀର ଅତ୍ୟଧିକ ୟୁରିକ୍ ଏସିଡ୍ ଉତ୍ପାଦନ କରୁଥିଲା। ତେଣୁ ତାଙ୍କୁ ତାଙ୍କ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡିଲା, ଏବଂ ଏହା ସବୁଠାରୁ ବଡ ପରିବର୍ତ୍ତନ ଥିଲା।

wp:html /wp:html wp:html /wp:html

ପୁଣି କାହିଁକି ଖାଇଲେ ଚିକେନ୍ ଟିକ୍କା?

ନିକଟରେ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ  ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା ସ୍ମୋକ୍‌ ଚିକେନ୍ ଟିକ୍କା । ଏହା ପରେ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କି ବିରାଟ ପୁଣି ନନ୍‌-ଭେଜ୍‌ ତଥା ଆମିଷ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି। କିନ୍ତୁ ବିରାଟଙ୍କ ଏହି ଷ୍ଟୋରୀର ଆଉ ଏକ କୋଣ ଅଛି। ଯାହା ତାଙ୍କର ଅଧିକାଂଶ ପ୍ରଶଂସକ ବୁଝିପାରୁ ନାହାନ୍ତି। କହିବାକୁ ଗଲେ ପ୍ରକୃତରେ, ବିରାଟଙ୍କ ଦ୍ୱାରା ସେୟାର ହୋଇଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ 'ମକ୍ ଚିକେନ୍ ଟିକ୍କା' ଖାଉଛନ୍ତି, ଯାହା ପଶୁ ଭିତ୍ତିକ ନୁହେଁ ବରଂ ଉଦ୍ଭିଦ ଭିତ୍ତିକ ଅଟେ। ତେଣୁ, ଏହା ଏକ ଶାକାହାରୀ ଖାଦ୍ୟ । ତେଣୁ ବିରାଟ କୋହଲି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ ଥଟ୍ଟା କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

wp:embed {"url":"https://www.prameyanews7.com/rohit-sharmas-first-reaction-since-indias-world-cup-loss/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharmas-first-reaction-since-indias-world-cup-loss/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.