କୋହଲିଙ୍କ ବ୍ୟବସାୟକୁ ସଫଳତାର ଶିଖର ଛୁଆଁଇଛନ୍ତି ବଡ ଭଉଣୀ: ଲାଇମ୍‌ଲାଇଟରୁ ରୁହନ୍ତି ବହୁ ଦୂରରେ

Published By : Prameya-News7 Bureau | August 22, 2021 IST

ନୂଆଦିଲ୍ଲୀ ୨୨/୦୮ : ଆଜି ସାରା ଦେଶରେ ଭାଇ-ଭଉଣୀଙ୍କ ସ୍ନେହ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣମୀ ପାଳନ କରାଯାଉଛି। ଭଉଣୀ ଭାଇ ହାତରେ ମଜବୁତ ସମ୍ପର୍କର ଡୋର ବାନ୍ଧିଥାଏ। ସବୁ ସମୟରେ ସାଥ ଦେବାକୁ ଦୁହେଁ ପରସ୍ପରକୁ ପ୍ରତିଶୃତି ଦେଇଥାନ୍ତି ଓ ଭାଇ ସବୁବେଳେ ଭଉଣୀକୁ ରକ୍ଷା କରିବ ବୋଲି ପ୍ରତିଶୃତି ଦେଇଥାଏ। କ୍ରୀଡା ଜଗତରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ନେଇ ଏମିତି କିଛି କାହାଣୀ ଅଛି ଯେଉଁଠି ଭାଇ ଭଉଣୀର ସ୍ବପ୍ନ ପୁରା କରିବାକୁ ଦୁନିଆ ଏକ କରିଦେଇଛି ତ କେଉଁଠି ଭଉଣୀ ଭାଇକୁ ସଫଳତାର ଉଚ୍ଚତାକୁ ପହଞ୍ଚାଇଛି।

{"id":499731,"sizeSlug":"full","linkDestination":"none"}

ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ଓ ତାଙ୍କ ବଡ ଭଉଣୀ ଭାବନା କୋହଲିଙ୍କ ମଧ୍ୟରେ ରହିଛି ଏମିତି ସମ୍ପର୍କ। ଭାବନା କୋହଲିଙ୍କୁ ଲାଇମଲାଇଟ ବିଲକୁଲ ପସନ୍ଦ ନୁହେଁ। ତାଙ୍କୁ ପରିବାର ଓ ବନ୍ଧୁଙ୍କ ସହ ସମୟ ବିତାଇବା ବହୁତ ପସନ୍ଦ। ସୋସିଆଲ ମିଡ଼ିଆରେ ମଧ୍ୟ ସେ ପରିବାର ସହ ଫଟୋ ସେୟାର କରନ୍ତି।

{"id":499730,"sizeSlug":"full","linkDestination":"none"}

ଭାବନାଙ୍କୁ କ୍ୟାମେରାରୁ ଦୁରେଇ ରହିବାକୁ ଭଲ ଲାଗେ। ଏହାର ଏକ ଉଦାହରଣ ବିରାଟ କୋହଲିଙ୍କ ବାହାଘରରେ ଦେଖିବାକୁ ମିଳିଥିଲା। ବାହାଘର ସମୟରେ ବଡ ଭଉଣୀ ଛାଇ ଭଳି ସବୁବେଳେ ବିରାଟଙ୍କ ପାଖରେ ଥିଲେ। କିନ୍ତୁ କ୍ୟାମେରା ସାମ୍ନାରେ ବହୁତ କମ ନଜର ଆସିଥିଲେ।  

{"id":499732,"sizeSlug":"full","linkDestination":"none"}

ଭାବନା ନିଜ ସାନ ଭାଇ ବିରାଟଙ୍କ ବ୍ୟବସାୟକୁ ଉଚ୍ଚରେ ପହଞ୍ଚାଇଛନ୍ତି। କୋହଲିଙ୍କ ଫ୍ୟାସନ ଲେଭଲରେ ଭାବନାଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ। କୋହଲି କ୍ରିକେଟରେ ବ୍ୟସ୍ତ ରୁହନ୍ତି। ସେଥିପାଇଁ ଭାବନା ହିଁ ତାଙ୍କ ବ୍ୟବସାୟ ସମ୍ଭାଳନ୍ତି। ଭାବନାଙ୍କ ଦୁଇ ସନ୍ତାନ ମହକ ଓ ଆୟୁଷ। ସେ ସଞ୍ଜୟ ଢିଙ୍ଗରାଙ୍କ ସହ ବିବାହ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.