ଭାବିଚିନ୍ତି ଶବ୍ଦ ପ୍ରୟୋଗ କରନ୍ତୁ କୋହଲି, ତାଙ୍କୁ ପିଲାମାନେ ଦେଖୁଛନ୍ତି: ଦୀପ ଦାସଗୁପ୍ତା

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବିଶ୍ବର ବହୁ ଲୋକପ୍ରିୟ ଖେଳାଳି। ପଡ଼ିଆରେ ସେ ସର୍ବଦା ସକ୍ରିୟ ରହୁଥିବା ବେଳେ ସାଥି ଖେଳାଳିଙ୍କୁ ପ୍ରୋତ୍ସାହିତ କରନ୍ତି। କିନ୍ତୁ ଅନେକ ଥର ସେ ଖରାପ ଶବ୍ଦର ବ୍ୟବହାର କରିପକାନ୍ତି। ଏନେଇ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ। ଏନେଇ ପୂର୍ବତନ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଦୀପ ଦାସଗୁପ୍ତା ଅଧିନାୟକ ବିରାଟ କୋହଲିଙ୍କୁ ସାବଧାନ କରାଇଛନ୍ତି।

ତାଙ୍କ ମତରେ କୋହଲିଙ୍କ ଖେଳ ଛୋଟ ପିଲାମାନେ ମଧ୍ୟ ଦେଖୁଛନ୍ତି। ୪୪ ବର୍ଷୀୟ ଦାସଗୁପ୍ତା କହିଛନ୍ତି, ବିରାଟ ପଡ଼ିଆରେ ନିଜର ଇସାରା ଏବଂ ଶବ୍ଦ ଉପରେ ଧ୍ୟାନ ଦେବା ଦରକାର। ଫିଲ୍ଡରେ କୋହଲି ପ୍ରାୟତଃ ଜୋସ୍‌ ଏବଂ ଆକ୍ରାମକ ହୋଇପଡ଼ନ୍ତି। ମୈଦାନରେ ତାଙ୍କର ଜୋସ୍‌ ହିଁ ତାଙ୍କୁ ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରେ ଏବଂ କୋହଲି ଏମିତି ଜଣେ ଶାନ୍ତ ମଣିଷ ସେ ଯାହାକୁ ଜାଣିଛନ୍ତି ବୋଲି ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦାସଗୁପ୍ତା କହିଛନ୍ତି।

କୋହଲି ପାଟିରେ ଆଙ୍ଗୁଳି ଦେବାକୁ ନେଇ ଦୀପଙ୍କୁ କରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି, ସେ ବେଳେ ବେଳେ ଅନ୍ୟମନସ୍କ ହୋଇଯାଆନ୍ତି। ସେ ଆହୁରି କହିଛନ୍ତି, ‘ହଁ କୋହଲି ଦେଶର ରାଜଦୂତ, ବିଶେଷ କରି ଯେତେବେଳେ ଆପଣ ଭାରତ ବାହାରେ ଖେଳୁଛନ୍ତି। ସାଉଥମ୍ପଟନରେ ମୁଁ ନଥିଲି ତେଣୁ ସେଠାରେ ତାଙ୍କ ବ୍ୟବହାର କେମିତି ଥିଲା ମୋତେ ଜଣାନାହିଁ। ସେ ନିଜର ଇସାରା ଏବଂ ଶବ୍ଦ ଠିକ ଭାବେ ଚୟନ କରନ୍ତୁ ମତ ଉପରେ ମୁଁ ସହମତି ପ୍ରକାଶ କରୁଛି। ସେ ଲକ୍ଷ ଲକ୍ଷ ପିଲାଙ୍କ ଆଦର୍ଶ। ତାଙ୍କୁ ପିଲାମନେ ମଧ୍ୟ ଦେଖୁଛନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.