ଏସିଆ କପ୍‌ରେ ଓପନିଂ କରିବେ କି ବିରାଟ ? ଆଇପିଏଲ୍‌ରେ ରହିଛି ଶାନ୍‌ଦାର୍‌ ରେକର୍ଡ

Published By : Prameya-News7 Bureau | August 10, 2022 IST

ମୁମ୍ବାଇ ୧୦।୦୮: ଚାରି ବର୍ଷ ପରେ ୟୁଏଇରେ ଖେଳାଯିବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ । ଏସିଆ କପ୍‌ ପାଇଁ ଭାରତୀୟ ଟିମ୍‌ ମଧ୍ୟ ଘୋଷଣା ସରିଛି । ତେବେ ଖରାପ ଫର୍ମକୁ ନେଇ ଗତ କରୁଥିବା ବିରାଟ କୋହଲିଙ୍କୁ ପୂର୍ବତନ ଖେଳାଳି ପାର୍ଥିବ ପଟେଲ୍‌ ଏକ ପରାମର୍ଶ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ସହ ବିରାଟଙ୍କୁ ଓପନିଂ କରିବା ଉଚିତ ବୋଲି ସେ କହିଛନ୍ତି।

ପାର୍ଥିବ ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟ କୋହଲି ଯଦି  ଓପନିଂ କରନ୍ତି । ତେବେ ତାଙ୍କ ପାଇଁ ଏହା ବରଦାନ୍‌ ସାବ୍ୟସ୍ତ ହେବ । ପୂର୍ବରୁ ବିରାଟଙ୍କ ଓପନିଂ ବ୍ୟାଟର ହିସାବରେ ଭଲ ଟ୍ରାକ୍‌ ରେକର୍ଡ ରହିଛି । ୧୭୦ ଷ୍ଟ୍ରାଇକ୍‌ ରେଟ୍‌ ବିରାଟ ରନ୍‌ ସଂଗ୍ରହ କରିଛନ୍ତି । ଏପିରିକି ସେ ଆଇପିଏଲ୍‌ରେ ବାଙ୍ଗାଲୋର ଟିମ୍‌ ପାଇଁ ଓପନିଂ ଖେଳି ଭଲ ରନ୍‌ ସଂଗ୍ରହ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍‌ରେ ଓପନର ଭାବେ ବ୍ୟାଟିଂ କରି ବିରାଟଙ୍କ ରେକର୍ଡ ଭଲ ରହିଛି । ବିରାଟ ୮୪ଟି ମ୍ୟାଚ୍‌ରେ ଓପନିଂ କରି ୪୧.୮୬ ପ୍ରତିଶତ ଏବଂ ୧୩୪.୫୪ ଷ୍ଟ୍ରାଇକ୍‌ ରେଟ୍‌ରେ ୨୯୭୨ ରନ୍‌ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ବିରାଟ ୨୦ଟି ଅର୍ଦ୍ଧଶତକ ଓ ୫ଟି ଶତକ ମଧ୍ୟ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.