Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ଖେଳି ପାରନ୍ତି ବିରାଟ କୋହଲି, ରୋହିତ ଏବଂ ଋଷଭ ପନ୍ତ

8/07/2022 at 4:38 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜୁଲାଇ ୬ରେ ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଦିନିକିଆ ସିରିଜ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଥିଲା। ତେବେ ଏଥିରେ ନା ଥିଲା ଅଧିନାୟକ ରୋହିତ ଶର୍ମାଙ୍କ ନାମ ନା ବିରାଟ କୋହଲି। ଯଶପ୍ରୀତ ବୁମରା ଏବଂ ଋଷଭ ପନ୍ତ ପରି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ୍ କରାଯାଇନାହିଁ। ଏହି ସବୁ ଖେଳାଳିଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି। ମାତ୍ର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବରିଷ୍ଠ ଖେଳାଳି ଖେଳି ପାରନ୍ତି। ଦଳ ପ୍ରବନ୍ଧକ ଆଗାମୀ ଟି-୨୦ ବିଶ୍ଵ କପ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇ ପାରନ୍ତି।

ଇଂଲଣ୍ଡ ଗସ୍ତ ସରିବା ମାତ୍ରେ ଭାରତ ଜୁଲାଇ ୨୨ରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ଗସ୍ତରେ ତିନୋଟି ଦିନିକିଆ ମ୍ୟାଚ୍ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ତେବେ ବିଶ୍ଵ କପ୍ ପ୍ରସ୍ତୁତି ପାଇଁ ଏହି ସିରିଜ୍‌ରେ ରୋହିତ, ବିରାଟ, ପନ୍ତ ଏବଂ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ସାମିଲ୍ କରାଯାଇପାରେ।

ବିରାଟ କୋହଲି  ଦୀର୍ଘ ଦିନ ହେବ ଫର୍ମରେ ନାହାନ୍ତି। ଫର୍ମ ଫେରିପାଇବାକୁ ହେଲେ ତାଙ୍କୁ ମ୍ୟାଚ୍ ଖେଳିବାକୁ ପଡିବ। ତେଣୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯିବ। ଇଂଲଣ୍ଡ ବିପକ୍ଷ ଆଗାମୀ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିରାଟଙ୍କ ଉପରେ ସଭିଙ୍କ ନଜର ରହିବ। ଗତ କିଛି ସମୟ ହେବ ରୋହିତ ଶର୍ମା ମଧ୍ୟ ଖାସ୍ ଫର୍ମରେ ନାହାନ୍ତି। କରୋନା ସଂକ୍ରମିତ କାରଣରୁ ଏଜବାଷ୍ଟନ ଟେଷ୍ଟ ଖେଳି ପାରିନଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ତାଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ବଡ ସ୍କୋର କରି ପାରିନଥିଲେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍,  ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷନ(ଓ୍ଵିକେଟ୍ କିପର),  ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅଭେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

   Related Posts