ୱେଷ୍ଟଇଣ୍ଡିଜ ଗସ୍ତ/ବିରାଟ କହିଲେ ବଡ କଥା: ଧୋନୀଙ୍କ ଅନୁପସ୍ଥିତି ଏହି ଖେଳାଳିଙ୍କୁ ଦେବ ବଡ ଫାଇଦା

Published By : Prameya-News7 Bureau | August 03, 2019 IST

ନୂଆଦିଲ୍ଲୀ୩|୮: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଫ୍ଲୋରିଡ଼ାରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଖେଳ ଆରମ୍ଭ ହେବ। ଟି-୨୦ ମ୍ୟାଚ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି ଯେ, ଟିମ ଇଣ୍ଡିଆରେ ଧୋନୀଙ୍କ ଅନୁପସ୍ଥିତି ଜଣେ ଖେଳାଳିଙ୍କୁ ନିଶ୍ଚିତ ଫାଇଦା ଦେବ।

ଆଗାମୀ ଟି-୨୦ ସିରିଜ ମ୍ୟାଚରେ ଧୋନୀ ଖେଳିବେ ନାହିଁ ​‌ବରଂ ୨ ମାସ ଭାରତୀୟ ସେନା ବାହିନୀ​‌ ସହ ରହିବେ ବୋଲି ଧୋନୀ କହିଥିଲେ।  ଧୋନୀଙ୍କ ଅନୁପସ୍ଥିତି ଋଷଭ ପନ୍ତଙ୍କୁ ବଡ ଫାଇଦା ଦେବ ବୋଲି ବିରାଟ କୋହଲି କହିଛନ୍ତି।

 ବିରାଟ ଆହୁରି ମଧ୍ୟ କହିଛନ୍ତି, ଋଷଭ ନିଜର ପ୍ରତିଭା ଦେଖାଇ ପାଇଁ ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ। ତେଣୁ ଓ୍ବିକେଟକିପିଂରେ ତାଙ୍କର ଭଲ ପ୍ରଦର୍ଶନ ଟିମ ପାଇଁ ଲାଭଦାୟକ ବୋଲି ବିରାଟ କହିଛନ୍ତି।

ଏଥିସହ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଟି-୨୦ ସିରିଜରେ ଆରାମ ଦିଆଯାଇଛି। ତେଣୁ ତାଙ୍କ ସ୍ଥାନରେ ମିଡିଲ ଅର୍ଡରରେ ଖେଳି ପାଇଁ ଋଷଭ ପନ୍ତଙ୍କୁ ମଧ୍ୟ ସୁଯୋଗ ଦିଆଯିବ। ତେଣୁ ବ୍ୟାଟିଂରେ ମଧ୍ୟ ଋଷଭଙ୍କୁ ଦମଦାର ଖେଳ ପ୍ରଦର୍ଶନ କରିବେ ବୋଲି ଟିମ ଆଶା ରଖିଛି ।

ଏଥିସହ ଯୁବ ଖେଳାଳି ନିଜରେ ପ୍ରତିଭା ଦେଖାଇ ପାଇଁ ଏହା ଏକ ସୁବର୍ଣ୍ଣସୁଯୋଗ ବୋଲି ବିରାଟ କହିଛନ୍ତି। ଧୋନୀଙ୍କ ଅନୁପସ୍ଥିତିକୁ ଟିମ ଇଣ୍ଡିଆ ଅନୁଭବ କରୁଛି। ତେଣୁ ତାଙ୍କଭଳି ଦକ୍ଷ ଓ୍ବିକେଟ କିପରଙ୍କ ବଦଳରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି ବୋଲି ବିରାଟ ଶେଷରେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.