ଅନୁଷ୍କାଙ୍କ ପ୍ରେଗନେନ୍ସି ଖବର ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଛାଡି ମୁମ୍ଵାଇ ଫେରିଲେ ବିରାଟ
2/10/2023 at 1:49 PM

ମୁମ୍ଵାଇ ୦୨।୧୦: ମୋଷ୍ଟ ଆଡରେବଲ କପଲ ଅନୁଷ୍କା ଶର୍ମା -ବିରାଟ କୋହଲି। ଖବର ରହିଛି କି ଦୁହେଁ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଏକ ସୋର୍ସରୁ ନିଶ୍ଚିତ ଖବର ମିଳିଥିଲା ଯେ ଅଭିନେତ୍ରୀ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଏହି ଦମ୍ପତି ଏପର୍ଯ୍ୟନ୍ତ ତାଙ୍କ ପ୍ରେଗନେନ୍ସିକୁ ନେଇ ଘୋଷଣା କରିନାହାଁନ୍ତି। ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଥିବା ଖବର ମଧ୍ୟରେ ଗୁଆହାଟୀରେ ଚାଲିଥିବା ବିଶ୍ୱକପ ୨୦୨୩ର ୱାର୍ମ ଅପ୍ ମ୍ୟାଚରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଶୀଘ୍ର ମୁମ୍ବାଇ ଫେରିବାକୁ ପଡିଥିଲା।
ଖବର ମୁତାବକ ବିରାଟ ପତ୍ନୀ ଅନୁଷ୍କାଙ୍କୁ ଭେଟିବା ପାଇଁ ଗୁଆହାଟୀରୁ ମୁମ୍ବାଇକୁ ଜରୁରୀକାଳୀନ ବିମାନ ନେଇଥିଲେ । ବର୍ତ୍ତମାନ ଏହା ଉପରେ ଅନେକ କଳ୍ପନାଜଳ୍ପନା ସୃଷ୍ଟି କରୁଛି। ମଙ୍ଗଳବାର ଦିନ ତିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷ ଆଇସିସି ODI କ୍ରିକେଟ୍ ବିଶ୍ୱକପ୍ର ଟିମ୍ ଇଣ୍ଡିଆର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିରାଟ ବ୍ୟସ୍ତ ଥିଲେ। ତେବେ ବିରାଟଙ୍କ ହଠାତ୍ ଜରୁରୀକାଳୀନ ପରିସ୍ଥିତିକୁ ଫେରିବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
କହିବାକୁ ଗଲେ ଏସିଆ କପ୍ ପରେ ଆଇସିସି ODI କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ ୧୨ ବର୍ଷ ପରେ ଭାରତରେ ଆରମ୍ଭ ହେଉଛି ଏବଂ ଏହା ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ଅନୁଷ୍କା ଏବଂ ବିରାଟ ୧୧ ଡିସେମ୍ବର ୨୦୧୭ରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଇଟାଲୀରେ ବିବାହ କରିଥିଲେ। ୨୦୨୧ ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ଚର୍ଚ୍ଚା ହେଉଛି ଦୁହେଁ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି ।