୫ ବର୍ଷ ପରେ 'ଗୋଲ୍ଡେନ ଡକ୍‌'ର ଶିକାର  ହେଲେ ବିରାଟ କୋହଲି, ସ୍ମିତହାସ୍ୟ ଦେଇ ପାଭିଲିୟନ ଫେରିଲେ

Published By : Prameya-News7 Bureau | April 19, 2022 IST

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦୀର୍ଘ ସମୟ ଧରି ଖରାପ ଫର୍ମ ଜାରି ରହିଛି। ଆଶା କରାଯାଉଥିଲା ଆଇପିଏଲ ଜରିଆରେ ସେ ଫର୍ମକୁ ଫେରିବେ। କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏପ୍ରିଲ ୧୯ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଖାତା ମଧ୍ୟ ଖୋଲି ପାରି ନାହାନ୍ତି।

ବିରାଟ କୋହଲିଙ୍କ ଚଳିତ ସିଜିନରେ ଏହା ପ୍ରଥମ ଗୋଲଡେନ୍ ଡକ୍। ଅନୁଜ ରାଓ୍ଵତ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜକୁ ଆସିଥିଲେ। ତେବେ ଦୁଷ୍ମନ୍ତା ଚମିରାଙ୍କ ପ୍ରଥମ ଓଭରର ଶେଷ ବଲରେ ବିରାଟ କୋହଲି ପଏଣ୍ଟରେ ଦୀପକ ହୁଡ୍ଡାଙ୍କୁ କ୍ୟାଚ୍ ଦେଇଥିଲେ। ଏହା ପରେ କୋହଲି ସ୍ମିତହାସ୍ୟ ଦେଇ ପାଭିଲିୟନ ଫେରିଥିଲେ।

 ଆଇପିଏଲ ଇତିହାସରେ କୋହଲି ଚତୁର୍ଥ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ତେବେ ଗତ ପାଞ୍ଚ ବର୍ଷରେ କୋହଲି ପ୍ରଥମ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ବିରାଟ କୋହଲି ଶେଷ ଥର ୨୦୧୭ରେ ଗୋଲଡେନ୍ ଡକ୍‌ର ଶିକାର ହୋଇଥିଲେ।

ବିରାଟ କୋହଲିଙ୍କ ଗୋଲଡେନ୍ ଡକ୍‌(ଆଇପିଏଲ)

ବନାମ ମୁମ୍ଵାଇ ଇଣ୍ଡିଆନ୍ସ ୨୦୦୮(ବୋଲର-ଆଶିଷ ନେହେରା)

ବନାମ କୋଲକାତା ନାଇଟ୍ ରାଇଡର୍ସ ୨୦୧୪(ବୋଲର- ସନ୍ଦୀପ ଶର୍ମା)

ବନାମ କୋଲକାତା ନାଇଟ୍ ରାଇଡର୍ସ ୨୦୧୭(ବୋଲର- ନାଥନ କୁଲଟର ନାଇଲ)

ବନାମ ଲକ୍ଷ୍ନୌ ସୁପର  ଜାଏଣ୍ଟସ ୨୦୨୨(ବୋଲର-ଦୁଷ୍ମନ୍ତା ଚମିରା)

ଆଇପିଏଲ ୨୦୨୨ରେ କୋହଲିଙ୍କ ପ୍ରଦର୍ଶନ

୪୧*, ୧୨, ୫, ୪୮, ୧, ୧୨,୦।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.