'ମୋ ଅର୍ଦ୍ଧଶତକକୁ ବିଫଳତା କୁହାଯାଉଥିଲା...' : ଶତକ ଲଗାଇବା ପରେ କୋହଲିଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ, ୦୯|୦୯: ଦୀର୍ଘଦିନ ପରେ ଶତକ ଲଗାଇଛନ୍ତି ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ଏସିଆ କପରେ ସେ ୧୨୨ ରନର ଦମଦାର ଇନିଂସ ଖେଳିଛନ୍ତି । ଏହି ସମୟରେ କୋହଲି ୬୧ ବଲର ସାମ୍ନା କରିଥିଲେ । ଯେଉଁଥିରେ ୧୨ ଚଉକା ଓ ୬ ଛକା ରହିଥିଲା । ସେ ୮୩ ଇନିଂସ ଓ ୧୦୨୦ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ଲଗାଇଛନ୍ତି । କିଙ୍ଗ୍ କୋହଲି ଶେଷ ଥର ପାଇଁ ୨୦୧୯ ନଭେମ୍ବର ୨୩ ତାରିଖରେ କୋଲକାତାରେ ସେଞ୍ଚୁରୀ ହାସଲ କରିଥିଲେ ।

କୋହଲିଙ୍କ ଶତକ ବଳରେ ଭାରତ ୨୧୨ ରନର ବିଶାଳ ସ୍କୋର କରିଥିଲା । ଏହାସହ ଆଫଗାନିସ୍ତାନକୁ ୧୦୧ ରନରେ ମାତ୍ ଦେଇଥିଲା । ଭାରତର ବିଜୟ ପରେ କୋହଲି ପ୍ରତିକ୍ରିୟା ରଖିଛନ୍ତି । କିଛି ମାସର ବିଶ୍ରାମରେ ସେ ବହୁତ କିଛି ଶିଖିଥିବା ପ୍ରକାଶ କରିଛନ୍ତି ।

କୋହଲି କହିଛନ୍ତି ଯେ, ଯେତେବେଳେ ସେ ୬୦-୭୦ ରନ୍ କରୁଥିଲେ ସେତେବେଳେ ସମସ୍ତେ ତାଙ୍କୁ ବିଫଳ ଖେଳାଳି ବୋଲି କହୁଥିଲେ । ଯାହା ଅଧିକ ଚକିତକର ଥିଲା । କିନ୍ତୁ ଆଜିର ଦିନ ଖୁବ୍ ଭଲ ଥିଲା । କ୍ରିକେଟରୁ ଦୂରରେ ରହିବା ପରେ ନିଜ ଦୁର୍ବଳତା ସେ ବୁଝିପାରିଥିଲେ । କଷ୍ଟକର ସମୟରେ ପତ୍ନୀ ଅନୁଷ୍କା ତାଙ୍କୁ ଖୁବ୍ ବଳ ଦେଇଥିଲେ । ମାର୍ଗଦର୍ଶନ କରିଥିଲେ । ଘଟଣାକୁ ଭିମ୍ମ ଭାବେ ଦେଖିବା ଶିଖାଇଥିଲେ । ଏହି ସବୁ କାରଣରୁ ସେ ସଠିକ ଭାବେ ଖେଳିପାରିଥିଲେ । ତେବେ ତାଙ୍କୁ ଯାହା ବି ମିଳିଛି ଭଗବାନଙ୍କ କାରଣରୁ ମିଳିଛି ।

ଦଳର ଅନେକ ଯୋଗଦାନ

କୋହଲି କହିଛନ୍ତି ଯେ, ସେ କିଛି ସମୟ ଧରି ବ୍ରେକ୍ ନେଇଥିଲେ । କିପରି ଚାପରୁ ଦୂରରେ ରହିହେବ ତାହା ତାଙ୍କୁ ଦଳ ଶିଖାଇଥିଲା । ତାଙ୍କୁ ଖୁବ୍ ପରାମର୍ଶ ଦିଆଯାଇଥିଲା । ଯାହାକୁ ସେ ଗ୍ରହଣ କରିଥିଲେ ଓ ବ୍ୟାଟିଂକୁ ଉନ୍ନତ କରିବା ପାଇଁ ପ୍ରୟାସ କରିଥିଲେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.