ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

‘୧୦ ବର୍ଷରେ ପ୍ରଥମ ଥର ହୋଇଛି, ମାସେ ହେଲା ବ୍ୟାଟ୍ ଧରିନି’ : ବିରାଟ କୋହଲି

27/08/2022 at 2:01 PM

ନୂଆଦିଲ୍ଲୀ, ୨୭/୦୮  :    ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି । ଯାହାକୁ ନେଇ ସମସ୍ତେ ଚିନ୍ତାରେ । ଫ୍ୟାନ୍ସ ମଧ୍ୟ ନିରାଶ ଅଛନ୍ତି । ଅଢେଇ ବର୍ଷ ହେଲା ତାଙ୍କ ବ୍ୟାଟରୁ ବାହାରିନି ଶତକ । ଏପରିକି ସେ ୬ ମାସ ହେଲା କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଅର୍ଦ୍ଧଶତକ ମଧ୍ୟ ଲଗାଇ ନାହାଁନ୍ତି ।

ଖରାପ ଫର୍ମ ମଧ୍ୟରେ ଏକ ମାସ ହେଲା କ୍ରିକେଟରୁ ଦୂରରେ ଅଛନ୍ତି କୋହଲି । ଇଂଲଣ୍ଡ ଗସ୍ତ ପରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ବ୍ୟାଟକୁ ହାତ ମଧ୍ୟ ଦେଇ ନାହାଁନ୍ତି ।

୪୧ଦିନର ବିଶ୍ରାମ ପରେ ଖେଳିବେ କୋହଲି

କୋହଲି ଏସିଆ କପରେ ପାକିସ୍ତାନ ବିପକ୍ଷରେ ଦୀର୍ଘଦିନର ବିରତ୍ତି ପରେ ମ୍ୟାଚ୍ ଖେଳିବେ । ଏହାକୁ ନେଇ ସେ କହିଛନ୍ତି ଯେ, ୪୧ ଦିନର ବିଶ୍ରାମ ପରେ ସିଧା ପାକିସ୍ତାନ ସହ ମ୍ୟାଚ୍ ଖେଳିବେ । ଏହା ରବିବାର ଖେଳାଯିବ । ଭାରତୀୟ ଦଳ ପାଇଁ ଏହା ବଡ ରିସ୍କ ହୋଇପାରେ । କୋହଲି ଶେଷ ଥର ଜୁଲାଇ ୧୭ରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ଦିନିକିଆ ଖେଳିଥିଲେ । ଏଥିରେ ସେ ୨୨ ବଲରୁ ମାତ୍ର ୧୭ ରନ୍ କରିଥିଲେ ।

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ରନ୍ ମେସିନ୍ କହିଛନ୍ତି ଯେ, ୧୦ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି । ସେ ମାସେ ହେଲା ଖେଳିନାହାଁନ୍ତି । ବ୍ୟାଟକୁ ମଧ୍ୟ ଛୁଇଁ ନାହାଁନ୍ତି । ସେ ନିଜ ନିଜକୁ ବୁଝାଉଥିଲେ । ଶରୀର ଗୋଟିଏ କଥା କହୁଥିବା ବେଳେ ମନ ମଧ୍ୟ ବ୍ରେକ୍ ନେବାକୁ ପଛକୁ ଟାଣୁଥିଲା । ସମସ୍ତେ ତାଙ୍କୁ ମାନସିକ ଭାବେ ସଶକ୍ତ ଭାବନ୍ତି । ସେ ଏପରି ମଧ୍ୟ । କିନ୍ତୁ ସବୁର ଏକ ପରିଧି ରହିଛି । ନହେଲେ ସବୁ କିଛି ଭୁଲ ହେବାର ସମ୍ଭାବନା ରହିଛି ।

କୋହଲି ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ମାନସିକ ଭାବେ ଅଳ୍ପ ଦୁର୍ବଳ ଅନୁଭବ କରୁଥିଲେ । ଏହାକୁ ସେ ସ୍ୱୀକାର କରିଛନ୍ତି । ଏହା ସାଧାରଣ କଥା ଥିଲା । କିନ୍ତୁ କେହି ଏପରି କୁହନ୍ତି ନାହିଁ । ମଜବୁତ ହେବା ନେଇ ପ୍ରଦର୍ଶନ କରିବା ଦୁର୍ବଳ ନେଇ ସ୍ୱୀକାର କରିବା ଅପେକ୍ଷା ବହୁତ ବଡ ଘାତକ ହୋଇଥାଏ ବୋଲି ସେ କହିଛନ୍ତି । 

   Related Posts