'ବିରାଟ ଠକ ନୁହେଁ, ଇଂଲଣ୍ଡ ଗଣମାଧ୍ୟମର ଅଯଥା ଗପ ଶୁଣି ଥକିଗଲିଣି' : କୋହଲିଙ୍କ ପାଇଁ ବାହାରିଲେ ଇଣ୍ଡିଜ୍ କ୍ରିକେଟର୍

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ ୦୮/୦୭ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଅଧିକାଂଶ ସମୟରେ ଇଂଲିଶ ମିଡିଆର ଟାର୍ଗେଟରେ ରହିଥାନ୍ତି । ଭାରତୀୟଦଳ ଏଜବେଷ୍ଟନରେ ମ୍ୟାଚ୍ ହାରିବା ପରେ ଇଂଲଣ୍ଡର ଅନେକ ଚ୍ୟାନେଲ ବିରାଟଙ୍କୁ ସମାଲୋଚନା କରିଥିଲେ । ତେବେ ମୁକାବିଲାରେ ବିରାଟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ବ୍ୟାଟର୍ ଆଲେକ୍ସ ଲିସ୍ ଆଉଟ୍ ହେଲା ପରେ ବିରାଟ ଅଧିକ ଖୁସି ମନାଇ ପିଚର ଡେଞ୍ଜର ଜୋନକୁ ଚାଲିଆସିଥିଲା । ଯାହାକୁ ନେଇ ତାଙ୍କୁ ଏବେ ସମାଲୋଚନା କରାଯାଉଛି ।

wp:html /wp:html

ଏବେ ବିରାଟଙ୍କ ଏହି ଖୁସି ମନାଇବା ଉପରେ ଇଂଲଣ୍ଡର ସାମ୍ବାଦିକ ଜର୍ଜ ଡୋବେଲ ଲେଖିଛନ୍ତି ଯେ, ଆଲେକ୍ସଙ୍କ ଆଉଟର ଖୁସି ମନାଇବା ପାଇଁ ଏହା ଏକ ମଜାଦାର ଜାଗା ଅଟେ । ଏହି ଟ୍ୱିଟ୍ ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ଟିନୋ ବେଷ୍ଟ୍ ଏହାର ଜବାବ ଦେଇଥିଲେ ।

wp:html /wp:html

ଟିନୋ ଲେଖିଥିଲେ ଯେ, ଯେଉଁ ଖେଳାଳି କୃଷ୍ଣକାୟ ବା କଳା ହୋଇଥାନ୍ତି ସେମାନଙ୍କୁ ଇଂଲଣ୍ଡବାସୀ ସହିପାରନ୍ତି ନାହିଁ । ଚ୍ୟାଲେଞ୍ଜ ଦେଲେ ବି ବଡ ସମସ୍ୟା ହୋଇଯାଏ । ଇଂଲିଶ ମିଡିଆ ସର୍ବଦା ବିରାଟ ବା ଅନ୍ୟ ଅଣଇଂଲଣ୍ଡ ଖେଳାଳିଙ୍କୁ ଲଗାତର ସମାଲୋଚନା କରିଥାଏ । ଫାଲତୁ କଥା କହିଥାଏ । ଯାହା ପଢିପଢି ସେ ଥକି ଯାଇଥିବା କହିଥିଲେ ।

ଏହି ଜବାବ ପରେ ସାମ୍ବାଦିକ ଡୋବେଲ୍ କହିଥିଲେ ଯେ, ସେ ସେପରି ନୁହଁନ୍ତି । ଏହାର ପ୍ରତି ଜବାବ ଦେଇଥିଲେ ଟିନୋ । ଆପଣ ଠିକ୍ କିନ୍ତୁ ଅନ୍ୟ ଇଂଲିଶ କମେଣ୍ଟେଟର୍ ଅଯଥା କଥା କୁହନ୍ତି । ବିରାଟ କୌଣସି ଠକ ନୁହେଁ, ସେ ବର୍ତ୍ତମାନର ସବୁଠୁ ବଡ ଆଇକନ୍ । ନିଜ ବନ୍ଧୁମାନଙ୍କୁ ଏହା କହିଦେବ ବୋଲି ଟିନୋ ଡୋବେଲଙ୍କୁ କହିଥିଲେ । ଏହାସହ ବିରାଟ ଇଂରେଜ୍ ନୁହେଁ, ତେଣୁ ତାଙ୍କ ବିରୋଧରେ ବାରମ୍ବାର ଅର୍ଟିକିଲ୍ ବାହାରୁଛି ବୋଲି ମଧ୍ୟ ଟିନୋ କହିଥିଲେ ।

ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ବିରାଟ ଅନେକ ଥର ଇଂଲିଶ ମିଡିଆର ଟାର୍ଗେଟରେ ରହି ଆସିଛନ୍ତି । ଇଂଲଣ୍ଡ ହେଉ ବା ଅଷ୍ଟ୍ରେଲିଆ ସବୁଠି ବିରାଟଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ବିରାଟ ଆକ୍ରମଣାତ୍ମକ ଖେଳ ଖେଳିବା ସହ ପଡିଆରେ ମଧ୍ୟ ଖାସ୍ ଅନ୍ଦାଜରେ ଆସିଥାନ୍ତି  । ଏଥିପାଇଁ ତାଙ୍କ ଉପରେ ଅନେକ ଚାପ ମଧ୍ୟ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.