'ପାଟି ବନ୍ଦ କରି ବ୍ୟାଟିଂ କର' : ପଡିଆରେ ଜନି ବେୟରଷ୍ଟୋ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ ୦୪/୦୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଭାରତୀୟ ଟିମ୍ ମ୍ୟାଚରେ ଦବଦବା ଜାହିର କରିଥିଲା । ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି । ଇଂଲଣ୍ଡ ଟିମର ଖେଳାଳି ଜନି ବେୟରଷ୍ଟୋ ଓ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡିଆରେ ଯୁକ୍ତିତର୍କ ଲାଗିଥିଲେ । ଯାହା ପରେ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ସୂଚନାନୁସାରେ, ତୃତୀୟ ଦିନ ଖେଳ ଆରମ୍ଭ ହେବା ସମୟରେ ଜନି ବେୟରେଷ୍ଟୋ ଓ ବେନ୍ ଷ୍ଟୋକସ୍ କ୍ରିଜକୁ ଆସିଥିଲେ । ଖେଳ ଆରମ୍ଭ ହେବାର କିଛି ସମୟ ପରେ ମହମ୍ମଦ ଶାମି ବୋଲିଂ କରୁଥିଲେ । ଏହି ସମୟରେ ବିରାଟ କୋହଲି ଓ ଜନିଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିଲା । ଏପରିକି ଦୁଇ ଖେଳାଳି ଯୁକ୍ତିତର୍କ ଲାଗିଥିଲେ । ଫଳରେ ବାଧ୍ୟ ହୋଇ ଅମ୍ପାୟାର ହସ୍ତକ୍ଷେପ କରିଥିଲେ । ଉଭୟ ଅମ୍ପାୟାର ଜନି ଓ କୋହଲିଙ୍କୁ ଶାନ୍ତ ହେବାକୁ କହିଥିଲେ । ମାହୋଲ ଶାନ୍ତ ହେଲା ପରେ ବିରାଟ କୋହଲି ଓ ଜନି ବେୟରେଷ୍ଟୋ ହସି ହସି କଥା ହେଉଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନରେ ବର୍ଷା ହେଲା ବେଳେ ବିରାଟ ଓ ଜନିଙ୍କ ଫଟୋ ଭାଇରାଲ ହୋଇଥିଲା । ଉଭୟ ହସି ହସି ପ୍ୟାଭିଲିୟନ ଆଡେ ଯାଉଥିଲେ । ତେବେ ବିରାଟ ସଦାବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ପସନ୍ଦ କରନ୍ତି । ଯାହା ଫ୍ୟାନଙ୍କୁ ଅନେକ ସମୟରେ ପସନ୍ଦ ଆସିଥାଏ ।

wp:html /wp:html

ଭଲ ସ୍ଥିତିରେ ଭାରତ

ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍ ସ୍କୋର କରିଥିଲା । ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍ ବଳରେ ଭାରତ ୪୦୦ ରନ୍ ଅତିକ୍ରମ କରିଥିଲା । ବୋଲିଂରେ ମଧ୍ୟ ବୋଲର ଇଂଲିଶ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୩୦୦ ରନ୍ ଛୁଇଁବା ଆଗରୁ ଅଲଆଉଟ୍ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.