ଷ୍ଟାଡିୟମରେ ବିରାଟଙ୍କ ଡବ୍ଲୁଡବ୍ଲୁଇ ଷ୍ଟାଇଲ୍ ରିଆକ୍ସନ, ଭିଡିଓ ଭାଇରାଲ

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ ୨୭/୦୫:  ଆଇପିଏଲର ପ୍ରଥମ ଏଲିମିନେଟରରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍ଡିଂ ବେଳେ କିଛି ଏପରି ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । କାରଣ ଜଣେ ଫ୍ୟାନ୍ ତାରବାଡ ଡେଇଁ ଷ୍ଟାଡିୟମରେ ପ୍ରବେଶ କରିଥିଲେ ଓ ବିରାଟ କୋହଲିଙ୍କ ପାଖକୁ ପଳାଇଥିଲେ ।

ଏହି ସମୟରେ ପଛରୁ କୋଲକାତା ପୋଲିସର ଦୁଇ ଯବାନ ଆସି ଫ୍ୟାନଙ୍କୁ କାନ୍ଧରେ ଟେକି ନେଇ ବାହାରକୁ ପଳାଇଥିଲେ । ଏହା ଦେଖିବା ପରେ କୋହଲି ମଜାଦାର ରିଆକ୍ସନ କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା ।

wp:html /wp:html

ତେବେ ଫ୍ୟାନଙ୍କୁ ପୋଲିସ ଟେକିନେବା ପରେ କୋହଲି ଡବ୍ଲ୍ୟୁଡବ୍ଲୁଇ ଷ୍ଟାଇଲରେ ରିଆକ୍ସନ ଦେଇଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହୋଇଛି । କାରଣ ପୋଲିସ ଯେଭଳି ଭାବେ ଫ୍ୟାନଙ୍କୁ ଉଠାଇଥିଲେ ତାହା ଦେଖି କୋହଲି ନିଜକୁ ରୋକି ପାରିନଥିଲେ ଓ ଡବ୍ଲୁଡବ୍ଲୁଇ ଷ୍ଟାଇଲରେ ରିଆକ୍ସନ ଦେଇଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସ୍କୋର କରିଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୯୩ ରନ୍ ହିଁ କରିପାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.