୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କେବେ ହାରି ନାହାନ୍ତି କ୍ୟାପ୍ଟେନ୍‌ କୋହଲି, AUSରେ ବି କାଏମ ରହିବ ରେକର୍ଡ ?

Published By : Prameya-News7 Bureau | December 05, 2020 IST

ଭୁବନେଶ୍ବର ୦୫/୧୨: ୩ ବା ତାଠୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ କୋହଲିଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ କେବେ ବି ପରାଜୟ ସ୍ବିକାର କରିନାହିଁ। ଅଷ୍ଟ୍ରେଲିଆ ସିରଜ୍‌ ପୂର୍ବରୁ ୧୧ଟି ସିରିଜ୍‌ରେ ବିରାଟ କୋହଲି ଅଧିନାୟକ ହୋଇଛନ୍ତି। ଯେଉଁଥିରେ ଭାରତୀୟ ଟିମ୍‌ ହାରିନାହିଁ। ତେବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାତେଇ ସାରିଛି ବିରାଟ ବାହିନୀ। ପୁଣି ରବିବାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ।

୨୦୧୭ରେ ପ୍ରଥମ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ରେ ବିରାଟ କୋହଲି କ୍ୟାପ୍ଟେନ୍‌ସିପ୍‌ କରିଥିଲେ। ଇଂଲଣ୍ଡକୁ ୨-୧ରେ ମାତ ଦେଇଥିଲା ବିରାଟ ବାହିନୀ। ତାପରେ ଅଷ୍ଟ୍ରେଲିଆ ସହ ୧-୧ରେ ସିରିଜ୍‌ ଟାଇ ରହିଥିଲା। ପୁଣି ଥରେ ୨୦୧୮ରେ ମଧ୍ୟ ୧-୧ରେ ସିରିଜ୍‌ ବରାବର କରିଥିଲା ଭାରତ। ଭାରତ ଶେଷ ଥର ନ୍ୟୁଜିଲ୍ୟାଣ୍ଡ ସହ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିଥିଲା। ଯେଉଁଥିରେ ୪-୦ରେ ସିରିଜ୍‌ କବ୍‌ଜା କରିଥିଲା ଭାରତ।

ଅଧିନାୟକ ହିସାବରେ ୩ ବା ତାଠୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟି-୨୦ରେ ବିରାଟ କୋହଲିଙ୍କ ଏମିତି ରେକର୍ଡ ରହିଛି

୨-୧ ବନାମ ଇଂଲଣ୍ଡ, ୨୦୧୭
୧-୧ ବନାମ ଅଷ୍ଟ୍ରେଲିଆ, ୨୦୧୭
୨-୧ ବନାମ ନ୍ୟୁଜିଲ୍ୟାଣ୍ଡ, ୨୦୧୭
୨-୧ ବନାମ ଦକ୍ଷିଣ ଆଫ୍ରିକା, ୨୦୧୮(ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଅଧିନାୟକ ଥିଲେ)
୨-୧ ବନାମ ଇଂଲଣ୍ଡ, ୨୦୧୮
୧-୧ ବନାମ ଅଷ୍ଟ୍ରେଲିଆ, ୨୦୧୮
୩-୦ ବନାମ ଓ୍ବେଷ୍ଟଇଣ୍ଡିଜ୍‌, ୨୦୧୯
୧-୧ ବନାମ ଦକ୍ଷିଣ ଆଫ୍ରିକା, ୨୦୧୯
୨-୧ ବନାମ ଓ୍ବେଷ୍ଟଇଣ୍ଡିଜ୍‌, ୨୦୧୯
୨-୦ ବନାମ ଶ୍ରୀଲଙ୍କା, ୨୦୨୦
୪-୦ ବନାମ ନ୍ୟୁଜିଲ୍ୟାଣ୍ଡ, ୨୦୨୦

ସୂଚନାଯୋଗ୍ୟ, ଆଇପିଏଲ୍‌ରେ ଗୋଟିବି ଟ୍ରଫି ଜିତି ନଥିବା ଆରସିବିକୁ ନେଇ କୋହଲିଙ୍କ ଉପରେ ଲଗାତର ପ୍ରଶ୍ନ ଉଠାଉଛନ୍ତି ଆଲୋଚକ। ତେଣୁ ଟି-୨୦ ସିରିଜ୍‌ ଜିତବା ଲକ୍ଷ୍ୟରେ କୋହଲି ଥିବା ଚର୍ଚ୍ଚା ହେଉଛି। କାନବେରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିନଥିଲେ ବି ବୋଲରଙ୍କ ଦମରେ ଜିତିଛି ଟିମ୍‌ ଇଣ୍ଡିଆ। ସେପଟେ ଆସନ୍ତାକାଲିର ମ୍ୟାଚ୍‌ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.