ମୁମ୍ବାଇ ୨୬।୦୯ : କୋହଲି କରିବେ ଆଉ ଏକ ବିରାଟ ରେକର୍ଡ । ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟରେ ହାସଲ କରିପାରନ୍ତି ଏହି ରେକର୍ଡ । ଯଦି ବିରାଟ ଏହି ରେକର୍ଡ ହାସଲ କରୁଛନ୍ତି । ତେବେ ସଚ୍ଚିନ ତେନ୍ଦୁଲକର ପଛରେ ପକାଇବେ ବିରାଟ କୋହଲି ।
ବର୍ତ୍ତମାନ ସୁଦ୍ଧା ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ୨୬ ହଜାର ୯୬୫ ରନ୍ ହାସଲ କରିଛନ୍ତି । ଯେଉଁଥିରେ ଟେଷ୍ଟ କ୍ରିକେଟ୍ରେ ୮୮୭୧ ରନ୍, ଦିନିକିଆରେ ୧୩୯୦୬ ରନ୍, ଟି-୨୦ରେ କ୍ରିକେଟ୍ରେ ୪୧୮୮ ରନ୍ ରହିଛି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ୨୭ ହଜାର ରନ୍ ପୂରଣ କରିବାକୁ ବିରାଟଙ୍କୁ ଆଉ ୩୫ ରନ୍ ଆବଶ୍ୟକ ରହିଛି । ଯଦି କାନ୍ପୁରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ବିରାଟ ଏହି ରନ୍ ହାସଲ କରିଦେଉଛନ୍ତି, ତେବେ ବିରାଟ କୋହଲି କମ୍ ଇନିଂସରେ ଏତେ ରନ୍ ସଂଗ୍ରହ କରିବାରେ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ତେନ୍ଦୁଲକରଙ୍କୁ ୨୭ ହଜାର ରନ୍ ପୂରଣ ପାଇଁ ୬୨୩ ଇନିଂସ ଲାଗିଥିଲା । ହେଲେ ବିରାଟ କୋହଲି ଏବେ ସୁଦ୍ଧା ୬୯୩ ଇନିଂସରେ ୨୬୯୬୫ ରନ୍ ସଂଗ୍ରହ କରିଛନ୍ତି ।
ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ର ସବୁଠୁ ଅଧିକ ସଂଗ୍ରହ କରିଥିବା ବ୍ୟାଟର
ସଚ୍ଚିନ ତେନ୍ଦୁଲକର ୬୬୪ ୩୪୩୫୭
କୁମାର ସାଙ୍ଗାକାରା ୫୯୪ ୨୮୦୧୬
ରିକି ପଣ୍ଟିଂ ୫୬୦ ୨୭୪୮୩
ବିରାଟ କୋହଲି ୫୩୪ ୨୬୯୬୫
ମାହେଲା ଜୟବର୍ଦ୍ଦନେ ୬୫୨ ୨୫୯୫୭
ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବର୍ତ୍ତମାନ ଯାଏଁ ୧୧୪ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ଯେଉଁଥିରେ ସେ ୮୮୭୧ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ବିରାଟ ୨୯ଟି ଶତକ, ୭ଟି ଅର୍ଦ୍ଧଶତକ, ୩୦ଟି ଅର୍ଦ୍ଧଶତକ ରହିଛି । ସେହିପରେ ଦିନିକିଆ କ୍ରିକେଟ୍ରେ ୨୯୫ଟି ମ୍ୟାଚ୍ ଖେଳି ୧୩୯୦୬ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫୦ଟି ଶତକ, ୭୨ଟି ଅର୍ଦ୍ଧଶତକ ରହିଛି । ବାକି ଟି-୨୦ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି ବିରାଟ କୋହଲି । ହେଲେ ଅବସର ସୁଦ୍ଧା ବିରାଟ ୧୨୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୧୮୮ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ରେ ବିରାଟଙ୍କ ନାଁରେ ଗୋଟିଏ ଶତକ ଏବଂ ୩୮ଟି ଅର୍ଦ୍ଧଶତକ ରହିଛି ।