oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଡିଆରଏସରେ ପୁଣି ଥରେ ବିଫଳ ହେଲେ ବିରାଟ କୋହଲି, ଦୁଇ ବର୍ଷରେ କେବଳ ଦୁଇ ଥର ପାସ୍

20/06/2021 at 7:17 PM

ସାଉଥମ୍ପଟନ ୨୦।୦୬: ଅଧିନାୟକ ବିରାଟ କୋହଲିଙ୍କଠୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଭାରତୀୟ ଦଳ ଓ ପ୍ରଶଂସକଙ୍କୁ ବହୁତ ଆଶା ରଖିଥିଲେ। କୋହଲି ଦ୍ଵିତୀୟ ଦିନର ଖେଳ ସୁଦ୍ଧା ୪୪ ରନ କରି ଅପରାଜିତ ଥିଲେ। କୋହଲି ଯେଉଁ ଶୈଳୀରେ ବ୍ୟାଟିଂ କରୁଥିଲେ ଏମିତି ଲାଗୁଥିଲା, ସେ ବଡ ସ୍କୋର କରିବେ। କିନ୍ତୁ ସେ ନିଜ ଇନିଂସକୁ ଆଗକୁ ବଢାଇ ପାରିନଥିଲେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନିଜ ସାଥୀ ବୋଲର କାଇଲ ଜେମିସନଙ୍କ ଶୀକାର ହୋଇଥିଲେ। କୋହଲି ଅମ୍ପାୟରଙ୍କ ଆଉଟ୍ ନିଷ୍ପତ୍ତି ବିରୋଧରେ ଡିଆରଏସ ନେଇଥିଲେ, ମାତ୍ର ଫଳାଫଳ ତାଙ୍କ ବିରୋଧରେ ରହିଥିଲା।

ଭାରତୀୟ ଇନିଂସର ୬୮ ତମ ଓଭର ବୋଲିଂ କରିଥିଲେ କାଇଲ ଜେମିସନଙ୍କ। ଓଭରର ଚତୁର୍ଥ ବଲରେ ବଲ୍ ପିଚ୍ ହୋଇ ଭିତରକୁ ଆସିଥିଲା ଏବଂ ପ୍ୟାଡ୍‌ରେ ଯାଇ ବାଜିଥିଲା। ଜେମିସନଙ୍କ ଜୋରଦାର ଅପିଲ୍ ଉପରେ ଅମ୍ପାୟର କୋହଲିଙ୍କୁ ଆଉଟ୍ ଘୋଷିତ କରିଥିଲେ। ପ୍ରଥମ ନଜରରେ କୋହଲି ଆଉଟ୍ ଲାଗିଥିଲେ। କେବଳ ଗୋଟିଏ ସଂଶୟ ଥିଲା, ବଲ୍ ବ୍ୟାଟ୍‌ର କୋଣରେ ବାଜିଛି କି ନାହିଁ। କୋହଲି ନିଜେ ମଧ୍ୟ ଏହାକୁ ନେଇ ସ୍ପଷ୍ଟ ନଥିଲେ। ଟାଇମର ଚାଲିଥିଲା ଏବଂ ସମୟ ଠିକ୍ ସରିବା ପୂର୍ବରୁ କୋହଲି ପଡିଆ ଅମ୍ପାୟରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ କୋହଲିଙ୍କ ବିରୋଧରେ ନିଷ୍ପତ୍ତି ଆସିଥିଲା ଏବଂ ସେ ପାଭିଲିୟନ ଫେରିଥିଲେ। ପୁଣି ଥରେ ଡିଆରଏସକୁ ନେଇ କୋହଲିଙ୍କ ନିଷ୍ପତ୍ତି ଭୁଲ୍ ସାବ୍ୟସ୍ତ ହୋଇଥିଲା।

୧୫ ଥରରୁ କେବଳ ଦୁଇ ଥର ସଫଳ

ବିଶ୍ଵ ଟେଷ୍ଟ ଚମ୍ପିଆନସିପ(୨୦୧୯-୨୦୨୧)ରେ କୋହଲି  ବ୍ୟାଟିଂ କରି ୧୫ ଥର ଡିଆରଏସ ନେଇଛନ୍ତି। କୋହଲି ଏହି ଚମ୍ପିଆନସିପରେ ନିଜର ୧୫ତମ ମ୍ୟାଚ୍ ଖେଳିଛନ୍ତି। ଅର୍ଥାତ ସେ ହାରାହାରି ପ୍ରତି ମ୍ୟାଚ୍‌ରେ ଗୋଟିଏ ଡିଆରଏସ ନେଇଛନ୍ତି। ହେଲେ ଏହି ୧୫ ଡିଆରଏସ ମଧ୍ୟରୁ କୋହଲି କେବଳ ଦୁଇ ଥର ସଫଳ ହୋଇଛନ୍ତି। ଆଠ ଥର ସେ ସିଧାସଳଖ ଆଉଟ୍ ହୋଇଥିଲେ ଏବଂ ପାଞ୍ଚ ଥର ଅମ୍ପାୟର୍ସ କଲ୍ ରହିଥିଲା। ଅମ୍ପାୟର୍ସ କଲ୍‌କୁ ଆପଣ ଯେଉଁଭଳି ପରିଭାଷିତ କଲେ ମଧ୍ୟ କୋହଲିଙ୍କୁ ପାଭିଲିୟନ ଫେରିବାକୁ ପଡିଛି।

   Related Posts