ଟିମ୍‌ ଇଣ୍ଡିଆର ଓ୍ୱେଷ୍ଟଇଣ୍ଡିଜ୍‌ ଟୁର୍‌ : ଟି-୨୦ ସିରିଜ୍‌ରୁ ବାଦ୍‌ ପଡିପାରନ୍ତି ବିରାଟ, ଏପରି ହୋଇପାରେ ଦଳ…

Published By : Prameya-News7 Bureau | July 09, 2022 IST

ମୁମ୍ବାଇ ୦୯।୦୭ : ଟିମ୍‌ ଇଣ୍ଡିଆର ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏହାପରେ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ । ଏହି ଗସ୍ତ ସମୟରେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ । କିଛି ଦିନ ତଳେ ବିସିସିଆଇ ଦିନିକିଆ ମ୍ୟାଚ୍‌ ପାଇଁ ଟିମ୍‌ ଘୋଷଣା କରିସାରିଛି । ଯାହାର ନେତୃତ୍ୱ ଶିଖର ଧାଓ୍ୱାନଙ୍କୁ ଦିଆଯାଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ କରାଯାଇଛି । ଆଉ ଏବେ ବହୁତ ଶୀଘ୍ର ଟି-୨୦ ସିରିଜ୍‌ ପାଇଁ ଟିମ୍‌କୁ ଘୋଷଣା କରାଯିବ । ଯେଉଁଥିରେ ବିରାଟ କୋହଲିଙ୍କୁ ଆରାମ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ୍‌ରୁ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ଥ, ଜଶ୍‌ପ୍ରୀତ୍‌ ବୁମ୍‌ରାହଙ୍କୁ ଆରାମ ଦିଆଯାଇଛି । ଏହି ସବୁ ଖେଳାଳି ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି । ସେହିପରି ଏବେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଗାମୀ ଟି-୨୦ ସିରିଜ୍‌ରୁ ମଧ୍ୟ ଆରାମ ଦିଆଯାଇପାରେ । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।  ତେବେ ଏହି ଟି-୨୦ ସିରିଜ୍‌ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ ।

ସେପଟେ ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ଇଂଲଣ୍ଡ ବିପକ୍ଷରେ ସିରିଜ୍‌ରେ  ଟି-୨୦ରେ ସିରିଜ୍‌ରେ ତାଙ୍କୁ ସୁଯୋଗ ଦିଆଯାଇଛି । ପାଖାପାଖି ୩ ବର୍ଷ ହେବ କୋହଲିଙ୍କ ବ୍ୟାଟ୍‌ରୁ ଗୋଟିଏ ବି ହେଲେ ସେଞ୍ଚୁରୀ ବାହାରିନାହିଁ । ଯାହାକି ତାଙ୍କ ପ୍ରଂଶସକଙ୍କୁ ଝଟ୍‌କା ଲାଗିଛି ।

ଭାରତୀୟ ଦଳ (ସମ୍ଭାବ୍ୟ ) : ରୋହିତ ଶର୍ମା (ଅଧିନାୟକ ), ଇଶାନ କିଷାନ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍‌ ଆୟର, ରିଷଭ ପନ୍ଥ, ସଂଜୁ ସାମ୍‌ସମ୍‌, ରୁତୁରାଜ ଗାଏକଓ୍ୱାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ୍‌ ବୁମ୍‌ରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମ୍‌ରାନ୍‌ ମଲ୍ଲିକ, ହର୍ଷଦୀପ୍‌ ସିଂହ, ୟୁଜବେନ୍ଦ୍ର ଚହଲ, ଆଭେଷ ଖାନ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.