ମୁମ୍ବାଇ ୨୯।୧୧ : କ୍ରିକେଟ୍ରୁ କିଛି ସମୟ ପାଇଁ ବ୍ରେକ୍ ନେବେ କିଙ୍ଗ କୋହଲି । ଆଗାମୀ ଟି-୨୦ ବିଶ୍ୱକପ୍, WTC ( ଓ୍ୱାଲ୍ଡ ଟେଷ୍ଟ ଚମ୍ପିଆନସିପ୍) ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ବିରାଟ କିଛି ଦିନ କ୍ରିକେଟ୍ରୁ ବିଶ୍ରାମ ନେଇପାରନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
wp:embed {"url":"https://www.prameyanews7.com/bcci-offered-ashish-nehra-the-post-of-t20-coach/","type":"wp-embed","providerNameSlug":"prameya-news-7"} /wp:embedଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଭାରତୀୟ ଟିମ୍ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳୁଛି । ଏଥିର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ନିକଟରେ ବିଶ୍ୱକପ୍ ଶେଷ ହୋଇଥିବାରୁ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏହାପରେ ଭାରତୀୟ ଟିମ୍ର ଦକ୍ଷିଣ ଆଫ୍ରିକା ଗସ୍ତ ରହିଛି । ଯେଉଁଠାରେ ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ୨ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଦଳକୁ ଫେରିବେ ବୋଲି ଅନୁମାନ କରାଯାଉଛି । ଡିସେମ୍ବର ୧୦ରୁ ଜାନୁଆରୀ ୩ ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିବ ଭାରତୀୟ ଟିମ୍ ।
wp:embed {"url":"https://www.prameyanews7.com/martin-guptill-reaction-on-ms-dhonis-run-out/","type":"wp-embed","providerNameSlug":"prameya-news-7"} /wp:embedତେବେ ଟି-୨୦ ଏବଂ ଦିନିକିଆ ସିରିଜ୍ ଚୟନ ପୂର୍ବରୁ ବିରାଟ କୋହଲି ବିସିସିଆଇକୁ ବିଶ୍ରାମ ନେଇ ଅନୁରୋଧ କରିଛନ୍ତି । ଆଗାମୀ ଦିନିକିଆ ଏବଂ ଟି-୨୦ ସିରିଜ୍ରେ ତାଙ୍କୁ ବିଶ୍ରାମ ଦେବାକୁ କହିଛନ୍ତି । ବାକି ଟେଷ୍ଟ ସିରିଜ୍ରେ ସେ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି ଜଣାଇଛନ୍ତି । ଯାହାଫଳରେ କି ଉଭୟ ଟି-୨୦ ଏବଂ ଦିନିକିଆ ସିରିଜ୍ରେ ବିରାଟଙ୍କୁ ମିସ୍ କରିବେ ଫ୍ୟାନ୍ସ । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ବିରାଟଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପାଇଁ କ୍ରିକେଟ୍ରୁ ବିଶ୍ରାମ ନେଇ ଉଭୟ ବିରାଟ ଏବଂ ବିସିସିଆଇ ମୁହଁ ଖୋଲିନାହାନ୍ତି । ତେଣୁ ଆଗାମୀ ଦିନରେ ଟିମ ଚୟନ ପରେ ହିଁ ପୁରା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
ଟି-୨୦ ସିରିଜ୍
ଡିସେମ୍ବର ୧୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟି-୨୦ ମ୍ୟାଚ୍ (ଡର୍ବାନ)
ଡିସେମ୍ବର-୧୨- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟି-୨୦ ମ୍ୟାଚ୍ (ସେଣ୍ଟ ଜର୍ଜ ପାର୍କ)
ଡିସେମ୍ବର-୧୪- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଟି-୨୦ ମ୍ୟାଚ୍(ଜୋହାନର୍ସବର୍ଗ)
ଦିନିକିଆ ସିରିଜ୍
ଡିସେମ୍ବର -୧୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଦିନିକିଆ ମ୍ୟାଚ୍ ( ଜୋହାନର୍ସବର୍ଗ)
ଡିସେମ୍ବର-୧୯- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଦିନିକିଆ ମ୍ୟାଚ୍(ସେଣ୍ଟ ଜର୍ଜ ପାର୍କ)
ଡିସେମ୍ବର-୨୧- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଦିନିକିଆ ମ୍ୟାଚ୍ ( ପାର୍ଲ)
ଟେଷ୍ଟ ସିରିଜ୍
ଡିସେମ୍ବର ୨୧ରୁ ୩୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟେଷ୍ଟ (ସେଞ୍ଚୁରିଆନ୍)
ଜାନୁଆରୀ ୦୩ରୁ ୦୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟେଷ୍ଟ (କେପ୍ ଟାଉନ୍)
wp:embed {"url":"https://www.prameyanews7.com/randeep-hooda-lin-laishram-took-blessings-in-the-famous-temple/","type":"wp-embed","providerNameSlug":"prameya-news-7"} /wp:embed