ସଚିନ ନୁହେଁ ବିରାଟ ହେଉଛନ୍ତି ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟସମ୍ୟାନ ! ଏମିତି କହିଲେ ଇଂଲଣ୍ଡର ଏହି ମହାନ ଖେଳାଳି

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ, ୨୦|୦୪:  ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଡେଭିଡ୍ ଲାୟଡ ସେହି ଖେଳାଳିଙ୍କୁ ଚୟନ କରିଛନ୍ତି ଯେଉଁମାନଙ୍କ ଖେଳ ସେ ଦେଖିବାକୁ ଚାହାଁନ୍ତି । ସେ ଇଂଲଣ୍ଡର ବେନ୍ ଷ୍ଟୋକସଙ୍କ ବ୍ୟତୀତ ବିରାଟ କୋହଲିଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରିଛନ୍ତି ।ଆହୁରି ମଧ୍ୟ ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାଏନ ଲାରାଙ୍କୁ ସେ ଏହି ତାଲିକାରେ ସ୍ଥାନ ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସେ ସଚିନ ତେନ୍ଦୁଲକର ନୁହେଁ ବିରାଟ କୋହଲିଙ୍କ ଭାରତର ସବୁଠାରୁ ଭଲ ବ୍ୟାଟସମ୍ୟାନ କହିଛନ୍ତି ।

{"id":257239,"width":752,"height":417,"sizeSlug":"large"}

ଲାୟଡ କହିଛନ୍ତି ଯେ, ଷ୍ଟୋକସ୍ ହେଉଛନ୍ତି ସର୍ବଶ୍ରେଷ୍ଠ ଅଲରାଉଣ୍ଡଡର । ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସହ ଆସେସ ସମେତ ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଏକାକି ଦଳକୁ ବିଜୟୀ କରାଇଛନ୍ତି । ସେ ନିଶ୍ଚିତ ଷ୍ଟୋକସଙ୍କ ଖେଳ ଦେଖିବାକୁ ଚାହିଁବେ ।

ସେ ଆହୁରି କହିଛନ୍ତି ଯେ, ବିରାଟ ହେଉଛନ୍ତି ଭାରତୀୟ ଦଳର ସବୁଠାରୁ ଭଲ ବ୍ୟାଟସମ୍ୟାନ । ସେ ନିର୍ଭୟ ହୋଇ ଖେଳନ୍ତି । ସେ ନିଜ ଦଳକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ତାଙ୍କ ଆଭରେଜ ତିନୋଟି ଫର୍ମାଟରେ ୫୦ ଉପରେ ରହିଛି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ଟି ଶତକ ଲଗାଇ ସାରିଛନ୍ତି । ତାଙ୍କ ଆଗରେ କେବଳ ରିକି ପଣ୍ଟିଂ ଓ ସଚିନ ତେନ୍ଦୁଲକର ଅଛନ୍ତି । ଆହୁରି ମଧ୍ୟ ସେ ଲାରାଙ୍କ ଖେଳ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.