scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

forbes ଇଣ୍ଡିଆ ସେଲିବ୍ରିଟି ସୂଚୀରେ ବିରାଟ କୋହଲୀ, ଆୟରେ ପଛେଇ ଯାଇଛନ୍ତି ବଲିଉଡ୍ ‘ଦବଙ୍ଗ’ ଷ୍ଟାର

19/12/2019 at 3:48 PM

ମୁମ୍ବାଇ : ଫୋର୍ବସ୍ ଇଣ୍ଡିଆ ପକ୍ଷରୁ ଜାରୀ ଅଧିକ ଆୟକାରୀ ଟପ୍-୧୦୦ ସେଲିବ୍ରିଟିଙ୍କ ସୂଚୀରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲୀ। ଆୟରେ କୋହଲି ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବି ପଛରେ ପକାଇଦେଇଛନ୍ତି। କେବଳସେତିକି ନୁହେଁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ବିରାଟଙ୍କ ଆୟର ପାଖାପଖି ବି ନାହାନ୍ତି।

୨୦୧୮ ଫୋର୍ବସ୍ ସୂଚୀରେ ସଲମାନ ପ୍ରଥମ ସ୍ଥାନରେ ଥିଲେ। ତେବେ ଚଳିତବର୍ଷ ୨୫୨.୭୨କୋଟି ଟଙ୍କା ଆୟ ସହ ବିରାଟ ସୂଚୀର ଶିର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ୨୨୯.୨୫ କୋଟି ଟଙ୍କା ଆୟ ସହ ସଲମାଲ ତୃତୀୟ ସ୍ଥାନକୁ ଓହ୍ଲାଇ ଆସିଛନ୍ତି।   ତେବେ ଗତବର୍ଷ ସୂଚୀର ତୃତୀୟ ସ୍ଥାନରେ ଥିବା ଅକ୍ଷୟ କୁମାର ଚଳିତବର୍ଷ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେପଟେ ବିଗ୍-ବି ବାର୍ଷିକ ୨୩୯.୨୫କୋଟି ଟଙ୍କା ଆୟ ସହ ସୂଚୀର ଚତୁର୍ଥ ସ୍ଥାନରେ ଅଛନ୍ତି। ଗତବର୍ଷ ସେ ସୂଚୀର  ସପ୍ତମ ସ୍ଥାନରେ ଥିଲେ।

ଫୋର୍ବସଙ୍କ ଏହି ସୂଚୀରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ସ୍ଥାନ ପାଇଛନ୍ତି। ତାଙ୍କର ଆୟ ୧୩୫.୯୩ କୋଟି ଥିବା ବେଳେ ସୂଚୀର ପଞ୍ଚମ ସ୍ଥାନରେ ଅଛନ୍ତି। ତେବେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଗତବର୍ଷ ପରି ଚଳିତବର୍ଷ ମଧ୍ୟ ୭୬.୯୬କୋଟି ଟଙ୍କା ଆୟ ସହ ନବମ ସ୍ଥାନରେ ରହିଛନ୍ତି। ତେବେ କ୍ରିକେଟ୍‌ରେ ସ୍କୋର ଭଳି ରୋହିତ ଶର୍ମାଙ୍କ ଆୟରେ ମଧ୍ୟ ବୃଦ୍ଧି ହୋଇଛି। ୫୪.୨୯କୋଟି ଟଙ୍କା ଆୟ ସହ ଚଳିତବର୍ଷ ଫୋର୍ବସ ସୂଚୀର ଏକାଦଶତମ ସ୍ଥାନରେ ପହଞ୍ଚିଛନ୍ତି ରୋହିତ। ଗତବର୍ଷ ତାଙ୍କ ସ୍ଥାନର ସୂଚୀର ୨୩ତମ ସ୍ଥାନରେ ଥିଲେ ରୋହିତ।  

   Related Posts