Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରନ୍ ମେସିନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ, ସଚିନ ଓ ପଣ୍ଟିଂଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍

11/09/2023 at 7:03 PM

କଲମ୍ବୋ: ଏସିଆ କପ୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କାଲିର ବାକି ଥିବା ମ୍ୟାଚ୍ ଖେଳାଯାଇଛି। ଆଜି ଭାରତ ୨୪.୧ ଓଭରରୁ ବ୍ୟାଟିଂ କରି ଆରମ୍ଭ କରି ପାକିସ୍ତାନ ଆଗରେ ୩୫୬ ରନ୍‌ ବିଶାଳ ସ୍କୋର ଛିଡ଼ା କରିଛି।

ଏହି ମ୍ୟାଚ୍‌ରେ ଶତକ ହାସଲ୍ କରିବା ସହ ଇତିହାସ ରଚିଛନ୍ତି ରନ୍ ମେସିନ ବିରାଟ କୋହଲି। ଦିନିକିଆ କ୍ୟାରିୟରରେ ବିରାଟ ୪୭ ତମ ଶତକ ହାସଲ୍ କରିଥିବା ବେଳେ ୧୩ ହଜାର ରନ୍‌ ପୂରା କରି ଇତିହାସ ରଚିଛନ୍ତି। ଦିନିକିଆରେ ସବୁଠାରୁ ଦ୍ରୁତ ଗତିରେ ୧୩ ହଜାରନ ରନ୍‌ ପୂରା କରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି ବିରାଟ କୋହଲି। ଏପରି କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି।

ଆଜିର ମ୍ୟାଚ୍‌ରେ ବିରାଟ ଯେତେବେଳେ ୯୮ ରନ୍ ପୂରା କଲେ ସେତେବେଳେ ସେ ସଚିନଙ୍କ ମହାରେକର୍ଡଙ୍କୁ ଭାଙ୍ଗି ଦେଇଥିଲେ। ଦ୍ରୁତ ଗତିରେ ୧୩ ହଜାର ରନ୍ କରିଥିବା ପ୍ରଥମ ବ୍ୟାଟର ହୋଇଗଲେ ବିରାଟ କୋହଲି। ଏହା ପୂର୍ବରୁ ସଚିନ ତେନ୍ଦୁଲକର ୩୨୧ ମ୍ୟାଚ୍‌ରେ ୧୩ ହଜାର ଦିନିକିଆ ରନ୍ ପୂରା କରିଥିଲେ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଏଣ୍ଟିଂ ମଧ୍ୟ ୩୪୧ ମ୍ୟାଚ୍‌ରେ ୧୩ ହଜାର ଦିନିକିଆ ରନ୍ ପୂରା କରିଥିଲେ।

ଅନ୍ୟପଟେ ବିରାଟ କୋହଲି ମାତ୍ର ୨୬୭ଟି ମ୍ୟାଚ୍ ଖେଳି ୧୩ ହଜାର ରନ୍ ପୂରା କରିଛନ୍ତି। ସୂଚନା ଥାଉକି, ବର୍ଷା ଯୋଗୁ ଗତକାଲିର ଭାରତ ଓ ପାକିସ୍ତାନ ମ୍ୟାଚ୍ ୨୪.୧ ଓଭରରୁ ଅଟକି ଯାଇଥିଲା। ନିୟମ ଅନୁସାରେ, ଆଜି ପୁଣିଥରେ ମ୍ୟାଚ୍‌ ସେହିଠାରୁ ଆରମ୍ଭ ହୋଇଥିଲା

ଦିନିକିଆରେ ୧୩ ହଜାର ରନ୍ ପୂରା କରିିଥିବା ବିଶ୍ୱର ପଞ୍ଚମ ବ୍ୟାଟର ହୋଇଥିବା ବେଳେ ଭାରତ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ୧୩ ହଜାର ରନ୍ ପୂରା କରିଥିବା କ୍ରିକେଟରଙ୍କ ମଧ୍ୟରେ ଶ୍ରୀଲଙ୍କାର ଲୋକପ୍ରିୟ ଖେଳାଳି କୁମାର ସଙ୍ଗାକାରା(୩୬୩ ପାଳି, ଚତୁର୍ଥର ସନଥ ଜୟସୁରିଆ ୪୧୬ ପାଳିରେ ୧୩ ହଜାର ଦନିକିଆ ରନ୍ ପୂରା କରିଛନ୍ତି।
ସୂଚନା ଥାଉକି, ସବୁଠାରୁ ଦ୍ରୁତ ଗତିରେ ୮,୯, ୧୦,୧୧ ଓ ୧୨ ହଜାର ରନ୍ ପୂରା କରିଥିବା ପ୍ରଥମ ବ୍ୟାଟର ହେଉଛନ୍ତି ବିରାଟ କୋହଲି। ଗୋଟିଏ ପରେ ଗୋଟିଏ ଜବରଦସ୍ତ ପାଳି ଖେଳି କ୍ରିକେଟ୍ ଗଡ୍ ସଚିନଙ୍କର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି ବିରାଟ କୋହଲି। ସେ ସଚିନଙ୍କର ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଅଛନ୍ତି। କାରଣ ଆସନ୍ତା ଦିନିିକିଆ ମ୍ୟାଚ୍‌ ଗୁଡ଼ିକରେ କୋହଲି ଯଦି ୩ ଶତକ ହାସଲ କରି ନିଅନ୍ତି ତେବେ ସେ ଦିନିକିଆ ଫର୍ମାଟ୍‌ରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର ହୋଇଯିବେ। ବର୍ତ୍ତମାନ ଏହି ରେକର୍ଡ ସଚିନଙ୍କ ପାଖରେ ରହିଛି। ସେ ତାଙ୍କ ଦିନିକିଆ କ୍ୟାରିୟରରେ ୪୯ଟି ଶତକ ହାସଲ କରିଛନ୍ତି।

ବିରାଟ କୋହଲି ୯୪ ବଲରେ ୧୨୨ ରନ କରିଥିବା ବେଳେ ୯ ଚୌକା ଓ ତିନୋଟି ଛକା ମାରିଛନ୍ତି। ସେହିପରି କେଏଲ ରାହୁଲ ୧୧୧ ରନ୍ ସଂଗ୍ରହ କରିଥିବା ବେଳେ ଦୁଇ ବ୍ୟାଟର ଅପରାଜିତ ରହିଥିଲେ। ପାକିସ୍ତାନ ପାଇଁ ଶାଦାବ ଏବଂ ଶାହୀନ୍ ଶାହ ଆଫ୍ରିଦି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ୪୦ ମିନିଟର ବିରତି ପରେ ମ୍ୟାଚ୍ ପୁଣି ଆରମ୍ଭ ହେବ।

ଗତକାଲି ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ ବ୍ୟାଟିଂ କରିବାକୁ ଆସିଥିଲେ। ବର୍ଷା ହେବା ପର୍ଯ୍ୟନ୍ତ ଦୁଇ ବ୍ୟାଟର ଭଲ ବ୍ୟାଟିଂ କରି ଟିମ୍ ସ୍କୋର୍‌କୁ ଆଗକୁ ନେଇଥିଲେ। ଦୁଇ ଓପନିଂ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍‌ରେ କ୍ୟାପ୍ଟେନ୍ ରୋହିତ ଶର୍ମା ୪୯ ବଲ୍‌ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଥିଲେ। ଏଥିରେ ୪ ଛକା ଓ ୬ ଚୌକା ରହିଥିଲା। ରୋହିତ ୪୨ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଗିଲ୍ ୫୨ ବଲ୍‌ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ପାକିସ୍ତାନ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

   Related Posts