ଅଧିନାୟକ ଉପରେ ପ୍ରଶ୍ନ ହେବାରୁ ଚିଡି ଉଠିଲେ କୋହଲି, କହିଲେ- ଯାହା କହିବାର ଥିଲା କହି ସାରିଛି...

Published By : Prameya-News7 Bureau | October 23, 2021 IST

ଦୁବାଇ ୨୩।୧୦: ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଗିଲେ ଅଧିନାୟକ ବିରାଟ କୋହଲି। ଏହି ସମୟରେ ତାଙ୍କୁ ଅଧିନାୟକ ପଦ ଛାଡିବା ନେଇ ପ୍ରଶ୍ନ ହୋଇଥିଲା। ଏହା ଶୁଣି କୋହଲି ଚିଡି ଉଠିଛନ୍ତି। ବିରାଟ କୋହଲି କହିଛନ୍ତି, ମୋତେ ଯାହା କହିବାର ଥିଲା କହି ସାରିଛି। ଯଦି ଆପଣ ବାରମ୍ବାର ସେହି ଗୋଟିଏ କଥା ପଚାରିବେ ତେବେ ମୁଁ କିଛି କହି ପାରିବି ନାହିଁ।

ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ସତ୍ୟତାର ସହ ସବୁ କିଛି ପ୍ରଥମରୁ କହି ସାରିଛି। ମାତ୍ର ଆପଣମାନଙ୍କୁ ଯଦି ସେମିତି କିଛି ଲାଗୁଛି ତେବେ ଆଉ କଣ କୁହାଯାଇ ପାରିବ। ଏବେ ଆମର ପୂରା ଫୋକସ ମ୍ୟାଚ୍ ଏବଂ ବିଶ୍ଵ କପ୍ ଉପରେ ରହିଛି। ତଥାପି ଲୋକ କିଛିନା କିଛି ଖୁଣ ବାହାର କରିବାକୁ ଚାହାନ୍ତି, ଯାହା ବାସ୍ତବରେ କିଛି ହିଁ ନାହିଁ। ଏମିତି କଥାକୁ ମୁଁ କଦାପି ମହତ୍ଵପୂର୍ଣ୍ଣ ଦିଏ ନାହିଁ ବୋଲି କୋହଲି କହିଛନ୍ତି।

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ ବିରାଟ କୋହଲି। ତାଙ୍କର ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ କୋହଲିଙ୍କ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସଂପୂର୍ଣ୍ଣ ଭାବେ ଏହି ନିଷ୍ପତ୍ତି କୋହଲିଙ୍କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.