ଭାରତୀୟ କ୍ରିକେଟର ବିରାଟ କୋହଲୀଙ୍କ ଗର୍ଲଫ୍ରେଣ୍ଡ ଲିଷ୍ଟ ହେଲା ଭାଇରାଲ, ଏହି ଅଭିନେତ୍ରୀଙ୍କ ନାଁ ହେଲା ସାମିଲ

Published By : Prameya-News7 Bureau | June 26, 2019 IST

ନୂଆ ଦିଲ୍ଲୀ୨୬|୬: ଟିମ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲୀ ଏବେ ୱାର୍ଲଡ କପ୍‌ ଖେଳରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏବେ ୱାଲର୍ଡ କପ୍‌ ସହ ସେ ତାଙ୍କ ପ୍ରେମ କାହାଣୀ ଓ ଗର୍ଲଫ୍ରେଣ୍ଡ ଲିଷ୍ଟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ତେବେ ବିରାଟଙ୍କ ଆଫଏର୍‌ ଓ ପ୍ରେମିକାଙ୍କ ଲିଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ ବିରାଟ। କିନ୍ତୁ ଅନୁଷ୍କାଙ୍କ ପୂର୍ବରୁ ବିରାଟ ଅନେକ ଝିଅଙ୍କୁ ଡେଟ୍‌ କରିଥିଲେ।

{"id":127241}

ସାକ୍ଷି ଅଗ୍ରୱାଲ- ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାକ୍ଷିଙ୍କର ବିରାଟ କୋହଲୀଙ୍କ ସହ ଆଫଏର ଥିଲା। ବେଙ୍ଗାଲୁରୁରେ ମଡେଲିଂ କ୍ୟାରିଅର ଆରମ୍ଭ କରିବା ସମୟରେ ସେ ବିରାଟଙ୍କ ସହ ଦେଖା ହୋଇଥିଲେ। ସେବେଠୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। କିଛି କାରଣ ପାଇଁ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ ଓ ତାଙ୍କ ପ୍ରେମ କାହାଣୀ ଶେଷ ହୋଇଥିଲା।

{"id":127242,"width":590,"height":381}

ସାରା ଜେନ୍‌ ଡିୟାସ- ଭାରତୀୟ ଅଭିନେତ୍ରୀ ଓ ମଡେଲ ସାରା ଓ ବିରାଟ ଏକ ଶୁଟିଂରେ ଦେଖା ହୋଇଥିଲେ। ସାରା ଓ ବିରାଟ ଅଧିକ ଦିନ ରିଲେସନଶିପ୍‌ରେ ରହିନଥିଲେ ସତ କିନ୍ତୁ ଉଭୟଙ୍କୁ ଏକା ସହ ଅନେକ ଥର ସ୍ପଟ୍‌ କରାଯାଇଛି। ଅଧିକାଂଶ ସମୟରେ ଦୁହେଁ ଏକା ସହ ପାର୍ଟି ଯାଉଥିଲେ ଓ ପରସ୍ପରଙ୍କ ସହ ସମୟ ବିତାଉଥିଲେ।   

{"id":127243}

ଇଜାବେଲ ଲେଇତ୍‌- ବଲିଉଡର ସବୁଠୁ ସୁନ୍ଗର ଅଭିନେତ୍ରୀ ଓ ମଡେଲଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଜାବେଲ।  ବଲିଉଡର ଅନେକ ଫିଲ୍ମରେ ଇଜାବେଲ ଅଭିନୟ କରିଛନ୍ତି। ବିରାଟ ଓ ଇଜାବେଲ ୨ ବର୍ଷ ରିଲେସନଶିପ୍‌ରେ ରହିଲା ପରେ ବ୍ରେକ୍‌ଅପ୍‌ କରିଥିଲେ। ୨ ବର୍ଷ ଉଭୟଙ୍କ ରିଲେସନଶିପ୍‌ ବେଶ ଚର୍ଚ୍ଚାରେ ରହିଥିଲା।

{"id":127244}

 ତମନ୍ନା ଭାଟିୟା-  ତମନ୍ନା ଭାଟିଆ ସାଉଥ ଫିଲ୍ମ ଜଗତରେ ଜଣେ ପପୁଲାର ଅଭିନେତ୍ରୀ। ଏହି ଅଭିନେତ୍ରୀ ତେଲୁଗୁ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବାହୁବଳୀର ୨ଟି ସିରିଜ୍‌ରେ ଅଭିନୟ କରି ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।ତମନ୍ନା ଓ ବିରାଟ ଏକ ଆଡ୍‌ ଫିଲ୍ମ ଶୁଟ୍‌ରେ ଦେଖା ହୋଇଥିଲେ। ଉଭୟ ସେହି ଆଡ୍‌ ଶୁଟ୍‌ରେ ଏକା ସହ ଅଭିନୟ କରିଥିଲେ। ରିପୋର୍ଟ ଅନୁସାରେ ଦୁହେଁ ତାପରେ ରିଲେସନଶିପ୍‌ରେ ଥିଲେ। କିନ୍ତୁ ତମନ୍ନା ଓ ବିରାଟ କେବେ ପବ୍ଲିକ୍‌ରେ ନିଜ ରିଲେସନଶିପ୍‌ ସ୍ବୀକାର କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.