Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିରାଟ-ଗମ୍ଭୀର ବିବାଦକୁ ନେଇ ତିଆରି ହେଲା ଭିଡିଓ ଗେମ୍, ମୈଦାନରେ ହେଉଛି ଜୋରଦାର ମାରପିଟ୍…

9/05/2023 at 3:10 PM

ନୂଆଦିଲ୍ଲୀ ୦୯।୦୫:ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଚାଲିଥିବା ବିବାଦ କିଛି ନୂଆ କଥା ନୁହେଁ । ଏହି ବିବାଦ ଆଜି ନୁହେଁ ବରଂ ଗତ ୧୦ ବର୍ଷ ହେଲା ଲାଗି ରହିଛି । ଅନେକ ସମୟରେ ପଡ଼ିଆରେ ଦେଖିବାକୁ ମିଳେ ଦୁହିଁଙ୍କ ଝଗଡା । ନିକଟରେ ଲକ୍ଷ୍ନୌ ପଡିଆରେ ନଜର ଆସିଥିଲା ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ବିବାଦ ବଢିବା ପରେ ଜଣେ ଫ୍ୟାନ୍ସ ନିଜର କ୍ରିଏଟିଭିଟି ବ୍ୟବହାର କରି ଏକ ଭିଡିଓ ଗେମ୍ ତିଆରି କରିଛନ୍ତି । ଏହି ଅନଲାଇନ୍ ଗେମ୍ ଅତି ସହଜରେ ଉପଲବ୍ଧ | ଯେକୌଣସି ୟୁଜର୍ସ ଏହାକୁ ଖେଳିପାରିବେ ।

ଏହି ଗେମ୍ 2D ଗ୍ରାଫିକ୍ସ ମାଧ୍ୟମରେ ପ୍ରସ୍ତୁତ । ଏହାର ଅଂଶ ହେଉଥିବା ୟୁଜର୍ସଙ୍କୁ ବିରାଟ କିମ୍ବା ଗମ୍ଭୀରଙ୍କୁ ବାଛିବାକୁ ପଡ଼ିବ । ଏହାପରେ ଆପଣ ନିଜକୁ କ୍ରିକେଟ୍ ପଡ଼ିଆରେ ପାଇବେ ।  ତୁମ ହାତରେ ଏକ ବ୍ୟାଟ୍ ରହିବ ଏବଂ ପରସ୍ପରକୁ ବ୍ୟାଟ୍‌ରେ ମାରିବାକୁ ପଡିଥାଏ ।  ତେବେ ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ସୋସିଆଲ ମିଡିଆରେ ସୂଚନା ଦେବା ମାତ୍ରେ ହିଁ ବହୁ ସଂଖ୍ୟକ ଫ୍ୟାନ୍ସ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ଏହି ୱେବସାଇଟ୍‌କୁ ଯାଇ ଗେମ୍‌କୁ ଖେଳା ଯାଇପାରିବ  ।

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପ୍ରଥମ ବିବାଦ ୨୦୧୩ ମସିହାରେ ହୋଇଥିଲା | ସେତେବେଳେ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଥିଲେ ଏବଂ ଗମ୍ଭୀରଙ୍କ କାନ୍ଧରେ ରହିଥିଲା କୋଲକାତା ନାଇଟ୍ ରାଇଡର୍ସର ଭାର । ଯେତେବେଳେ ହିଁ ଉଭୟ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିପାଇଁ ଉଭୟଙ୍କ ଉପରେ ବିସିସିଆଇ ପକ୍ଷରୁ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ। ଏବେ ପୁଣି ୧୦ ବର୍ଷ ପରେ ଲାଇଭ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବିରାଟ ଓ ଗମ୍ଭୀର ।

   Related Posts