ଟି-୨୦ ରାଙ୍କିଙ୍ଗ୍: ଗୋଟିଏ ସ୍ଥାନ ଉପରକୁ ଉଠିଲେ କୋହଲି, ୩ ନମ୍ବରରେ କେଏଲ ରାହୁଲ

Published By : Prameya-News7 Bureau | December 23, 2020 IST

ଦୁବାଇ ୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ଟି-୨୦ ବ୍ୟାଟସମ୍ୟାନ ଏବଂ ବୋଲିଂର ସଦ୍ୟତମ ମାନ୍ୟତା ଜାରି କରିଛି। ବୋଲିଂରେ ଟିମ୍ ସାଉଦି ୬ଟି ସ୍ଥାନ ଉପରକୁ ଉଠି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ବ୍ୟାଟିଂରେ ନ୍ୟୁଜିଲାଣ୍ଡର ଟିମ୍ ସେଇଫର୍ଟଙ୍କୁ ବହୁତ ବଡ ଫାଇଦା ହୋଇଛି। ସେ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ବ୍ୟାଟିଂ ମାନ୍ୟତାରେ ଭାରତ ପକ୍ଷରୁ କେଏଲ ରାହୁଲ ତୃତୀୟ ସ୍ଥାନରେ ଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଛନ୍ତି।

wp:html
/wp:html

ବ୍ୟାଟିଂର ସଦ୍ୟତମ ମାନ୍ୟତାରେ ପ୍ରଥମ ପାଞ୍ଚଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଡେଭିଡ୍ ମଲାନ ୯୧୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଦ୍ଵିତୀୟରେ ପାକିସ୍ତାନର ବାବର ଆଜମ ରହିଛନ୍ତି। ତୃତୀୟରେ କେଏଲ ରାହୁଲ ଥିବା ବେଳେ ଚତୁର୍ଥରେ ଆରୋନ ଫିଞ୍ଚ ଅଛନ୍ତି। ବର୍ତ୍ତମାନ ମାନ୍ୟତାରେ ସବୁଠୁ ଅଧିକ ଫାଇଦା ଟିମ୍ ସେଇଫର୍ଟଙ୍କୁ ହୋଇଛି। ସେ ୨୪ଟି ସ୍ଥାନ ଉପରକୁ ଉଠି ସିଧାସଳଖ ନବମରେ ପହଞ୍ଚିଛନ୍ତି।

wp:html
/wp:html

ବୋଲିଂରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ରଶିଦ ଖାନ ୭୩୬ ପଏଣ୍ଟ ସହିତ ପୂର୍ବବତ୍ତ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଦ୍ଵିତୀୟରେ ତାଙ୍କ ସାଥୀ ଖେଳାଳି ମୁଜିବ ଉର ରେହମାନ ୬ ପଏଣ୍ଟ ପଛରେ ଥାଇ ଦ୍ଵିତୀୟରେ ଅଛନ୍ତି। ଇଂଲଣ୍ଡର ଆଦିଲ ରଶିଦ ତୃତୀୟରେ, ଅଷ୍ଟ୍ରେଲିଆର ଆଡମ ଜାମ୍ପା ଚତୁର୍ଥରେ ଅଛନ୍ତି। ସବୁଠୁ ଅଧିକ ଫାଇଦା ଟିମ୍ ସାଉଦିଙ୍କୁ ମିଳିଛି। ସେ ମାନ୍ୟତାର ସପ୍ତମ ସ୍ଥାନରେ ଅଛନ୍ତି। ଶୀର୍ଷ ୧୦ରେ କୌଣସି ଭାରତୀୟ ବୋଲର ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.