Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିରାଟ କୋହଲିଙ୍କ ଉପରେ ଲାଗିଲା ଜୋରିମାନା : ଜାଣନ୍ତୁ କାହିଁକି

9/06/2019 at 4:07 PM

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଗୁରୁଃଗ୍ରାମ ନଗର ନିଗମ ଜୋରିମାନା ଲଗାଇଛି । ନିଜ ଘରେ ପାନୀୟଜଳର ଦୁରୁପଯୋଗ କରିଥିବା ଅଭିଯୋଗରେ ବିରାଟଙ୍କ ଉପରେ ଜୋରିମାନା ଲାଗିଛି ।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୋହଲିଙ୍କ ଡ଼ିଏଲଏଫ ଫେଜ-୧ ସ୍ଥିତ ବାସଭବନ ବାହାରେ ପାଣି ଲଗାଇ ପାଇପ୍ ଯୋଗେ ଗାଡି ସଫା କରିବା ଅଭିଯୋଗରେ ୫୦୦ ଟଙ୍କା ଜୋରିମାନା ଲଗାଯାଇଛି ।

ଗୁରୁଃଗ୍ରାମ ନଗର ନିଗମ ଅଧିକାରୀଙ୍କ କହିବାନୁଯାୟୀ, ବିରାଟଙ୍କ ଘରୁଆ ସହାୟକ ପାନୀୟଜଳରେ କାର ସଫା କରୁଥିବା ଅଭିଯୋଗରେ ତାଙ୍କ ଉପରେ ଜୋରିମାନା ଲଗାଯାଇଥିଲା କିନ୍ତୁ ତୁରନ୍ତ ଜୋରିମାନା ରାଶି କ୍ଷମା କରିଦିଆଯାଇଥିଲା ।

ତାଙ୍କ କହିବାନୁଯାୟୀ, ନିଗମର ବିଭିନ୍ନ ଟିମ ଅଯଥା ପାଣି ନଷ୍ଟ କରିବା ନେଇ ଭିନ୍ନ ଭିନ୍ନ ଜାଗାରେ ତଦନ୍ତ କରୁଛି ।

   Related Posts