ଲର୍ଡସ ନୁହେଁ ଏହି ୪ ଷ୍ଟାଡିୟମ୍‌ରେ କୋହଲି ଖେଳିଛନ୍ତି 'ବିରାଟ' ଇନିଂସ, ଜାଣନ୍ତୁ କେଉଁ ସବୁ....

Published By : Prameya-News7 Bureau | July 22, 2023 IST

ମୁମ୍ବାଇ ୨୨।୦୭ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ଜିତିସାରିଥିବା ଟିମ୍‌ ଇଣ୍ଡିଆ ୨ୟ ଟେଷ୍ଟ ମଧ୍ୟ ଦୃଢ ସ୍ଥିତିରେ ରହିଛି । ୨ୟ ଟେଷ୍ଟର ପ୍ରଥମ ପାରିରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶତକ ମାରି ଅନେକ ରେକର୍ଡ କରିଛନ୍ତି । ୨ୟ ଟେଷ୍ଟର ପ୍ରଥମ ପାରିରେ ୨୦୬ ବଲ୍‌ ଖେଳି ୧୨୧ ରନ୍‌ କରିଛନ୍ତି । ଯାହାକି ତାଙ୍କର ୭୬ ତମ ଶତକ ଥିଲା । ତେବେ ଶତକ ମାରିସାରିବା ପରେ ସେ ନିଜର ଫେଭରିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ କହିଛନ୍ତି । ଆଉ ଏଥିରେ ସବୁଠୁ ଆଶ୍ଚର୍ଯ୍ୟକର କଥା ଯେ, ବିରାଟ୍‌ କୋହଲିଙ୍କ ଫେଭରିଟ୍‌ ଷ୍ଟାଡିୟମ୍‌ ମଧ୍ୟରେ ଲର୍ଡସର ନାଁ ନାହିଁ ।

ଖବର ଅନୁଯାୟୀ, ୨ୟ ଟେଷ୍ଟର ପ୍ରଥମ ପାରିରେ ଭାରତ ୪୩୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା । ଏହାର ଜବାବରେ ଓ୍ୱେଷ୍ଟଇଣ୍ଡିଜ୍‌ ୨ୟ ଦିନ ଖେଳ ଶେଷ ସୁଦ୍ଧା ୮୬ ରନ୍‌ କରି ଗୋଟିଏ ଓ୍ୱିକେଟ୍‌ ହରାଇଛି । ତେବେ ୨ୟ ଖେଳ ଶେଷ ପରେ ବିରାଟ କୋହଲିଙ୍କ ନିଜର ଫେଭରିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ ପଚରା ଯାଇଥିଲା । ଏହାର ଉତ୍ତର ଦେଇ ବିରାଟ କହିଥିଲେ କି, ଅଷ୍ଟ୍ରେଲିଆର ଆଡିଲେଡ୍‌, ଦକ୍ଷିଣ ଆଫ୍ରିକାର ବର୍ଲିଙ୍ଗ, ଓ୍ୱେଷ୍ଟଣ୍ଡିଜ୍‌ର ପୋର୍ଟ ଅଫେ ସ୍ପେନ୍‌ ଏବଂ ଆଣ୍ଟିଗୁଆ ରହିଛି । ଏହିସବୁ ଷ୍ଟାଡିୟମ୍‌ରେ ଖେଳିବାକୁ ତାଙ୍କୁ ବହୁତ୍‌ ମଜା ଲାଗେ ବୋଲି କହିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ, ବିରାଟ୍‌ ନିଜ ପ୍ରିୟ ଷ୍ଟାଡିୟମ୍‌ ମଧ୍ୟରେ ଲର୍ଡସର ନାଁ ନାହିଁ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  

ସୂଚନାଯୋଗ୍ୟ ଯେ, ଦୀର୍ଘ ୫ ବର୍ଷ ପରେ ବିଦେଶ ମାଟିରେ ଶତକ ମାରିବାରେ ସକ୍ଷମ ହୋଇଛନ୍ତି ବିରାଟ କୋହଲି। ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ୨୯ତମ ଏବଂ କ୍ୟାରିୟର ୭୬ତମ ଶତକ। ତେବେ ୨ୟ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋଲି ୮୭ ରନ କରି ଅପରାଜିତ ଥିଲେ। ଦ୍ଵିତୀୟ ଦିନରେ ଶତକ ପୂରଣ ପାଇଁ ତାଙ୍କୁ ୧୩ ରନ ଦରକାର ଥିଲା। ଭାରତୀୟ ଇନିଂସର ୯୧ତମ ଓଭରରେ ଗାବେରଲଙ୍କ ଓଭରରେ ଚୌକା ମାରି ମୋଟ୍ ୧୮୦ ବଲ୍‌ରୁ ନିଜର ଶତକ  ପୂରା କରିଛନ୍ତି। ଏଥିରେ ୧୧ ଚୌକା ସାମିଲ୍।  ଏଥିସହ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସର୍ବାଧିକ ଶତକ ମାରିବା ମାମଲାରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। କୋହଲି ୨୦୬ ବଲ୍‌ରୁ ୧୨୧ ରନର ଇନିଂସ ଖେଳି ପାଭିଲିୟନ ଫେରିଛନ୍ତି।

wp:embed {"url":"https://www.prameyanews7.com/bcci-give-medical-update-about-five-players/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-give-medical-update-about-five-players/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.