କିଙ୍ଗ ଇଜ୍ ବ୍ୟାକ୍: ୧୦୨୦ ଦିନ ପରେ କୋହଲି ଖେଳିଲେ ବିରାଟ ଇନିଂସ, ହାସଲ କଲେ ୭୧ ତମ ଆନ୍ତର୍ଜାତୀୟ ଶତକ
8/09/2022 at 9:40 PM

ଦୁବାଇ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସ କରିଛନ୍ତି । ଦୀର୍ଘ ଦିନରେ ଅନ୍ତରାଳ ପରେ ବିରାଟଙ୍କ ବ୍ୟାଟରୁ ଏହି ଶତକ ବାହାରିଛି । ଆନ୍ତର୍ଜାତୀୟ କ୍ରିକେଟରେ ୭୦ରୁ ୭୧ତମ ଶତକ ହାସଲ କରିବାକୁ ତାଙ୍କୁ ୧୦୨୦ ଦିନ ଅପେକ୍ଷା କରିବାକୁ ପଡିଥିଲା। ଆନ୍ତର୍ଜାତୀୟ ଟି-୨୦ରେ ଏହା ତାଙ୍କ ଯଦିଓ ପ୍ରଥମ ଶତକ, କିନ୍ତୁ ବିରାଟଙ୍କ ବ୍ୟାଟରୁ ଏହା ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୭୧ତମ ଶତକ।
ଏହା ପୂର୍ବରୁ ଶେଷ ଥର ୨୦୧୯ ନଭେମ୍ୱର ୨୩ ତାରିଖରେ ବାଂଲାଦେଶ ବିପକ୍ଷରେ ଫିଙ୍କ୍ ବଲ ଟେଷ୍ଟରେ ବିରାଟ କୋହଲି ଶତକ ହାସଲ କରିଥିଲେ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ବିରାଟ କୋହଲି ୫୩ ବଲରେ ୧୧ ଚୌକା ଏବଂ ୪ ଛକା ସାହାଯ୍ୟରେ ନିଜର ଶତକ ପୂରଣ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୮୮.୬୮ ଥିଲା ।
ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିବାରେ ବିରାଟ କୋହଲି ପ୍ରଥମ ଖେଳାଳି । ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ଖେଳାଳି କୁଲ୍ ରାଇଟ୍ସ ସର୍ବାଧିକ ବ୍ୟକ୍ତିଗତ ରନ କରିଥିଲେ । ସେ ୯୯ ରନର ଅପରାଜିତ ଇନିଂସ ଖେଳିଥିଲେ । ବିରାଟ କୋହଲି ଆଜିର ମ୍ୟାଚରେ ୬୧ ବଲରୁ ୧୨୨ ରନ କରିଛନ୍ତି। ଏହାସହ ଭାରତ ପାଇଁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ବ୍ୟକ୍ତିଗତ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।