Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆର ସମସ୍ତ ସେଲିବ୍ରେଟିଙ୍କୁ ପଛରେ ପକାଇ ନମ୍ବର ୱାନ୍ ହେଲେ ବିରାଟ କୋହଲି; ଦକ୍ଷିଣ କୋରିଆ ପପ୍‌ ଷ୍ଟାର୍ ଓ କ୍ୟାଟ୍ରିନା ବି ପଡ଼ିଲେ ପଛରେ

18/09/2023 at 9:07 PM

ନୂଆଦିଲ୍ଲୀ: ବିରାଟଙ୍କ ଆଗରେ ଫିକା ପଡ଼ିଲେ କ୍ୟାଟ୍ରିନା କୈଫ୍‌। ଏସିଆର ସମସ୍ତ ବଡ଼ ବଡ଼ ସେଲିବ୍ରେଟିଙ୍କୁ ପଛରେ ପକାଇ ଗୁଗଲର ସର୍ଚ୍ଚ ଇଞ୍ଜିନ୍‌ରେ ଟପ୍‌ରେ ବିରାଟ। ୨୦୨୩ରେ ଗୁଗଲରେ ସର୍ବାଧିକ ଥର ବିରାଟ କୋହଲିଙ୍କୁ ସର୍ଚ୍ଚ କରାଯାଇଛି। ଗୁଗଲ ଟ୍ରେଣ୍ଡ୍ସରୁ ମିଳିଥିବା ତଥ୍ୟ ଅନୁସାରେ କୋହଲି ସର୍ଚ୍ଚ ମାମଲାରେ ଏସିଆର ସବୁଠାରୁ ଲୋକପ୍ରିୟ କଳାକାର ଦକ୍ଷିଣ କୋରିଆ ପପ୍‌ ଗ୍ରୁପ ବିଟିଏସ୍‌ର ଗାୟକ ଭି ଓ ଜଙ୍ଗକୁକ୍‌ ପଛରେ ପକାଇ ନମ୍ବର ୱାନ୍ ହୋଇଛନ୍ତି।  

ଜୁନ ମାସରେ ରିଲିଜ୍ ହୋଇଥିବା ଟ୍ରେଣ୍ଡିଂ ଲିଷ୍ଟରେ କୋରିଆର ଏହି ପପ୍‌ ସିଙ୍ଗର ଦୁଇଜଣ ବର୍ଷର ପ୍ରଥମାର୍ଦ୍ଧରେ ଗୁଗଲ ସର୍ଚ୍ଚରେ ଟପ୍‌ରେ ଥିଲେ। ହେଲେ ଏବି ବିରାଟଙ୍କୁ ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି।  

ଟିମ୍ ଇଣ୍ଡିଆର ୩୪ ବର୍ଷୀୟ ଡାହାଣହାତୀ ବ୍ୟାଟର ବିରାଟ ବଲିଉଡ୍‌ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ପଛରେ ପକାଇ ଦେଇଛନ୍ତି। ୨୦୨୨ରେ କ୍ୟାଟ୍ରିନାଙ୍କୁ ଗୁଗଲ୍‌ରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଥିଲା।

ଏସିଆ କପ୍‌ରେ ବିଶ୍ୱ ରେକର୍ଡ ଭାଙ୍ଗିଲା ବିରାଟ

ନିକଟରେ ଏସିଆ କପ୍‌ ୨୦୨୩ରେ ବିରାଟ କୋହଲି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ସେ ନିଜର ଦିନିକିଆ କ୍ୟାରିୟରରେ ୧୩ ହଜାର ରନ୍ ପୂରା କରିବା ସହିତ ୪୭ଟି ଦିନିକିଆ ଶତକ ହାସଲ କରିଛନ୍ତି। ବିରାଟ ପାକିସ୍ତାନ ବିପକ୍ଷରେ ସର୍ବାଧିକ ୧୨୨ ରନ୍ ବି କରିଛନ୍ତି।  

ପଢ଼ନ୍ତୁ-ବିଶ୍ୱକପ୍‌ ୨୦୨୩ରେ ସବୁଠୁ ଖତରନାକ୍‌ ହେବ ଟିମ୍‌ ଇଣ୍ଡିଆ, ରୋହିତ ପୁରୁଣା ଫର୍ମକୁ ଫେରିଛନ୍ତି- ସୋଏବ ଅଖତର

ସୂଚନା ଥାଉକି ଏସିଆ କପ୍‌ ୨୦୨୩ ଭାରତ ଜିତିଛି। ଫାଇନାଲ୍‌ ମ୍ୟାଚ୍‌ ଶ୍ରୀଲଙ୍କା ଓ ଟିମ୍ ଇଣ୍ଡିଆ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବି ଭାରତ ଘାତ ବୋଲିଂ ଫଳରେ ଟିମ୍ ମାତ୍ର ୫୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତ ୧୦ ୱିକେଟ୍ ଥାଇ ମ୍ୟାଚ୍‌କୁ ସହଜରେ ଜିତି ନେଇ ଏସିଆ  କପ୍‌ ହାତେଇଥିଲା।

   Related Posts