ଅନୁଷ୍କାଙ୍କ ପୂର୍ବରୁ ଏହି ବ୍ରାଜିଲିୟନ୍ ମଡେଲଙ୍କ ପ୍ରେମରେ ପଡ଼ିଥିଲେ କୋହଲି : ଦୁଇ ବର୍ଷ ଯାଏଁ କରିଥିଲେ ଡେଟ୍

Published By : Prameya-News7 Bureau | May 08, 2020 IST

ମୁମ୍ବାଇ ୦୮/୦୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁଇ ବର୍ଷ ପୂର୍ବରୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ | ଅନୁଷ୍କା ଅନୁଷ୍କାଙ୍କ ପୂର୍ବରୁ ବିରାଟ ଅନେକ ଅଭିନେତ୍ରୀ ଓ ମଡେଲଙ୍କୁ ଡେଟ କରିଥିଲେ | କିନ୍ତୁ ବ୍ରାଜିଲିୟାନ ମଡେଲ ଇଜାବେଲା ଲିଟେଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା |

ଏକ ବିଜ୍ଞାପନ ସୁଟିଙ୍ଗ ସମୟରେ ବିରାଟଙ୍କ ପ୍ରଥମ ସାକ୍ଷାତ ଇଜାବେଲା ଲିଟେଙ୍କ ସହିତ ହୋଇଥିଲା | ଉଭୟଙ୍କ ପ୍ରଥମ ସାକ୍ଷାତ ସିଙ୍ଗାପୁରରେ ହୋଇଥିଲା | ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା | ଏହାପରେ ଉଭୟ ପରସ୍ପର ସହ ଅଧିକ ସମୟ ଅତିବାହିତ କରିବା ଆରମ୍ଭ କରିଥିଲେ | କୋହଲି ସେତେବେଳେ ଭାରତୀୟ ଟିମରେ ଖେଳାଳି ଥିଲେ | ସେତେବେଳେ ସେ ଅଧିନାୟକ ନଥିଲେ କି ବଡ ତାରକା ମଧ୍ୟ ହୋଇନଥିଲେ |

{"id":266796,"width":585,"height":328,"sizeSlug":"large"}

ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଇଜାବେଲା ଲିଟେ ବିରାଟ କୋହଲିଙ୍କୁ ଡେଟ କରିବାକୁ ଲାଗିଲେ | ଗଣମାଧ୍ୟମରେ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା | ଥରେ ସିଙ୍ଗାପୁରରେ କୋହଲି ଇଜାବେଲାଙ୍କ ସହ ସପିଙ୍ଗ କରିବାକୁ ଯାଇଥିଲେ | ଉଭୟଙ୍କୁ ଏକସଙ୍ଗେ ସପିଙ୍ଗ କରିବା ଦେଖିବା ପରେ ତାଙ୍କ ସମ୍ପର୍କକୁ ନେଇ ନାନା ଚର୍ଚ୍ଚା ହୋଇଥିଲା | ଏହାପରେ ଇଜାବେଲା ଅମୀର ଖାନଙ୍କ ଫିଲ୍ମ ତଲାଶରେ ଅଭିନୟ କରିଥିଲେ |

{"id":266798,"sizeSlug":"large"}

ବିରାଟ କୋହଲିଙ୍କ ସହ ସମ୍ପର୍କ ଥିବା ନେଇ ନିଜେ ଇଜାବେଲା ଖୁଲାସା କରିଥିଲେ | ୨୦୧୪ ମସିହାରେ ଏକ ସାକ୍ଷାତକାରରେ ସେ ଉଭୟଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ | ସେ କହିଥିଲେ ଉଭୟ ପରସ୍ପରକୁ ଦୁଇ ବର୍ଷ ଯାଏଁ ଡେଟ କରିଥିଲେ | କିନ୍ତୁ ପରେ ଆପୋଷ ବୁଝାମଣାରେ ସମ୍ପର୍କ ତୁଟାଇ ଦେଇଥିଲେ | କିନ୍ତୁ ତାଙ୍କ ମଧ୍ୟରେ ବନ୍ଧୁତା ଏବେ ମଧ୍ୟ ଅଛି ବୋଲି ସେ କହିଛନ୍ତି |

{"id":266797,"width":578,"height":385,"sizeSlug":"large"}

ବିରାଟ କୋହଲି ବର୍ତ୍ତମାନ କ୍ରିକେଟ ଦୁନିଆର ଜଣେ ବଡ ତାରକା | ସେ ବର୍ତ୍ତମାନ ଜଣେ ନାମୀ ଖେଳାଳି | ଇଜାବେଲା ବଲିଉଡ ପରେ ସାଉଥ ଫିଲ୍ମରେ ଅଭିନୟ କରୁଛନ୍ତି | ବର୍ତ୍ତମାନ ସେ ସାଉଥ ଫିଲ୍ମ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରୁଛନ୍ତି | ତାଙ୍କ ସହ ଫିଲ୍ମ ମଧ୍ୟ କରି ସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.