ନୂଆ କୀର୍ତ୍ତିମାନ କରିବେ କିଙ୍ଗ କୋହଲି, ପ୍ରଥମ ଭାରତୀୟ ଭାବେ ରଚିବେ ଇତିହାସ...

Published By : Prameya-News7 Bureau | November 15, 2023 IST

ମୁମ୍ବାଇ ୧୫।୧୧ : ଇତିହାସ ରଚିବେ କିଙ୍ଗ କୋହଲି । ବୁଧବାର ହେବାକୁ ଥିବା ସେମିଫାଇନାଲ୍‌ ଖେଳି ନୂଆ ରେକର୍ଡ କରିବେ ବିରାଟ କୋହଲି । ପ୍ରଥମ ଭାରତୀୟ ଖେଳାଳି ଭାବେ ୪ଟି ବିଶ୍ୱକପ୍‌ ସଂସ୍କରଣର ସେମି ଫାଇନାଲ ମ୍ୟାଚ୍‌ ଖେଳିବେ । ଏହାପୂର୍ବରୁ ଆଉ କୌଣସି ଭାରତୀୟ ଏହି ରେକର୍ଡ କରିନାହାନ୍ତି । ତେଣୁ ଆଜିର ଦିନ ଉଭୟ ଭାରତୀୟ ଦଳ ଏବଂ ବିରାଟଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଖବର ଅନୁଯାୟୀ, ୨୦୦୮ ମସିହା ଅଗଷ୍ଟ ୧୮ ତାରିଖ ଦିନ ଅନ୍ତଜାର୍ତୀୟ ଦିନିକିଆ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ ବିରାଟ କୋହଲି । ସେତେବେଳେ ବିରାଟଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ପରେ ଧୀରେ ଧୀରେ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଟିମ୍‌ରେ ସ୍ଥାନ ପକ୍କା କରିଥିଲେ । ଆଉ ଟିମ୍‌ ପାଇଁ ସାଜିଥିଲେ ଏକ ଭରସାଯୋଗ୍ୟ ଖେଳାଳି । ଇତିମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ ୧୫ ବର୍ଷ ପୂରଣ କରିସାରିଲେଣି । ସହଜ ନଥିଲା ଯାତ୍ରା । କିନ୍ତୁ ତାପରେ ବି ଏହି କଠିନ ରାସ୍ତାକୁ ସଫଳ କରିଚାଲିଛନ୍ତି ବିରାଟ ।

wp:embed {"url":"https://www.prameyanews7.com/mumbai-police-gets-threat-message/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mumbai-police-gets-threat-message/
/wp:embed

ତେବେ ମୁମ୍ବାଇରେ ଖେଳାଯିବାକୁ ଥିବା ସେମି ଫାଇନାଲ୍‌ ମୁକାବିଲାରେ ନୂଆ ରେକର୍ଡ କରିବେ ବିରାଟ କୋହଲି । ପ୍ରଥମ ଭାରତୀୟ ଖେଳାଳି ଭାବେ ଲଗାତର ୪ଟି ବିଶ୍ୱକପ୍‌ ସଂସ୍କରଣର ସେମିଫାଇନାଲ ଖେଳିବାର କୃତୀତ୍ୱ ଅର୍ଜନ କରିବେ କିଙ୍ଗ କୋହଲି । ୨୦୧୧ରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳିଥିଲେ, ଏହାପରେ ୨୦୧୫୮ରେ ୨ୟ ସେମି ଫାଇନାଲ୍‌ ଖେଳିଥିଲେ, ଆଉ ୨୦୧୯ରେ ନିଜ କ୍ୟାରିୟରର ୩ୟ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିଥିଲେ କୋହଲି । ଆଉ ଏବେ ମାନେ ୨୦୨୩ରେ ବିରାଟ ଖେଳିବେ ନିଜ କ୍ୟାରିୟର ୪ର୍ଥ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ । ତାହା ପୁଣି ଘରୋଇ ମାଟିରେ , ନ୍ୟୁଜିଲାଣ୍ଡ ବିପକ୍ଷରେ । ଏହାପୂର୍ବରୁ ଅନେକ ଖେଳାଳି ଆସିଛନ୍ତି । କିନ୍ତୁ କୌଣସି ବି ଖେଳାଳି ଲଗାତର ଏବଂ ୪ଟି ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିନାହାନ୍ତି । ବିରାଟ ଏହା କରିବାରେ ପ୍ରଥମ ଭାରତୀୟ ଖେଳାଳି ସାଜିବେ ।

ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବର୍ତ୍ତମାନ ୨୯୦ଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୧୩୬୭୭ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏବେ ସୁଦ୍ଧା ୪୯ଟି ଶତକ ହାସଲ କରିଥିବା ବେଳେ ୭୧ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି ।

wp:embed {"url":"https://www.prameyanews7.com/cricket-odi-world-cup-2023-indian-origin-cricketers-playing-for-other-teams-rachin-ravindra-ish-sodhi-list-here/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cricket-odi-world-cup-2023-indian-origin-cricketers-playing-for-other-teams-rachin-ravindra-ish-sodhi-list-here/
/wp:embed

ସେହିପରି ଏବେ ସୁଦ୍ଧା ୧୧୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ପୂରଣ କରିଛନ୍ତି ୮୬୭୬ ରନ୍‌ । ଏଥିରେ ୨୫୪ ତାଙ୍କର ସର୍ବାଧିକ ସ୍କୋର ରହିଛି । ଟେଷ୍ଟ କ୍ରିକେଟ୍‌ ମୋଟ ୨୯ଟି ଶତକ ହାସଲ କରିଥିବା ବେଳେ ୨୯ଟି ଅର୍ଦ୍ଧଶତକ ମଧ୍ୟ ରହିଛି । ବାକି ୭ଟି ଦ୍ୱିଶତକ ବି ରହିଛି । ଟି-୨୦ କ୍ରିକେଟ୍‌ରେ ମଧ୍ୟ ଖୁବ୍‌ ଗର୍ଜିଛି ବିରାଟଙ୍କ ବ୍ୟାଟ । ମୋଟ ୧୧୫ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍‌ ଖେଳି ୪୦୦୮ ରନ୍‌ ପୂରଣ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୩୭ଟି ଅର୍ଦ୍ଧଶତକ ରହିଛି । ୧୨୨ ତାଙ୍କ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

ଅନ୍ୟପଟେ ଆଇପିଏଲ୍‌ ମଧ୍ୟ ଜବରଦସ୍ତ ରହିଛି ବିରାଟଙ୍କ ପ୍ରଦର୍ଶନ । ମୋଟ ୨୩୭ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୭୨୬୩ ରନ୍‌ ପୂରଣ କରିଛନ୍ତି । ଏଥିରେ ତାଙ୍କର ୭ଟି ଶତକ ଏବଂ ୫୦ଟି ଅର୍ଦ୍ଧଶତକ ରହିଛି । ୧୧୩ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

wp:embed {"url":"https://www.prameyanews7.com/ankita-lokhnde-may-pregnant-in-bigg-boss-17/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ankita-lokhnde-may-pregnant-in-bigg-boss-17/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.