ବେନ ଷ୍ଟୋକ୍ସଙ୍କ ସହ କାହିଁକି ମୁହାଁମୁହିଁ ହେଲେ ବିରାଟ କୋହଲି ? ଘଟଣାର ଖୁଲାସା କଲେ ମହମ୍ମଦ ସିରାଜ

Published By : Prameya-News7 Bureau | March 04, 2021 IST

ଅହମ୍ମଦାବାଦ ୦୪।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ବ୍ୟାଟସମ୍ୟାନ ଫ୍ଲପ୍ ମାରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ସ୍ପିନର ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ସହିତ ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ଦମଦାର ବୋଲିଂ କରିଛନ୍ତି।

{"id":417991,"sizeSlug":"large","linkDestination":"none"}

ତେବେ ମ୍ୟାଚ୍ ସମୟରେ ସିରାଜ ଓ ଇଂଲଣ୍ଡ ବ୍ୟାଟସମ୍ୟାନ ବେନ ଷ୍ଟୋକ୍ସଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ବିରାଟ ଷ୍ଟୋକ୍ସଙ୍କ ପାଖକୁ ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଉଭୟ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହେଉଥିବା ଦେଖି ଅମ୍ପାୟର ହସ୍ତକ୍ଷେପ କରି କୌଣସି ପ୍ରକାରେ ବିବାଦକୁ ଶାନ୍ତ କରିଥିଲେ। ପ୍ରଥମ ଦିନର ଖେଳ ସମାପ୍ତି ପରେ ଯେବେ ସିରାଜଙ୍କୁ ଏହି ବିବାଦ ବିଷୟରେ ପଚରାଗଲା, ସେ ଏହାର ଖୁଲାସା କରିଥିଲେ।

ସିରାଜ କହିଛନ୍ତି ଷ୍ଟୋକ୍ସ ମୋତେ ଗାଳି ଦେଇଥିଲେ। ଏହା ପରେ ମୁଁ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଅଭିଯୋଗ କରିଥିଲି। ଏହା ପରେ କୋହଲି ଷ୍ଟୋକ୍ସଙ୍କ ସହ କଥା ହୋଇଥିଲେ ଏବଂ ମାମଲା ବଡ ରୂପ ନେଇଥିଲା। ଅମ୍ପାୟର ଏଥିରେ ହସ୍ତକ୍ଷେପ କରି ପରିସ୍ଥିତି ଶାନ୍ତ କରିଥିଲେ। ଏହି ଘଟଣା ଇଂଲଣ୍ଡ ଇନିଂସର ୧୩ତମ ଓଭରରେ  ହୋଇଥିଲା।

{"id":417992,"sizeSlug":"large","linkDestination":"none"}

ପରେ ସିରାଜ ନିଜର ବୋଲିଂକୁ ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି, ଏହି ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଭଲ ଥିଲା। ମୋର ଯୋଜନା କେବଳ ଏହା ରହିଥିଲା ଯେ, ମୁଁ ସଂଯମ ରଖି ସଠିକ୍ ଲାଇନ୍‌ ଲେଙ୍ଗ୍‌ଥରେ ବୋଲିଂ କରିବି। ବିରାଟ ଭାଇ ଆମ ପାଖରେ ଦୁଇ ଜଣ ଦ୍ରୁତ ବୋଲର ଥିବାରୁ ରୋଟେସନ କରିବାକୁ ପଡିବ ବୋଲି କହିଥିଲେ। ଆରମ୍ଭରୁ ଦୁଇ ଓଭର  ବୋଲିଂ କରିବା ପରେ ସେ ବୋଲିଂରେ ପରିବର୍ତ୍ତନ କରିଥିଲେ ଏବଂ ପୁଣି ସେହି ଏଣ୍ଡରୁ ବୋଲିଂ କରିବାକୁ ଦେଇଥିଲେ ଯେଉଁ ପଟୁ ଇଶାନ୍ତ ଶର୍ମା ବୋଲିଂ କରୁଥିଲେ। ଏହି ଏଣ୍ଡରୁ ମୋତେ ଅତିରିକ୍ତ ବାଉନ୍ସ ମିଳିବା ସହ ସ୍ଵିଙ୍ଗ୍ ମଧ୍ୟ ମିଳିଥିଲା। ଯାହାର ମୁଁ ଫାଇଦା ଉଠାଇଥିଲି ବୋଲି ସିରାଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.