ଅନୁଷ୍କାଙ୍କ ଆଖିରେ ଖୁସିର ଲୁହ, ମୈଦାନରୁ ଗ୍ୟାଲେରୀ ଉଡିଲା ଫ୍ଲାଇଂ କିସ୍
15/11/2023 at 6:18 PM

ମୁମ୍ୱାଇ ୧୫/୧୧: ଓ୍ୱାଙ୍ଖଡେରେ ଚାଲିଛି ସେମି ମହାମୁକାବିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶାଳ ସ୍କୋର ଟାର୍ଗେଟ୍ ରଖିଛି ଟିମ୍ ଇଣ୍ଡିଆ । ତେବେ ଏହି ଇଂନିସ୍ରେ କୋହଲି ଖେଳିଥିଲେ ଶତକୀୟ ପାଳି । କେବଳ କୋହଲି ନୁହେଁ ଆୟାର ବି ଖେଳିଛନ୍ତି ଦମ୍ଦାର ଶତକ । ତେବେ ବିରାଟ କୋହଲିଙ୍କ ଏହି ଶତକ ସହ ଯୋଡି ହୋଇଯାଇଛି ଆଉ ଏକ ମାଇଲ ଖୁଣ୍ଟ ।
ODI କ୍ୟାରିୟରର ଏହା ହେଉଛି ୫୦ତମ ଶତକ । ଆଉ ଏହି ଶତକ ବଳରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କୁ ପକାଇଛନ୍ତି ପଛରେ । ଶହେ ସ୍କୋର କରିବା ପରେ ବିରାଟ କୋହଲି ଷ୍ଟାଣ୍ଡରେ ବସିଥିବା ଅନୁଷ୍କା ଶର୍ମାଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଏହାର ରିପ୍ଲାଏରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ଫ୍ଲାଇଂ କିସ୍ ବି ଦେଇଥିଲେ ।
King Kohli celebration 🔥
— fairy tales (@virat_kohli_3) November 15, 2023
Anushka Sharma priceless reaction 🥹#ViratKohli𓃵 #ViratKohli #WorldCup2023 #SachinTendulkar pic.twitter.com/nJiqRaym3T
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:
କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀ ବି କମେଣ୍ଟ ବି ଦେଉଛନ୍ତି । କାରଣ ସେମି ମୁକାବିଲା ଦେଖିବାକୁ ଆଜି ମୈଦାନରେ ଏକାଠି ହୋଇଥିଲେ ଅନେକ ଷ୍ଟାର କାଷ୍ଟ । ବିଶେଷକରି ଖେଳାଳିଙ୍କ ସ୍ତ୍ରୀମାନେ ବି ବସିଥିଲେ । ଆଉ ବିରାଟଙ୍କ ପ୍ରତିଟି ମୁହୂର୍ତ୍ତକୁ ଚିଅର ଅପ କରିବାକୁ ପଛାଇନଥିଲେ ଅନୁଷ୍କା ।
ଆଉ ଶତକ କରିବା ପରେ ବଦଳିଯାଇଥିଲେ ସବୁକିଛି । ଯେତିକି ଖୁସି ଥିଲେ ବିରାଟ । ତାଠରୁ ଡବଲ ଖୁସି ଥିଲେ ପତ୍ନୀ ଅନୁଷ୍କା । ଆଉ ଏହି ଖୁସିରେ ଆଖିରୁି ଝରିପଡିଥିଲା ଲୁହ । ଯାହା କଏଦ ହୋଇଥିଲା କ୍ୟାମେରାରେ । ବିରାଟ କୋହଲି ୧୧୩ ବଲରେ ୧୧୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସେ ତାଙ୍କ ଇନିଂସରେ ୯ ଟି ଚୌକା ଓ ୨ ଛକା ମାରିଥିଲେ ।
ବିରାଟଙ୍କ ପରେ ଶ୍ରେୟସ ଖେଳିଥିଲେ ଶତକୀୟ ପାଳି:
କହିବାକୁ ଗଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ଶୁଭମନ ଗିଲ କରିଛନ୍ତି ୮୦ ରନ୍ । ସେହିଭଳି ଆୟାର, ୧୦୫ କରିଥିବାବେଳେ ରାହୁଲ ଖେଳିଥିଲେ ୩୯ ରନ୍ ।
you can also read….