ବିରାଟ କରିବେ ଦିଓ୍ବାଲୀ ଧମାକା, ଭାଙ୍ଗିବେ ସଚିନ୍‌ଙ୍କ ଐତିହାସିକ ରେକର୍ଡ !

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ ୧୨।୧୧: ଓ୍ବାର୍ଲକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଶୀର୍ଷରେ ଥିବାବେଳେ ପ୍ରଥମରୁ ହିଁ ସେମିଫାଇନାଲରେ କରିସାରିଛି ଏଣ୍ଟ୍ରି । ଗ୍ରୁପ୍‌ ଷ୍ଟେଜ୍‌ରେ ଖେଳିବ ଶେଷ ମ୍ୟାଚ୍ । ୧୨ ନଭେମ୍ବର ଅର୍ଥାତ୍‌ ରବିବାର ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍ । ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ ବିପକ୍ଷରେ ଗର୍ଜିବ ମେନ୍‌ ଇନ୍‌ ବ୍ଲ୍ୟୁ । ଷ୍ଟାଡିୟମ୍‌ରେ ବର୍ଷିବ ଚଉକା ଛକା । ଦିୱାଲୀରେ ହେବ ରନ୍‌ ବର୍ଷା ।

{"id":868792,"sizeSlug":"full","linkDestination":"none"}

ଧମାକା କରିବେ କିଙ୍ଗ୍‌ କୋହଲି । ଆଉ କାଟିପାରନ୍ତି ମାଷ୍ଟର ବ୍ଲାଷ୍ଟରଙ୍କ ଐତିହାସିକ ରେକର୍ଡ । ଓ୍ବାନ୍‌ଡେ ଇଣ୍ଟରନ୍ୟାସନାଲ୍‌ରେ ସବୁଠାରୁ ଅଧିକ ଶତକର ରେକର୍ଡ କରିପାରନ୍ତି କୋହଲି । ସେ ଶତକ ମାରିବାରେ ସଚିନ୍ ତେନ୍ଦୁଲକରଙ୍କ ହୋଇଛନ୍ତି ସମକକ୍ଷ । ଯଦି ରବିବାର ଆଉ ଏକ ଶତକ ବିରାଟଙ୍କ ବ୍ୟାଟ୍‌ରୁ ବାହାରେ,  ତେବେ ସେ ସଚିନ୍‌ଙ୍କୁ ଟପିଯିବେ ।

{"id":868793,"width":838,"height":472,"sizeSlug":"full","linkDestination":"none"}

ନଭେମ୍ବର ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାଇଥିଲେ ୪୯ତମ ଶତକ । ସେ ଆଫ୍ରିକୀୟ ଟିମ୍‌ ବିପକ୍ଷରେ ୧୨୧ ବଲ୍‌ରେ ୧୦୧ ରନ୍‌ର ଖେଳିଥିଲେ ଅପରାଜିତ ଇନିଂସ । ୨୭୭ତମ ଦିନିକିଆ ଖେଳି ବିରାଟ ଏହି ରେକର୍ଡ କରିଛନ୍ତି । କିନ୍ତୁ ସଚିନ ୪୫୧ତମ ଇନିଂସରେ ଏହି ସଫଳତା ପାଇଥିଲେ । ତେବେ ସଚିନ୍‌ ତାଙ୍କ କ୍ୟାରିୟରରେ ୪୬୩ ଓ୍ବାନ୍‌ଡେ ଖେଳିଥିଲେ ।

{"id":868794,"width":841,"height":631,"sizeSlug":"full","linkDestination":"none"}

ଯେଉଁଥିରେ ସେ ହାରାହାରି ୪୪.୮୩ରେ ପ୍ରତିଶତ ସହ ୪୫୨ ଇନିଂସରେ  ୧୮୪୨୬ ରନ୍ କରିଥିଲେ । ସେ ମୋଟ ୪୯ ଟି ଓ୍ବାନ୍‌ଡେ ଶତକ ହାସଲ କରିଥିଲେ। ୱାନ ଡେ ଇଣ୍ଟରନ୍ୟାସନାଲରେ ସଚିନ ଏବଂ କୋହଲି ସର୍ବାଧିକ ୪୯-୪୯ ଶତକ ହାସଲ କରିଛନ୍ତି । ବର୍ତ୍ତମାନ ଯଦି କୋହଲି ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଆଉ ଏକ ଶତକ ହାସଲ କରନ୍ତି, ତେବେ ସେ ବିଶ୍ୱରେ ସର୍ବାଧିକ ଓ୍ବାନ୍‌ଡେରେ ଶତକ ଲଗାଇଥିବା ପ୍ଲେୟାର ହୋଇଯିବେ । 

{"id":868795,"sizeSlug":"full","linkDestination":"none"}

ତେବେ ପୂର୍ବତନ ଭାରତୀୟ ଅଧିନାୟକ ଚଳିତ ବିଶ୍ୱକପ୍‌ରେ ଭଲ ଫର୍ମରେ ଅଛନ୍ତି । ଏପର୍ଯ୍ୟନ୍ତ ସେ ଟୁର୍ଣ୍ଣାମେଣ୍ଟରେ ୨ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ବାଂଲାଦେଶ ବିପକ୍ଷରେ ୧୦୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ବିଶ୍ୱକପ୍‌ରେ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୫ ରନ୍ ସଂଗ୍ରହ କରି ଶତକ କରିବାରୁ ଅଳ୍ପକେ ରହିଯାଇଥିଲେ ।

{"id":868796,"sizeSlug":"full","linkDestination":"none"}

ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନ ଏବଂ ଶ୍ରୀଲଙ୍କା ବିପକ୍ଷରେ ୮୮ ରନର ପାଳି ଖେଳିଥିଲେ। ଅର୍ଥାତ୍ ଏହି ଦୁଇଟି ମ୍ୟାଚ୍‌ରେ ମଧ୍ୟ କୋହଲି ଶତକର ନିକଟତର ଥିଲେ । ଯଦି ଏହାମଧ୍ୟରୁ ଗୋଟିଏ ଶତକ ପୁରା ହୋଇଥାନ୍ତି ତେବେ କୋହଲି ପୂର୍ବରୁ ହିଁ ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ସାରିଥାନ୍ତେ ।  ତେବେ ଅପେକ୍ଷା ଆଜିର ମ୍ୟାଚ୍‌କୁ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.