ପ୍ରଥମେ ରେକର୍ଡ ଭାଙ୍ଗିଲେ, ପରେ କ୍ରିକେଟ୍ ଗଡ୍‌ ସଚିନଙ୍କ ଆଗରେ ମୁଣ୍ଡ ନୁଆଇଁଲେ ବିରାଟ କୋହଲି

Published By : Prameya-News7 Bureau | November 15, 2023 IST

ୱାଙ୍ଖଡ଼େ: ପ୍ରଥମେ ରେକର୍ଡ ଭାଙ୍ଗିଲେ, ପରେ କ୍ରିକେଟ୍ ଗଡ୍‌ଙ୍କୁ ପ୍ରଣାମ କଲେ ବିରାଟ କୋହଲି। ବୁଧବାର(ନଭେମ୍ବର ୧୫) ୱାଙ୍ଖଡ଼େ କ୍ରିକେଟ ଫିଲ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ଫାଇଟ୍‌ରେ ବିରାଟ କୋହଲି ଆଜି ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ ୫୦ଟି ଶତକ ମାରି ସଚିନଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି।

ଏହା ପୂର୍ବରୁ ସଚିନ ତେନ୍ଦୁଲକର ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ୪୯ ତମ ଶତକ ହାସଲ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଥିଲେ। ଯଦିଓ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସଚିନଙ୍କକ ରେକର୍ଡ ଭାଙ୍ଗିବାକୁ କୋହଲିଙ୍କ ପାଖରେ ମଉକା ଥିଲା। ହେଲେ କୋହଲି ଅର୍ଦ୍ଧଶତକ ହାସଲ ପରେ ସେ ଆଉଟ୍ ହୋଇଯାଇଥିଲେ।

wp:html /wp:html

ତେବେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ସଚିନଙ୍କ ୪୯ ତମ ଶତକ ରେକର୍ଡ ପଛରେ ପକାଇ ୫୦ ତମ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ବ୍ୟାଟର ହୋଇଛନ୍ତି। ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ବିରାଟଙ୍କ ସେଲିବ୍ରେସନ କିନ୍ତୁ ଖୁବ ଚମତ୍କାର ଥିଲା। ଶତକ ପୂରା କରିବାର ତୁରନ୍ତ ପରେ ବିରାଟ ଆଣ୍ଠେଇ ପଡ଼ି ସଚିନଙ୍କ ଆଗରେ ନତମସ୍ତକ ହୋଇଥିଲେ। କ୍ରିକେଟ୍ ଗଡ୍‌ଙ୍କୁ ସଲାମ ଜଣାଇଥିଲେ।

wp:html /wp:html

ଅନ୍ୟପଟେ ପାଭିଲିଅନ୍‌ରେ ବସି ମ୍ୟାଚ୍ ଦେଖୁଥିବା ସଚିନ ତେନ୍ଦୁଲକର ବିରାଟଙ୍କର ଏହି ସଫଳତା ପାଇଁ ତାଙ୍କୁ ବଧେଇ ଜଣାଇଥିଲେ। ବିରାଟ ଶତକ ପୂରା କରିବା ପରେ ସଚିନ ଛିଡ଼ା ହୋଇ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ।

କେବଳ ସେତିକି ନୁହେଁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଫ୍ଲାଇଂ କିସ୍ ଦେଇଥିଲେ। ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ୍ ମିଡିଆରେ ଜୋର୍‌ସୋର୍‌ରେ ଅପଲୋଡ୍ ହେଉଛି।    

wp:html /wp:html

ପଢନ୍ତୁ-ବିଶ୍ୱକପରେ ଛକାର ୱାର୍ଲଡ୍ ରେକର୍ଡ କଲେ ହିଟ୍‌ମ୍ୟାନ୍ ରୋହିତ ଶର୍ମା, କ୍ରିସ୍ ଗେଲଙ୍କୁ ପକାଇଲେ ପଛରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.