ବିଶ୍ୱକପ୍‌ରେ ବିରାଟଙ୍କ ବିଶ୍ୱ ରେକର୍ଡ: ଆଜି ୨ ଦୁଇଟି ରେକର୍ଡ କଲେ କୋହଲି

Published By : Prameya-News7 Bureau | October 23, 2022 IST

ମୁମ୍ବାଇ: ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ସହିତ ଆଜିର ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଖାସ୍ ଥିଲା। କାରଣ ସେ କେବଳ ଭାରତକୁ ଯେ ମ୍ୟାଚ୍ ଜିତାଇଲେ ତାହା ନୁହେଁ, ବରଂ ଉଭୟ ଟିମ୍ ପାଇଁ ନିଜ ପାଇଁ ରେକର୍ଡ ବି ଆଣିଦେଲେ।

ଆଜିର ମ୍ୟାଚ୍‌ରେ ୮୨ ରନ୍ କରି ବିରାଟ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ କରିଥିବା ଭାରତୀୟ ବ୍ୟାଟର ହେବାର ରେକର୍ଡ କରିଛନ୍ତି। ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ୩ ନମ୍ବର ବ୍ୟାଟର ଭାବରେ ସର୍ବାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେହିପରି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିରାଟ କୋହଲି ସର୍ବାଧିକ ରନ୍ କରିଥିବା ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି।

ବିରାଟଙ୍କ ବିଶ୍ୱ ରେକର୍ଡ-

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ ବର୍ତ୍ତମାନ ସୁଧା ୩୭୯୪ ରନ୍ କରିଛନ୍ତି। ତାଙ୍କ ପଛକୁ ୩ ୭୪୧ ରନ୍ ସହ ରୋହିତ ଶର୍ମା ଦ୍ୱିତୀୟ ନମ୍ବରର ଅଛନ୍ତି। ସେହିପରି ଟି-୨୦ ବିଶ୍ୱକପ୍‌ ଇତିହାସରେ ମାତ୍ର ୨୦ଟି ଇନିଂସ ଖେଳି ବିରାଟ ୯୨୭ ରନ୍ ରୋହିତ ଶର୍ମା ୮୫୧ ରନ କରି ଭାରତର ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପରେ ତୃତୀୟ ସ୍ଥାନରେ ଯୁବରାଜ ସିଂହ ୫୯୩ ରନ୍ କରି ଇଣ୍ଟରନ୍ୟାସ୍‌ନାଲ କ୍ରିକେଟରେ ଅବସର ନେଇସାରିଛନ୍ତି।

କେବଳ ଏହି ରେକର୍ଡ ନୁହେଁ ବିରାଟ କୋହଲି ଖୁବ୍‌ଶୀଘ୍ର ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ସବୁଠାରୁ ଅଧିକ ରନଧାରୀ ବ୍ୟାଟର ହେବାକୁ ଯାଉଛନ୍ତି। ଆସନ୍ତା ଗୋଟିଏ କି ଦୁଇଟି ମ୍ୟାଚ୍‌ରେ ବିରାଟ ଏହି ରେକର୍ଡ ବି ତାଙ୍କ ନାଁରେ କରିନେବେ। ଟି-୨୦ ବିଶ୍ୱକପ ଇତିହାସରେ ଶ୍ରୀଲଙ୍କାର ମହିଲେ ସର୍ବାଧିକ ଜୟବର୍ଦ୍ଧନରେ ୧୦୧୬ ରନ୍ ବନାଇଛନ୍ତି। ତାଙ୍କ ପଛକୁ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର କ୍ରୀସ ଗେଲ୍। ସେ ଟି-୨୦ ବିଶ୍ୱକପ୍‌ରେ ୯୬୫ ରନ୍ କରିଛନ୍ତି। ବର୍ତ୍ତମାନ ଏହି ଦୁଇ ଖେଳାଳି ସନ୍ନ୍ୟାସ ନେଇସାରିଥିବା ବେଳେ ବିରାଟ ବିଶ୍ୱକପ୍‌ରେ ୯୨୭ ରନ୍ କରିଥିବା ଖୁବ୍‌ଶୀଘ୍ର ଏମାନଙ୍କ ରେକର୍ଡ କାଟିଦେବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.