ୱାର୍ଲଡ କପ୍ ରେ ଇତିହାସ ରଚିଲେ କୋହଲୀ,ଲଗାତାର ୫ ମ୍ୟାଚ୍ ରେ ୫ ଅର୍ଦ୍ଧଶତକ

Published By : Prameya-News7 Bureau | June 30, 2019 IST

ଏଜବେଷ୍ଟନ: ଆଇସିସି ୱାର୍ଲଡ କପ୍-୨୦୧୯ର ରବିବାର ୩୮ ତମ ମ୍ୟାଚ୍ ରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀ। ଲଗାତାର ୫ଟି ମ୍ୟାଚ୍ ରେ ଅର୍ଦ୍ଧ ଶତକ ହାସଲ କରିବାରେ କୋହଲୀ ପ୍ରଥମ ଖେଳାଲି ପାଲଟିଥିବା ବେଳେ ବିଶ୍ୱକପରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଆୟୋଜକ ଇଂଲଣ୍ଡ  ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ୭ ୱିକେଟ୍ ହରାଇ କରିଛି ୩୩୭ ରନ। ୩୩୮ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବିରାଟ ଟିମ ଇଂଲଣ୍ଡ ସ୍କୋରର ପିଛା କରୁଛନ୍ତି।

{"id":129223}

ରବିବାର ଏଜବେଷ୍ଟନ ଷ୍ଟାଡିୟମରେ ଇଣ୍ଡିଆର ଆରମ୍ଭ ଏତେ ଭଲ ନଥିଲା। ୨ ଓପ୍ନର କେ.ଏଲ. ରାହୁଲ ଓ ରୋହିତ ଶର୍ମା ପ୍ରଥମ ଓଭରଟିକୁ ବିନା ରନରେ ଖେଳିଥିଲେ। ପର ଓଭରରେ ରାହୁଲ ଶୁନରେ ପ୍ୟାଭିଲିୟନକୁ ଫେରିବା ପରେ କ୍ୟାପ୍ଟେନ ବିରାଟ କୋହଲି ଓହ୍ଲାଇଥିଲେ ଷ୍ଟାଡିୟମକୁ। ବେଶ ସୁନ୍ଦର ସମ୍ଭାଳିଥିଲେ ଇନିଂସ ୭୬ଟି ବଲ୍ ଖେଳି ୬୬ ରନ କରିବା ବେଳେ ଦଳକୁ ମଧ୍ୟ ମଜବୁତି ଦେଇଥିଲେ। ଫଳରେ ରୋହିତ ଶର୍ମା ଶତକ ଲକ୍ଷରେ ଆଗକୁ ବଢିବା ସହ ଟିମର ରନ ହାର ବୃଦ୍ଧିରେ ବିରାଟ ବେଶ ସହାୟକ ହୋଇଥିଲେ। ଏହି କ୍ରମରେ ବିରାଟ ତାଙ୍କ ୫ମ ବିଶ୍ୱ କପ୍ ମ୍ୟାଚ୍ ରେ ୫ମ ଅର୍ଦ୍ଧ ଶତକ ହାସଲ କରିବାରେ  ଚଳିତ ବିଶ୍ୱକପ୍ ରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି। 

{"id":129224}

ତେବେ ଗତ ୨୦୧୫ ବିଶ୍ୱକପ୍ ରେ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ଷ୍ଟିଭ ସ୍ମିଥଙ୍କ ନାମରେ ଥିଲା। ବିରାଟ କୋହଲି ଚଳିତ ବିଶ୍ୱକପ୍ ରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଶତକ ହାସଲ କରିନାହାନ୍ତି। ହେଲେ ପ୍ରତି ମ୍ୟାଚ୍ ରେ ଅର୍ଦ୍ଧଶତକରୁ ଅଧିକ ରନ କରି ଦଳ ସହ ନିଜ ବ୍ୟକ୍ତିଗତ ରନହାର ବୃଦ୍ଧିକରିଛନ୍ତି। ତେବେ ବିଶ୍ୱକପ୍ ର ପ୍ରଥମ ମ୍ୟାଚରେ ବିରାଟ ରନ୍ ସ୍କୋର କରିପାରିନଥିଲେ। ହେଲେ ପରବର୍ତ୍ତି ମ୍ୟାଚ୍ ଗୁଡିକରେ ନିଜର ପ୍ରତି ମ୍ୟାଚ୍ ଆଭରେଜ ରନରେଟ୍ ଫିକ୍ସ କରିବାରେ ସଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.