suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସେମିଫାଇନାଲରେ ପନ୍ଥ ଆଉଟ ହେବା ପରେ କାହିଁକି ରାଗିଲେ କୋହଲୀ…ଶାସ୍ତ୍ରୀଙ୍କ ପାଖରେ କଲେ କଣ ଅଭିଯୋଗ?

11/07/2019 at 12:42 PM

ମାଞ୍ଚେଷ୍ଟର୧୧|୭: ୨୦୧୯ ବିଶ୍ବ କପ୍‌ର ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଭାରତ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ବିଶ୍ବକପ୍‌ରୁ ବିଦାୟ ନେଇଛି ଭାରତ।ତେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳୀ ଋଷଭ ପନ୍ଥଙ୍କ ଆଉଟ୍‌ ହେବା ନେଇ କ୍ୟାପଟେନ ବିରାଟ କୋହଲି ରାଗିଯାଇଥିଲେ। ଡ୍ରେସିଂ ରୁମ୍‌ରେ ବିରାଟ ବହୁତ ରାଗିଯାଇଥିଲେ। ବିରାଟ ରାଗିଥିବା ସମୟରେ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ କଥା ହେବାର ଦୃଶ୍ୟ ଟିଭି ସ୍କ୍ରିନରେ ଦେଖାଯାଇଥିଲା । ଭାରତ ଘଡି ସଂଧି ମୁହୂର୍ତ୍ତ ଦେଇ ଗତି କରୁଥିବାବେଳେ  ପନ୍ଥ ୩୨ ରନ୍‌ର ଇନିଂସ ଖେଳି ଆଉଟ ହୋଇଥିଲେ।

ନ୍ୟୁଜିଲାଣ୍ଡର ସ୍ପିନର ମିଶେଲ ସେଣ୍ଟର ଋଷଭ ପନ୍ଥଙ୍କୁ ଆଉଟ କରିଥିଲେ। ମିଶେଲ ପନ୍ଥଙ୍କୁ ପକାଉଥିବା ପ୍ରଥମ ଚାରିଟି ବଲ ଡଟ ହୋଇଥିଲା। ଏଥିପାଇଁ ପନ୍ଥ ଚିନ୍ତିତ ହୋଇଯାଇଥିଲେ। ସେ ପଞ୍ଚମ ବଲରେ ଛପା ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ କୋଲିନ୍‌ ଦେ ଗ୍ରାନ୍ଧମ ପାଖକୁ ଯାଇଥିଲା। କୋଲିନ୍‌ କ୍ୟାଚ୍‌ ଧରି ପନ୍ଥଙ୍କ ଇନିଂସ ଶେଷ କରିଥିଲେ। ପନ୍ଥ ୫୬ ବଲ୍‌ର ସାମ୍ନା କରିସାରିଥିଲେ ଓ କ୍ରିଜରେ ସେଟ୍‌ ହୋଇସାରିଥିଲେ। କିନ୍ତୁ ଧର୍ଯ୍ୟ ହରାଇବା ସହ ସେ ୱିକେଟ୍‌ ମଧ୍ୟ ହରାଇଥିଲେ। ଏହା ଦେଖି କ୍ରିକେଟ ଏକ୍ସପର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଟିମ୍‌ ଇଂଡିଆର କ୍ୟାପଟେନ୍‌ ବିରାଟ କୋହଲି ଏହା ଦେଖି ବହୁତ ରାଗିଯାଇଥିଲେ। ସେ ରାଗରେ ଡ୍ରେସିଂ ରୁମ ଯାଇ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଏହି ବିଷୟରେ ରାଗି ଆଲୋଚନା କରିବାର ନଜର ଆସିଥିଲେ। ପନ୍ଥଙ୍କର ଏଭଳି ଭାବେ ଆଉଟ୍‌ ହେବା ନେଇ ଅନେକ ପୂର୍ବତନ କ୍ରିକେଟର୍ସ ମଧ୍ୟ ସମାଲୋଚନା କରିଥିଲେ।   

ଇଂଲଣ୍ଡର ପୂର୍ବତନ କ୍ରିକେଟର କେବିନ ପିଟରସନ, ଏକ୍ସପର୍ଟ ହର୍ଷା ଭୋଗଲେ ପନ୍ଥଙ୍କ ଇନିଂସ ନେଇ କିନ୍ତୁ ପ୍ରଶଂସା କରିଥିଲେ । ତେବେ ପନ୍ଥ ଏଭଳି ଶଟ୍‌ ମାରିବା ଅନୁଚିତ୍‌ ଥିଲା ବୋଲି ମତ ଦେଇଥିଲେ। ପିଟରସନ କହିଥିଲେ ଯେ, ଏଭଳି ଭାବେ ପନ୍ଥ ଅନେକ ଥର ଆଉଟ ହୋଇଛନ୍ତି। ଏହି କାରଣ ପାଇଁ ପ୍ରଥମେ ଋଷଭଙ୍କୁ ବିଶ୍ବ କପ୍‌ ଟିମ୍‌ରେ ନିଆଯାଇନଥିଲା   

   Related Posts