krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ କୀର୍ତ୍ତିମାନ ଲକ୍ଷ୍ୟରେ ରୋହିତ ଏବଂ ବିରାଟ, ଦିନିକିଆ କ୍ରିକେଟ୍‌ରେ ହାସଲ କରିପାରନ୍ତି ନୂଆ ରେକର୍ଡ

26/07/2023 at 10:22 AM

ମୁମ୍ବାଇ ୨୬।୦୭ : ଏବେ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଭାରତୀୟ ଟିମ୍‌ । ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିଛି ଟିମ୍‌ ଇଣ୍ଡିଆ । ଆଗକୁ ମାନେ ଗୁରୁବାର ଦିନଠୁ ଆରମ୍ଭ ହେବ ଦିନିକିଆ ସିରିଜ୍‌ । ଟେଷ୍ଟ ପରି ଦିନିକିଆ ସିରିଜ୍‌କୁ କବ୍‌ଜା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ତେବେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ରେ ଦୁଇଟି ନୂଆ ରେକର୍ଡ ସ୍ଥାପନ ହୋଇପାରେ । ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ନୂଆ କୀର୍ତ୍ତମାନ ସ୍ଥାପନ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ରେକର୍ଡ ବିଷୟରେ….

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି । ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ହେୂବାକୁ ଥିବା ଦିନିକିଆ ସିରିଜ୍‌ରେ ନୂଆ ରେକର୍ଡ କରିପାରନ୍ତି । ଦିନିକିଆ କ୍ରିକେଟ୍‌ରେ ବିରାଟ ବର୍ତ୍ତମାନ ସୁଦ୍ଧା ୧୨,୮୯୮ ରନ୍‌ ସଂଗ୍ରହ କରିଛନ୍ତି । ୧୩ ହଜାର ରନ୍‌ ସଂଗ୍ରହ ପାଇଁ ଆଉ ୧୦୨ ରନ୍‌ ଆବଶ୍ୟକ ରହିଛି । ଯଦି ବିରାଟ କୋହଲି ଆସନ୍ତା ଦିନିକିଆ ସିରିଜ୍‌ରେ ୧୦୨ ରନ୍‌ ସଂଗ୍ରହ କରନ୍ତି । ତେବେ ସେ ୧୩ ହଜାର ରନ୍‌ ପୂରଣ କରିବେ ।

ସେହିପରି ଅଧିନାୟକ ରୋହିତ ଶର୍ମା ବି ନିଜ ନାମରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିପାରନ୍ତି । ଦିନିକିଆ ବ୍ୟାଟସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ ହଜାର ରନ୍‌ ପୂରଣ କରିପାରନ୍ତି । କିନ୍ତୁ ଏଥିପାଇଁ ରୋହିତଙ୍କୁ ଦରକାର ଆଉ ମାତ୍ର ୧୭୫ ରନ୍‌ । ଯଦି ରୋହିତ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ୧୭୫ ରନ୍‌ ସଂଗ୍ରହ କରୁଛନ୍ତି । ତେବେ ଆଉ ଜଣ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ୧୦ ହଜାର କ୍ରିକେଟ୍‌ କ୍ଲବରେ ନିଜ ନାମକୁ ସାମିଲ କରିପାରନ୍ତି ରୋହିତ ଶର୍ମା ବା ହିଟ୍‌ମ୍ୟାନ୍‌ । ବର୍ତ୍ତମାନ ସୁଦ୍ଧା ହିଟ୍‌ମ୍ୟାନ୍‌ ଦିନିକିଆ କ୍ରିକେଟ୍‌ରେ ୯୮୨୫ ରନ୍‌ ସଂଗ୍ରହ କରିସାରିଛନ୍ତି ।   

ଦିନିକିଆ କ୍ରିକେଟ୍‌ରେ ସବୁଠୁ ଅଧିକା ରନ୍‌ ସଂଗ୍ରହ କରିଥିବା ବ୍ୟାଟର :-

ସଚ୍ଚିନ ତେନ୍ଦୁଲକର – ୧୮, ୪୨୬

କୁମାର ସାଙ୍ଗାକାରା- ୧୪, ୨୩୪

ରିକି ପଣ୍ଟିଂ- ୧୭, ୭୦୪

ସନଥ ଜୟସୁରିୟା- ୧୩, ୪୩୦

ବିରାଟ କୋହଲି- ୧୨, ୮୯୮

ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌:-

ଜୁଲାଇ ୨୭ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ – କେନ୍‌ସିଙ୍ଗଟୋନ୍‌ ଓଭାଲ, ବାର୍‌ବୋଡସ

ଜୁଲାଇ ୨୯ :  ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ୨ୟ ଦିନିକିଆ – କେନ୍‌ସିଙ୍ଗଟୋନ୍‌ ଓଭାଲ, ବାର୍‌ବୋଡସ

ଅଗଷ୍ଟ ୧ : ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ୩ୟ ଦିନିକିଆ –କୁଇନ୍‌ସ ପାର୍କ, ଓଭାଲ, ତ୍ରିନିବାଦ୍‌

   Related Posts