ଏହି ଦୁଇ ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲିଆର ପ୍ରବଳ ଭୟ; ଦଳ ବିରୋଧରେ ବିରାଟ-ରୋହିତଙ୍କ ରେକର୍ଡ ବି ଟିକେ ଦେଖିନିଅନ୍ତୁ

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ରବିବାର ବିଶ୍ୱକପ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ ୨୦୨୩ ଫାଇନାଲ୍‌ ମ୍ୟାଚ୍। ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ୩ ବଦଲା ୨୩ରେ ନେବା ଲକ୍ଷ୍ୟରେ ଭାରତ।

ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଭାରତ ଠାରୁ ହାରି ସାରିଛି ଅଷ୍ଟ୍ରେଲିଆ। ତେଣୁ ଆସନ୍ତାକାଲିର ମ୍ୟାଚ୍‌କୁ ଖୁବ୍ ସତର୍କତାର ସହ ଖେଳିବ ଅଷ୍ଟ୍ରେଲିଆ। ଭାରତର ଦୁଇ ଜଣ ଖେଳାଳି ଅଷ୍ଟ୍ରେଲିଆ ପାଇଁ ମୁଣ୍ଡ ବିନ୍ଧାର କାଣର ହେଇପାରନ୍ତି। ଜଣେ ହେଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଅନ୍ୟ ଜଣେ ହେଲେ ରେକର୍ଡ ମ୍ୟାନ୍ ବିରାଟ କୋହଲି।

ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଦୁଇ ବ୍ୟାଟରଙ୍କ ପ୍ରଦର୍ଶନ ଖୁବ୍ ଚମକ୍ତାର ରହିଛି। ବିଶେଷ କରି ରୋହିତ ଶର୍ମା ଯେତେବେଳେ ବି ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରିଛନ୍ତି ନିର୍ଭୟ ହୋଇ ଜବରଦସ୍ତ ପ୍ରହାର କରିଛନ୍ତି। ତେଣୁ ତାଙ୍କ ମାଡ଼କୁ ଅଷ୍ଟ୍ରେଲିଆର ଭୟ ରହିବ। ବିରାଟ କୋହଲି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଅନେକ ସମୟରେ ବଡ଼ ସ୍କୋର କରିଛନ୍ତି।

ପଢ଼ନ୍ତୁ-ଫାଇନାଲ୍ ପୂର୍ବରୁ କଙ୍ଗାରୁ ଅଧିନାୟକଙ୍କ ବଡ଼ ଟିପ୍ପଣୀ, କହିଲେ- ଶାମି ଅଷ୍ଟ୍ରେଲିଆ ପାଇଁ ବଡ଼ ବିପଦ

ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ମୁଣ୍ଡବଥାର କାରଣ ହେଲେ ବର୍ତ୍ତମାନ ଏହି ଦୁଇ ବ୍ୟାଟର ଜବରଦସ୍ତ ଫର୍ମରେ ଅଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍ ବିରାଟ ଶତକ ହାସଲ କରିଥିବା ବେଳେ ରୋହିତ ମଧ୍ୟ ମାତ୍ର ୨୯ ବଲ୍‌ରେ ୪୭ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ରେକର୍ଡ

ବିଶ୍ୱକପ୍‌ରେ ରୋହିତ ଶର୍ମା ଅଷ୍ଟ୍ରେଲିଆର କୌଣସି ବୋଲରଙ୍କୁ ଛାଡ଼ୁ ନାହାନ୍ତି। ନିର୍ଦ୍ଧୁମ ପ୍ରହାର କରୁଛନ୍ତି। ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଫର୍ମାଟ୍‌ରେ ରୋହିତଙ୍କ ବ୍ୟାଟିଂକୁ ଦେଖିବା ତେବେ ହିଟ୍ ମ୍ୟାନ୍‌ ଦଳ ବିପକ୍ଷରେ ୪୪ଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୫୮.୩୦ ହାରର ୯୫ ଷ୍ଟ୍ରାଇକ୍ ରେଟ୍ ସହ ଖେଳି ୨୩୩୨ ରନ୍ କରିଛନ୍ତି। ଦିନିକିଆ ଫର୍ମାଟ୍‌ରେ ରୋହିତ କଙ୍ଗାରୁ ଟିମ ବିପକ୍ଷରେ ୮ ଶତକ ଓ ୯ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ତେବେ ଚଳିତ ବିଶ୍ୱକପ୍‌ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିଥିଲେ ବି ଶୂନ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟଙ୍କ ବ୍ୟାଟିଂ

କେବଳ ରୋହିତ ଶର୍ମା ନୁହଁନ୍ତି ବିରାଟ କୋହଲିଙ୍କର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ରେକର୍ଡ ରହିଛି। ଅଷ୍ଟ୍ରେରିଆର ବୋଲିଂ ଆଟାକ ବିରାଟଙ୍କର ବି ଫେବରେଟ୍। ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୪୮ ଟି ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୫୩.୭୯ ହାରରେ ଖେଳାଯାଇଥିବା ୪୬ ଇନିଂସରେ ୨୩୧୩ ରନ୍ ସଂଗ୍ରହ କରିଛନ୍ତି। ସେଥିରେ ୮ ଶତକ ଓ ୧୩ ଅର୍ଦ୍ଧଶତକ ରହିଛି।

ପଢ଼ନ୍ତୁ-୧୯୮୩, ୨୦୧୧ରେ ଏତିକି ଥିଲା ଟିମ୍ ଇଣ୍ଡିଆର ଚାମ୍ପିଅନ ପ୍ରାଇଜ୍ ମନି ! ୨୦୨୩ରେ ବିଜେତା ଟିମ୍ ଉପରେ ଟଙ୍କା ବର୍ଷା

ଚଳିତ ବିଶ୍ୱକପ୍‌ରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ସମସ୍ତ ୧୦ଟି ଯାକ ମ୍ୟାଚ୍ ଜିତିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ହାରିଛି। ହେଲେ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଖେଳାଙ୍କ ସ୍ପିର୍‌ଟ୍‌ ସମସ୍ତେ ଜାଣନ୍ତି। ଶେଷ ପର୍ଯ୍ୟନ୍ତ ସେମାନେ ଲଢ଼େଇ ଜାରି ରଖିବେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମାକ୍ସୱେଲ୍‌ଙ୍କ ବ୍ୟାଟିଂ ତାହା ପ୍ରମାଣିତ କରିଥିଲା। ତେବେ ଭାରତ କିନ୍ତୁ ଖୁବ୍ ଶକ୍ତିଶାଳୀ ହୋଇଯାଇଛି। ବୋଲିଂ- ବ୍ୟାଟିଂ ଓ ଫିଲ୍ଡିଂ ସବୁଥିରେ ଟପ୍‌ରେ ଅଛି। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଖୁବ୍‌ ଦମ୍‌ଦାର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.