ଚର୍ଚ୍ଚାରେ ଅନୁଷ୍କା-ବିରାଟଙ୍କ ଡେ ଆଉଟ୍, ଜାଣନ୍ତୁ ପିନ୍ଧିଥିଲେ କେତେ ଟଙ୍କାର ଟି ସାର୍ଟ
16/07/2019 at 10:38 PM

ଆଇସିସି ୱାର୍ଲଡ କପ୍ ଖେଳିବାକୁ ଲଣ୍ଡନ ଯାଇଥିବା ଟିମ୍ ଇଣ୍ଡିଆ କ୍ୟାପ୍ଟେନ ଏପର୍ଯ୍ୟନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି। ପତ୍ନୀ ଅନୁଷ୍କାଙ୍କ ସହ ତାଙ୍କୁ ରାଜଧାନୀରେ ଡେ ଆଉଟ୍ ଏନଜୟ କରୁଥିବା ଦେଖାଯାଇଛି। ତେବେ ଏଥିପାଇଁ ସେମାନେ ପିନ୍ଧିଥିବା ଟି-ସାର୍ଟ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିନେତ୍ରୀ ଅନୁଷ୍କା ଶର୍ମା ଯେଉଁ ବ୍ଲାକ୍ ଟି-ସାର୍ଟ ଟି ପିନ୍ଧିଛନ୍ତି ତାହା ସେଲଫ୍ରିଜେସ୍ ସାଣ୍ଡ୍ରୋ ବ୍ରାଣ୍ଡର। ଯାହାର ମୂଲ୍ୟ ହେଉଛି ଭାରତୀୟ ମୁଦ୍ରାରେ ୭ହଜାର ୫ଶହ ଟଙ୍କା।

ଏହି ଟି-ସାର୍ଟକୁ ଅନୁଷ୍କା ପେପରୱେଷ୍ଟ ବ୍ଲାକ୍ କଟନ ପେଣ୍ଟ ସହ ପିନ୍ଧିଥିବା ବେଳେ ହ୍ୱାଇଟ୍ ସୁ ଓ ମୁକ୍ତ କେଶରେ ବେଶ୍ ଷ୍ଟନିଂ ଲାଗୁଛନ୍ତି। ସେହିପରି ବିରାଟ ବାଲ୍ମେନ ବ୍ରାଣ୍ଡର ବ୍ଲାକ୍ ଟି-ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ କମ୍ପାନୀର ବ୍ରାଣ୍ଡ ନେମ ବି ରହିଛି। ଏହି ଟି-ସାର୍ଟର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ। ତେବେ ୱାର୍ଲଡ କପ୍ ସେମିରେ ହାରିବା ପରେ ଅନୁଷ୍କା ଓ ବିରାଟ ଲଣ୍ଡନ ରାସ୍ତାରେ ଘୁରି ବୁଲୁଥିବାର ସୋସାଲ ମିଡିଆ ପୋଷ୍ଟକୁ ନେଇ ସେମାନଙ୍କ ଫ୍ୟାନସ ଏବେ ଖୁବ୍ ନାରାଜ୍। ଏପରିକି ବିରାଟଙ୍କଠୁ ଅନୁଷ୍କାଙ୍କୁ ପୃଥକ ରଖିବାକୁ ବି ଫ୍ୟାନ୍ସ କମେଟ୍ ଲେଖୁଥିବା ଦେଖାଯାଇଛି।

ତେବେ ବିଶ୍ୱକପ୍ ବେଳେ ଅନୁଷ୍କାଙ୍କୁ ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କୁ ଚିୟର-ଅପ କରୁଥିବା ଦେଖାଯାଇଛି। ତେବେ ସେମିରେ ପରାଜୟ ପରେ ସେମାନଙ୍କ ଉପରେ ଫ୍ୟାନ ଏବେ ବେଶ ଖପ୍ପା । ଏଥିରେ ସେମାନଙ୍କ ସୋସାଲ ମିଡିଆ ଫଟୋ ସେମାନଙ୍କୁ ଅଧିକ ଜଳାଉଛି। ଯାହା ଭାଇରାଲ ହେବାରେ ଲାଗିଛି।