ତିନି ବର୍ଷର ଅପେକ୍ଷା ଶେଷ, ଅହମ୍ମଦାବାଦ୍ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି
12/03/2023 at 1:02 PM

ଅହମ୍ମଦାବାଦ୍ ୧୨।୦୩ : ତିନି ବର୍ଷର ଅପେକ୍ଷା ଶେଷ । ଟେଷ୍ଟ କ୍ରିକେଟ୍ ଶତକ ହାସଲ କଲେ କିଙ୍ଗ କୋହଲି । ନିଜ ଟେଷ୍ଟ କ୍ୟାରିୟର ଏହା ୨୮ ତମ ଶତକ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ରିକେଟ୍ରେ ଶତକ ଅର୍ଜନ କରିଥିଲେ ମଧ୍ୟ ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟ୍ରେ କୌଣସି ଶତକ ହାସଲ କରିପାରିନଥିଲେ ବିରାଟ କୋହଲି।
CENTURY for @imVkohli 🫡🫡
— BCCI (@BCCI) March 12, 2023
He’s battled the heat out here and comes on top with a fine 💯, his 28th in Test cricket. #INDvAUS #TeamIndia pic.twitter.com/i1nRm6syqc
ଅହମ୍ମଦାବାଦ୍ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ । ଏହି ମ୍ୟାଚ୍ର ପ୍ରଥମ ଇନିଂସରେ ୪୮୦ ରନ୍ର ବିଶାଳ ସ୍କୋର କରିଥିଲା କଙ୍ଗାରୁ ଟିମ୍ । ଯାହାର ଜବାବରେ ଭାରତ ମଧ୍ୟ ଆରମ୍ଭ କରିଥିଲା । ପ୍ରଥମେ ଯୁବ ବ୍ୟାଟସମ୍ୟାନ୍ ଶୁଭମନ୍ ଗିଲ୍ ଶତକ ମାରିଥିଲେ ଆଉ ଏବେ ବିରାଟ କୋହଲି ମଧ୍ୟ ସେଞ୍ଚୁରୀ ମାରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର ୨୮ ତମ ଶତକ ମାରିଛନ୍ତି ବିରାଟ । ୩ ବର୍ଷ ଧରି ଶତକ ଠାରୁ ଦୂରରେ ଥିବା ବିରାଟ କୋହଲି ଶେଷରେ ସେଞ୍ଚୁରୀ ମାରିବାରେ ସଫଳ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍ରେ ଶେଷ ଶତକ ୨୨ ନଭେମ୍ବର ୨୦୧୯ରେ କରିଥିଲେ ।
The Man. The Celebration.
— BCCI (@BCCI) March 12, 2023
Take a bow, @imVkohli 💯🫡#INDvAUS #TeamIndia pic.twitter.com/QrL8qbj6s9
ତେବେ ୧୦୮ ଟି ଟେଷ୍ଟ ମ୍ୟାଚ୍ ଖେଳି ବିରାଟ କୋହଲି ୨୮ଟି ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ଏହା ତାଙ୍କର ୫ମ ଶତକ । କ୍ରିକେଟ୍ କ୍ୟାରିୟରରେ ଏହା ବିରାଟ କୋହଲିଙ୍କ ୭୫ ତମ ଶତକ ।
ଭାରତ ପାଇଁ ସର୍ବାଧିକ ଶତକ ମାରିଥିବା ଖେଳାଳି-
ସଚ୍ଚିନ ତେନ୍ଦୁଲକର- ୨୦୦ ମ୍ୟାଚ୍, ୫୧ ଶତକ
ରାହୁଲ ଦ୍ରାବିଡ- ୧୬୩ ମ୍ୟାଚ୍, ୩୬ ଶତକ
ସୁନୀଲ ଗାଭାସ୍କର- ୧୨୫ ମ୍ୟାଚ୍, ୩୪ ଶତକ
ବିରାଟ କୋହଲି- ୧୦୮ ମ୍ୟାଚ୍, ୨୮ ଶତକ