ବିଶାଳ ରେକର୍ଡ ଅପେକ୍ଷାରେ ବିରାଟ: ଟିମ୍‌ ହାରିଲା କିନ୍ତୁ ଅଧିନାୟକ ଜିତିବେ, ୨୩ ରନ୍‌ କଲେ ମାଷ୍ଟର ବ୍ଲାଷ୍ଟରଙ୍କୁ ଟପିବେ କୋହଲି

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡି ଓ୍ବାନ୍‌ଡେ ସିରିଜ୍‌ ହାରି ସାରିଛି। ୩ ମ୍ୟାଚ୍‌ ବିଶିଷ୍ଟ ଓଡିଆଇ ସିରିଜ୍‌ ଟିମ୍‌ ଇଣ୍ଡିଆ ହାରିଥିବା ବେଳେ ଶେଷ ମ୍ୟାଚ୍‌ରେ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ବିରାଟ ବାହିନୀ। ଦୁଇଟି ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତି ନେଇଥିବା ବେଳେ ବୁଧବାର ହେବାକୁ ଥିବା ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।  ଦିନିକିଆ ସିରିଜ୍‌ ଟିମ୍‌ ଇଣ୍ଡିଆ ହାରିଥିବା ବେଳେ ଶେଷ ମ୍ୟାଚ୍‌ରେ ଏକ ବିଶାଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ଅଧିନାୟମ ବିରାଟ କୋହଲି।

ଆରୋନ ଫିଞ୍ଚଙ୍କ ଅଧିନାୟିକତ୍ବରେ ଟିମ୍‌ ଅଷ୍ଟ୍ରେଲିଆ ସିରିଜ୍‌ ହାତେଇଥିବା ବେଳେ କୋହଲି କିନ୍ତୁ ଚେଷ୍ଟା କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ୮୯ ରନ୍‌ କରିଥିବା କୋହଲିଙ୍କୁ ମୋଇସେସ୍‌ ହେନରିକ୍ସ କ୍ୟାଚ୍‌ ଆଉଟ କରି ପାଭିଲିୟନ୍‌ ଫେରାଇଥିଲେ। ଏହା ସହ କେବଳ ୫୧ ରନ୍‌ରେ ଦ୍ବିତୀୟ ମ୍ୟାଚ୍‌ ହାରିଛି ଟିମ୍‌ ଇଣ୍ଡିଆ।

କିନ୍ତୁ ବୁଧବାର ହେବାକୁ ଥିବା ମ୍ୟାଚ୍‌ରେ ଯଦି ବିରାଟ କୋହଲି ୨୩ ରନ୍‌ କରିପାରିଲେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ବିଶାଳ ରେକର୍ଡ କରିପାରିବେ। ୨୩ ରନ୍‌ କରିପାରିଲେ ୧୨୦୦୦ ଓଡିଆଇ ରନ୍‌ ପୁରା କରିବେ କୋହଲି। ୨୫୧ ଓଡିଆଇ ଓ ୨୪୨ ଇନିଂସରୁ ଏଭଳି ଏକ ରେକର୍ଡ କରିବାକୁ ଯାଉଛନ୍ତି ବିରାଟ କୋହଲି। କିନ୍ତୁ ସଚିନ ଏହି ରେକର୍ଡ ୩୦୯ ମ୍ୟାଚ୍‌ ଓ ୩୦୦ ଇନିଂସ୍‌ରୁ କରିପାରିଥିଲେ।

{"id":370948,"width":796,"height":305,"sizeSlug":"large"}

କିନ୍ତୁ ଏବେ କୋହଲି, ରିକି ପଣ୍ଟିଂ, କୁମାର ସାଙ୍ଗାକାରା, ସନଥ ଜୟଶୁରିଆ ଓ ମହେଲା ଜୟବର୍ଧନେଙ୍କ ପରେ ଷଷ୍ଠ ସ୍ଥାନରେ ରହିଛନ୍ତି। ଏହା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଓଡିଆଇ ଶତକ ମାରିବା ମାମଲାରେ କୋହଲି, ସଚିନଙ୍କ ରେକର୍ଡ ସହ ସମକକ୍ଷ ହେବାକୁ ଯାଉଛନ୍ତି। କେବଳ ଗୋଟିଏ ଶତକ ମାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ମାରିବେ ବିରାଟ କୋହଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.