ସିଡନୀ ୨୮।୧୦ : ବିରାଟ କୋହଲି ଚଳିତ ବର୍ଷ ୩ଟି ଯାକ ଫର୍ମାଟ୍ କ୍ରିକେଟ୍ରେ ମୋଟ୍ ୧୦୦୦ ରନ୍ ପୂରଣ କରିଛନ୍ତି । ୨ ବର୍ଷ ପରେ କୋହଲି ଏହି ସଫଳତା ଅର୍ଜନ କରିଛନ୍ତି । ନେଦରଲାଣ୍ଡ୍ସ ବିପକ୍ଷରେ ଅପରାଜିତ ୬୨ ରନ୍ର ଇନିଂସ ଖେଳି କୋହଲି ୧୦୦୦ ରନ୍ କ୍ଲବ୍ରେ ସାମିଲ ହୋଇଥିଲେ ।
ତେବେ ୨୦୨୨ରେ କୋହଲି ମୋଟ୍ ୨୮ଟି ମ୍ୟାଚ୍ର ୩୧ଟି ଇନିଂସରେ ବ୍ୟାଟିଂ କରି ୩୯.୩୮ ହାରରେ ମୋଟ୍ ୧୦୨୪ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି । ଗତ ୨ ବର୍ଷ ହେଲା କୋହଲି ୧୦୦୦ ରନ୍ ପୂରଣ କରିପାରୁ ନଥିଲେ । ୨୦୨୦ରେ ସେ ୭ ଅର୍ଦ୍ଧଶତକ ବଳରେ ମୋଟ୍ ୮୪୨ ରନ୍ ଓ ୨୦୨୧ରେ ୧୦ଟି ଅର୍ଦ୍ଧଶତକ ବଳରେ ମୋଟ୍ ୯୬୪ ରନ୍ ସଂଗ୍ରହ କରିଥିଲେ । ଆଉ ଏବେ ଏହି ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି ରନ୍ ମେସିନ୍ ବିରାଟ କୋହଲି ।
ସେହିପରି ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ବିରାଟ କୋହିଲ ୨୩ଟି ପାରି ଖେଳି ୯୮୯ ରନ୍ ସଂଗ୍ରହ କରିଛନ୍ତି । ଏବେ ୧୦୦୦ ରନ୍ ପୂରଣ ପାଇଁ ଆଉ ମାତ୍ର ୧୧ରନ୍ର ଆବଶ୍ୟକ ରହିଛି । ବିରାଟଙ୍କ ପୂର୍ବରୁ ଏହି ରେକର୍ଡ ମାହେଲା ଜୟବର୍ଦ୍ଦେନଙ୍କ ନାଁର ରହିଛି । ଟି-୨୦ ବିଶ୍ୱକପ୍ରେ ମ୍ୟାଚ୍ରେ ସର୍ବାଧିକ ୧୦୧୬ରନ୍ କରିଛନ୍ତି । ମୋଟ ୩୧ଟି ପାରି ଖେଳି ବିରାଟ ଏହି ରେକର୍ଡ କରିଛନ୍ତି ।